US Attacks Iran / ଉଡ଼ିଲା ମିସାଇଲ୍ ଲଞ୍ଚ ସାଇଟ୍; ପୁଣି ଇରାନ ଉପରେ ଆମେରିକାର ଆକ୍ରମଣ
·3 months ago·2 min read

Key Points
ଯୁଦ୍ଧବିରତି ଭିତରେ ପୁଣି ଆକ୍ରମଣ
ଇରାନ ଉପରେ ଆକ୍ରମଣ କଲା ଆମେରିକା
ଉଡ଼ିଲା ମିସାଇଲ୍ ଲଞ୍ଚ ସାଇଟ୍
ଇରାନ ଉପରେ ଆକ୍ରମଣ କଲା ଆମେରିକା
ଉଡ଼ିଲା ମିସାଇଲ୍ ଲଞ୍ଚ ସାଇଟ୍
ଯୁଦ୍ଧ ଯୋଗୁଁ ଗୋଟିଏ ପଟେ ପୂରା ବିଶ୍ଵ ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହେଉଥିବାବେଳେ ଏପଟେ ଯୁଦ୍ଧ ଥମିବାର ନାଁ ନେଉନି । ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଉଭୟ ରାଷ୍ଟ୍ର ମଧ୍ୟରେ ଅସ୍ତ୍ରବିରତି ଲାଗୁ ଥିବାବେଳେ ଆମେରିକା ଆତ୍ମରକ୍ଷା ପାଇଁ ଆକ୍ରମଣ କରିଥିବା କହିଛି । ଏହି ତାଜା ଆକ୍ରମଣରେ ଇରାନର ମିସାଇଲ୍ ଲଞ୍ଚ କରାଯାଉଥିବା ସ୍ଥାନ ଓ ବାରୁଦ ସୁଡଙ୍ଗ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ବାରୁଦ ସୁଡ଼ଙ୍ଗ ହେଉଛି ଏକ ଲୁକ୍କାୟିତ ବିସ୍ଫୋରକ, ଯାହାକୁ ମାଟି ତଳେ ରଖାଯାଇଥାଏ । ଏହାଉପରେ ଶତ୍ରୁ ପକ୍ଷର କୌଣସି ଯାନ ଗଲେ ଏହା ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହୋଇଥାଏ ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ଵରେ ମହଙ୍ଗା ମାଡ଼ ହୋଇଛି । ଏଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବା ଲାଗି ଅସ୍ତ୍ରବିରତି ଉପରେ ଆଲୋଚନା ହେଉଥିଲା । କିନ୍ତୁ ଆମେରିକା ଇରାନ ଉପରେ 'ସେଲ୍ପ-ଡିଫେନ୍ସ ଷ୍ଟ୍ରାଇକ୍' ବା ଆତ୍ମରକ୍ଷା ନାମ ଦେଇ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ଏବେ ଆହୁରି ଯୁଦ୍ଧ ଘନେଇବ ବୋଲି ଆଶଙ୍କା କରାଯାଉଛି । ଆମେରିକାର କହିବା କଥା ଯେ, ସୈନ୍ୟଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସେ ଏହି ଆକ୍ରମଣ କରିଛି । ସେପଟେ ଇରାନର ଦ୍ଵୀପ ସହର ବନ୍ଦର ଅବ୍ବାସ ନିକଟରେ ବିସ୍ଫୋରଣର ଶବ୍ଦ ଶୁଭିଛି, ଏହାପରେ ଇରାନର ବାୟୁସେନା ସେଠାରେ ସକ୍ରିୟ ହୋଇଛି ।
ପଢନ୍ତୁ ଏହି ଖବର: 'ଭାରତ ଯାହା ଚାହିଁବ, ତାକୁ ସେୟା ମିଳିବ', ମୋଦିଙ୍କ ପ୍ରଶଂସାରେ ଟ୍ରମ୍ପ

- ଆମେରିକା କଣ କହିଲା ?
ପଢନ୍ତୁ ଏହି ଖବର: 'ଭାରତ ଯାହା ଚାହିଁବ, ତାକୁ ସେୟା ମିଳିବ', ମୋଦିଙ୍କ ପ୍ରଶଂସାରେ ଟ୍ରମ୍ପ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯୁଦ୍ଧବିରତି ସତ୍ତ୍ଵେ ମେ ମାସ ଆରମ୍ଭରୁ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଦେଖାଦେଇଥିଲା । ସେତେବେଳେ ଆମେରିକା ସେନା ଇରାନ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲା, ଯାହା ଉପରେ ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଆମେରିକୀୟ ଯୁଦ୍ଧଜାହାଜ ଉପରେ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଛୋଟ ଡଙ୍ଗା ଆକ୍ରମଣ କରିବାର ଅଭିଯୋଗ ହୋଇଥିଲା ।
- ଆକ୍ରମଣ ନେଇ ସ୍ପଷ୍ଟ କଲା ଇରାନ
Related Topics
Explore more stories