Videos
|
International

US Iran Tensions / ଆସନ୍ତା ସପ୍ତାହରେ ଆରମ୍ଭ ହୋଇପାରେ 'ମହାଯୁଦ୍ଧ', ଇରାନକୁ ଘେରିଲା ଆମେରିକା

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଆସନ୍ତା ସପ୍ତାହରେ ଆରମ୍ଭ ହୋଇପାରେ 'ମହାଯୁଦ୍ଧ', ଇରାନକୁ ଘେରିଲା ଆମେରିକା
America-Iran War

Key Points

ମହାଯୁଦ୍ଧର କାଉଣ୍ଟଡାଉନ୍
୭ ଦିନର ଡେଡଲାଇନ୍
ଇରାନ ପାଇଁ ଟ୍ରମ୍ପଙ୍କ ଚକ୍ରବ୍ୟୁହ
ଟ୍ରମ୍ପଙ୍କ ବଡ଼ ପ୍ଲାନ । ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା । ଇରାନକୁ ଘେରି ରହିଛି ଆମେରିକା ୧୩ଟି ଯୁଦ୍ଧ ଜାହାଜ ସାଙ୍ଗକୁ ଫାଇଟର ଜେଟ୍‌ । ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ବିଫଳ ହୋଇଥିବାରୁ ବଢ଼ିଛି ତିକ୍ତତା । ଆଟାକ୍‌ ପାଇଁ ପ୍ରସ୍ତୁତ ଥିବା ହ୍ବାଇଟ୍‌ ହାଉସକୁ ଜଣାଇ ସାରିଛି ଆମେରିକା ସେନା । ବାସ୍ ଏବେ କେବଳ ଟ୍ରମ୍ପଙ୍କ ଗ୍ରୀନ୍‌ ସିଗନାଲକୁ ଅପେକ୍ଷା ।

ପଶ୍ଚିମ ଏସିଆର ଆକାଶରେ ଏବେ ଯୁଦ୍ଧର କଳାବାଦଲ । ଇରାନ ସୀମାରେ ଆମେରିକା ନିଜର ଶକ୍ତିଶାଳୀ ବାୟୁସେନା ଏବଂ ନୌସେନା ମୁତୟନ କରି ରଣହୁଙ୍କାର ଦେଇଛି । ରିପୋର୍ଟ ଅନୁଯାୟୀ, ୨୦୦୩ ଇରାକ ଯୁଦ୍ଧ ପରେ ଏହା ହେଉଛି ଆମେରିକାର ସବୁଠାରୁ ବଡ଼ ସାମରିକ ପ୍ରସ୍ତୁତି । ଆକାଶମାର୍ଗରେ F-35, F-22 ଓ F-15 ଭଳି ଘାତକ ଯୁଦ୍ଧବିମାନ ଗର୍ଜୁଥିବା ବେଳେ ସମୁଦ୍ରରେ USS ଆବ୍ରାହମ୍ ଲିଙ୍କନ୍ ଏବଂ USS ଜେରାଲ୍ଡ ଆର୍. ଫୋର୍ଡ ଭଳି ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର୍‌ ଶତ୍ରୁକୁ ଥରାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସାଉଦି ଆରବର ପ୍ରିନ୍ସ ସୁଲତାନ ଏୟାର ବେସ୍ ଏବେ ଆମେରିକାର ସାମରିକ ରଣନୀତିର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଏୟାର ବେସ୍‌କୁ ଆମେରିକା ଏକ ଅଜେୟ ଦୁର୍ଗରେ ପରିଣତ କରିଛି । ଏଠାରେ କେବଳ ଘାତକ ଯୁଦ୍ଧ ବିମାନ ନୁହେଁ, ବରଂ ଶତ୍ରୁର କ୍ଷେପଣାସ୍ତ୍ରକୁ ଆକାଶରେ ଧ୍ୱଂସ କରିବା ପାଇଁ ଅତ୍ୟାଧୁନିକ ପାଟ୍ରିଅଟ୍ ଓ ଥାଡ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି । ହ୍ୱାଇଟ୍ ହାଉସର ନିର୍ଦ୍ଦେଶ ପରେ ଏହି ବେସ୍‌ରେ ଥିବା ସୈନ୍ୟବାହିନୀ ଏବେ High Alert ରେ ଅଛନ୍ତି ।

