US Iran War / ଆମେରିକା-ଇରାନ ଯୁଦ୍ଧରେ ନୂଆ ମୋଡ଼, ଚତୁର୍ଥ ସପ୍ତାହରେ ପଛଘୁଞ୍ଚା ଦେଲେ ଟ୍ରମ୍ପ
·5 months ago·2 min read

Key Points
ଆମେରିକା- ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ନୂଆ ମୋଡ଼
ଯୁଦ୍ଧର ଚତୁର୍ଥ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପଙ୍କ ପଛଘୁଞ୍ଚା
ଯୁଦ୍ଧ ପାଇଁ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କୁ ଦୋଷ ଠେଲିଲେ

ଚତୁର୍ଥ ସପ୍ତାହରେ ପହଞ୍ଚିଛି ଆମେରିକା ଇରାନ୍ ଯୁଦ୍ଧ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିବା ଶୀଘ୍ର ଓ ନିର୍ଣ୍ଣାୟକ ବିଜୟର ଦାବି ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ । ଏ ଭିତରେ କିନ୍ତୁ ଟ୍ରମ୍ପଙ୍କ ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ ଦେଖାଦେଇଛି । ଇରାନର ଶକ୍ତି ଭିତ୍ତିଭୂମି ଉପରେ ବୋମା ମାଡ଼ କରିବାର ଧମକକୁ ଟ୍ରମ୍ପ ବର୍ତ୍ତମାନ ୫ ଦିନ ପାଇଁ ସ୍ଥଗିତ ରଖିଛନ୍ତି । ଟ୍ରମ୍ପଙ୍କ ଘୋଷଣା ପରେ ତେଲ ଦର ହଠାତ୍ ୧୦ ପ୍ରତିଶତ ହ୍ରାସ ପାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏହି ଯୁଦ୍ଧ ପାଇଁ ଦୋଷ ଲଦାଲଦି ଆରମ୍ଭ ହୋଇଛି ।
ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କୁ ଏଥିପାଇଁ ବଳି ପକାଯାଇପାରେ । ଟ୍ରମ୍ପ କହିଛନ୍ତି, ପିଟ୍ଙ୍କ କହିବା ଅନୁସାରେ ହିଁ ଯୁଦ୍ଧ ଆରମ୍ଭ ହୋଇଥିଲା । ସେପଟେ ଯୁଦ୍ଧ ପାଇଁ ବିଲିୟନ ଡଲାର ଖର୍ଚ୍ଚକୁ ନେଇ ଉଠିଛି ପ୍ରଶ୍ନ । ଆମେରିକାର ଅର୍ଥନୀତି ଉପରେ ଏହାର ପ୍ରଭାବକୁ ନେଇ ଘେରିଛନ୍ତି ବିରୋଧୀ ।
ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଦାବିକୁ ଖୋଲା ଖୋଲି ଖଣ୍ଡନ କରିଛି ଇରାନ୍ । ଟ୍ରମ୍ପଙ୍କ ସହ ଯୁଦ୍ଧ ସ୍ଥିତି ନେଇ କୌଣସି ଆଲୋଚନା ହୋଇନାହିଁ । ସେ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ଇରାନ ଉପରେ ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ମୋଜତାବା ଖାମିନେଇ ଚେତାବାନୀ ଦେଇଛନ୍ତି ।
ଏଭଳି ପରିସ୍ଥିତିରେ ଗୁପ୍ତ ଆଲୋଚନା ମାଧ୍ୟମରେ ଯୁଦ୍ଧର ପରିସମାପ୍ତି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ଆଲୋଚନା ହିଁ ଶ୍ରେଷ୍ଠ ମାଧ୍ୟମ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ସାଉଦି ଆରବ, ତୁର୍କୀ, ଇଜିପ୍ଟ ଓ ପାକିସ୍ତାନକୁ ନେଇ ଗଠିତ 'STEP' ଗ୍ରୁପ୍ ସଂଘର୍ଷକୁ ରୋକିବା ପାଇଁ ଉଦ୍ୟମ କରୁଛନ୍ତି । ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଆଲୋଚନା ଇସଲାମବାଦରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଆଲୋଚନାର ସମୟ, ସ୍ଥାନ ଓ ଅଂଶଗ୍ରହଣକାରୀଙ୍କ ସମ୍ପର୍କରେ ସୂଚନା ଖୁବଶୀଘ୍ର ସାମ୍ନାକୁ ଆସିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀ ଦେଇ ଦୁଇଟି ଏଲପିଜି ବୋଝେଇ ଜାହାଜ ଭାରତ ଅଭିମୁଖେ ଆସୁଛି । ଜଗ ବସନ୍ତ ଓ ପାଇନ୍ ଗ୍ୟାସ୍ ଜାହାଜ ମାଧ୍ୟମରେ ୯୨ ହଜାର ମେଟ୍ରିକ ଟନ୍ ଏଲପିଜି ଅଣାଯାଉଛି । ଆସନ୍ତା ୨୬ରୁ ୨୮ ମଧ୍ୟରେ ଏହି ଦୁଇ ଜାହାଜ ଭାରତରେ ପହଞ୍ଚିବା ସମ୍ଭାବନା ରହିଛି ।
Related Topics
Explore more stories