Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Middle East War / ଇରାନ୍ ଯୁଦ୍ଧରେ ଖସିଲା ଆମେରିକାର ଚତୁର୍ଥ ବିମାନ, ୪ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଇରାନ୍ ଯୁଦ୍ଧରେ ଖସିଲା ଆମେରିକାର ଚତୁର୍ଥ ବିମାନ, ୪ ଜଣଙ୍କ ମୃତ୍ୟୁ
US Military Plane Crash

Key Points

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ହେଉଛି KC-135 । ଉକ୍ତ ବିମାନରେ ଅତି କମ୍‌ରେ ୬ ଜଣ ସଦସ୍ୟ ଥିଲେ । ଆମେରିକା ଅନୁସାରେ, ଶତ୍ରୁ ପକ୍ଷରୁ ଗୁଳିମାଡ଼ କିମ୍ବା ନିଜ ପକ୍ଷରୁ ଗୁଳିରେ ବିମାନ ଖସିନାହିଁ ।
ନୂଆଦିଲ୍ଲୀ: ଆମେରିକାକୁ ଆଉ ଏକ ଝଟ୍‌କା । ଇରାନ ସହ ଯୁଦ୍ଧ ଭିତରେ ଆମେରିକା ସେନାକୁ ଶକ୍ତ ଝଟ୍‌କା ଲାହିଛି । ଇରାନ ସହିତ ଜାରି ରହିଥିବା ସଂଘର୍ଷ ଭିତରେ ଆମେରିକା ସେନାର ତୈଳ ରି-ଫ୍ୟୁଏଲିଂ ବିମାନ ଇରାକ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣାଗ୍ରସ୍ତ ଆମେରିକୀୟ ବିମାନରେ ୬ ଜଣ ସଦସ୍ୟ ଥିଲେ । ବିମାନ ଦୁର୍ଘଟଣା ହୋଇଥିବା ଖବରକୁ ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ସ୍ପଷ୍ଟ କରିଛି । ଏହି ପ୍ଲେନ୍ କ୍ରାସ୍‌ରେ ବିମାନରେ ଥିବା ୬ ଜଣଙ୍କୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଆମେରିକା ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ପାଇଁ ହାହାକାର; UAEରେ କନ୍ଦାଉଛି ପିଆଜ; ଟମାଟୋ କେଜିକୁ ୨୫୦ ଟଙ୍କା

ଆସୋସିଏଟେଡ୍ ପ୍ରେସ୍‌କୁ ଆମେରିକୀୟ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ହେଉଛି KC-135 । ଉକ୍ତ ବିମାନରେ ଅତି କମ୍‌ରେ ୬ ଜଣ ସଦସ୍ୟ ଥିଲେ । ଆମେରିକା ଅନୁସାରେ, ଶତ୍ରୁ ପକ୍ଷରୁ ଗୁଳିମାଡ଼ କିମ୍ବା ନିଜ ପକ୍ଷରୁ ଗୁଳିରେ ବିମାନ ଖସିନାହିଁ । ଦୁର୍ଘଟଣା ଫଳରେ ଏହି କ୍ଷତି ହୋଇଛି ।

ମଧ୍ୟପ୍ରାଚ୍ୟ ଉପରେ ତୀକ୍ଷ୍‌ଣ ନଜର ରଖିଥିବା ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ମଧ୍ୟ ବିମାନ ଖସିବା ନେଇ ସୂଚନା ଦେଇଛି । କହିଛି, "ରି-ଫ୍ୟୁଏଲିଂରେ ଦୁଇଟି ବିମାନ ସାମିଲ୍ ଥିଲା । ଗୋଟିଏ ବିମାନ ସୁରକ୍ଷିତ ଅବତରଣ କରିଥିବା ବେଳେ ଆଉ ଗୋଟିଏ ବିମାନ ପଶ୍ଚିମ ଇରାକ୍‌ରେ ଖସି ପଡ଼ିଛି ।"

ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ଅନୁସାରେ, ୟୁଏସ୍‌ରେ କେସି-୧୩୫ ରି-ଫ୍ୟୁଏଲିଂ ବିମାନ ଖସି ପଡ଼ିଛି । ଏହି ଘଟଣା ଅପରେସନ୍ ଏପିକ୍ ଫ୍ୟୁରୀ ସମୟରେ ଇରାକ୍‌ରେ ଘଟିଛି । ଏଥିରେ ୨ଟି ବିମାନ ସାମିଲ୍ ଥିଲା, ଗୋଟିଏ ବିମାନ ପଶ୍ଚିମ ଇରାକରେ ଖସିଛି । ଅନ୍ୟ ବିମାନଟି ସୁରକ୍ଷିତ ଅବତରଣ କରିଛି । ଆମେ ସ୍ଥିତି ଉପରେ ନଜର ରଖି ଯବାନଙ୍କ ପରିବାର ସହିତ ସମ୍ପର୍କରେ ରହିଛୁ ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଆମେରିକାର ୩ଟି F-15 ଯୁଦ୍ଧ ବିମାନ ଖସାଇଲା କୁଏତ

ସୂଚନାଯୋଗ୍ୟ, ଇରାନ ବିରୋଧୀ ଯୁଦ୍ଧରେ ଆମେରିକାର ସେନା ଅପରେସନ୍ ସମୟରେ ଚତୁର୍ଥ ବିମାନ ଖସି ପଡ଼ିଥିବା ଆମେରିକା ମାନିଛି । ଗତ ସପ୍ତାହରେ ଆମେରିକାର ୩ଟି ଯୁଦ୍ଧ ବିମାନକୁ କୁଏତ ଅଭ୍ୟାସ୍ ବେଳେ ଭୁଲ୍‌ରେ ଗୁଳି କରି ଖସାଇ ଦେଇଥିଲା ।

ଯାହାପରେ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ୩ଟି F-15 E ଯୁଦ୍ଧ ବିମାନ ଖସିଥିବା କଥାକୁ ସ୍ଵୀକାର କରିଥିଲା । ଆମେରିକା କହିଥିଲା, "ବନ୍ଧୁତ୍ଵପୂର୍ଣ୍ଣ ଗୁଳି ବିନିମୟ ବେଳେ ଏହି ୩ଟି ବିମାନ ଖସି ପଡ଼ିଛି । କୁଏତର ଏୟାର ଡିଫେନ୍ସ ବ୍ୟବସ୍ଥା ଭୁଲ୍ ବଶତଃ F-15 ବିମାନକୁ ଖସାଇ ଦେଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US KC-135 Aircraft Crashes in Iraq Amid Iran Conflict, 4 Dead | Argus News | Argus News