ହ୍ୱାଇଟ୍ ହାଉସ୍ ସିଚୁଏସନ୍ ରୁମ୍‌ରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସାମରିକ ଗତିବିଧି ଆହୁରି ତେଜିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଅନୁମତି ଦେଇନଥିଲେ ମଧ୍ୟ ସୈନ୍ୟବାହିନୀକୁ ଆସନ୍ତା ସପ୍ତାହ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣକୁ ରୋକିବା ପାଇଁ ଆମେରିକା ଏବେ Maximum Pressure ରଣନୀତି ଆପଣେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଇରାନ ମଧ୍ୟ ନିଜର କ୍ଷେପଣାସ୍ତ୍ର ଘାଟିଗୁଡ଼ିକୁ ସକ୍ରିୟ କରିବା ସହ ଆମେରିକାକୁ ପାଲଟା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ଜେନେଭା ଆଲୋଚନା ମଧ୍ୟରେ ସର୍ବୋଚ୍ଚ ନେତା ଖାମେନେଇଙ୍କ କଡ଼ା ଚେତାବନୀ ଏହି ବିବାଦକୁ ଆହୁରି ଜଟିଳ କରିଛି । ଟ୍ରମ୍ପଙ୍କ ରେଜିମ୍ ଚେଞ୍ଜର ପ୍ରୟାସକୁ ଖାମେନେଇ ଖୋଲାଖୋଲି ବିରୋଧ କରିଛନ୍ତି । ବର୍ତ୍ତମାନ ବିଶ୍ୱର ନଜର ରାଷ୍ଟ୍ରପତି ଟ୍ରମ୍ପଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ। ।

ବର୍ତ୍ତମାନ ବିଶ୍ୱର ନଜର ରାଷ୍ଟ୍ରପତି ଟ୍ରମ୍ପଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ । ଜେନେଭା ଆଲୋଚନାରେ କୌଣସି ବଡ଼ ସଫଳତା ନ ମିଳିବା ଏବଂ ସର୍ବୋଚ୍ଚ ନେତା ଖାମେନେଇଙ୍କ ଆମେରିକୀୟ ଯୁଦ୍ଧପୋତକୁ ବୁଡ଼ାଇ ଦେବାର ଖୋଲା ଧମକ ପରିସ୍ଥିତିକୁ ସଙ୍ଗୀନ କରିଦେଇଛି । ଆମେରିକୀୟ ଗୁପ୍ତଚର ସଂସ୍ଥାର ରିପୋର୍ଟ ଅନୁଯାୟୀ, ଆସନ୍ତା ୭ ଦିନ ମଧ୍ୟରେ ଯଦି ଇରାନ ନିଜର ପରମାଣୁ ଜିଦ୍‌ରୁ ନ ଓହରେ, ତେବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ALL OUT ATTACK ପାଇଁ ଚୂଡ଼ାନ୍ତ ନିର୍ଦ୍ଦେଶ ଆସିପାରେ । ମଧ୍ୟପ୍ରାଚ୍ୟରେ ଥିବା ୫୦ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ଏବଂ ଇରାନର ହଜାର ହଜାର ବାଲିଷ୍ଟିକ୍ ମିସାଇଲ୍ ଏବେ ପରସ୍ପର ମୁହାଁମୁହିଁ । ଯଦି କୂଟନୀତି ହାରିଯାଏ, ତେବେ ଆସନ୍ତା ସପ୍ତାହ ବିଶ୍ୱ ଇତିହାସରେ ଏକ ଭୟଙ୍କର ରକ୍ତାକ୍ତ ଅଧ୍ୟାୟର ସୂତ୍ରପାତ କରିବ ।

Related Topics

Explore more stories