Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସଠିକ ଦିନ କହିଲେ ଟ୍ରମ୍ପ, ଚିନ୍ତାରେ ଇରାନବାସୀ ?

International

War Update / ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସଠିକ ଦିନ କହିଲେ ଟ୍ରମ୍ପ, ଚିନ୍ତାରେ ଇରାନବାସୀ ?

Banajyotshna Ray
Browse all articles by Banajyotshna Ray
·1 month ago·2 min read
ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସଠିକ ଦିନ କହିଲେ ଟ୍ରମ୍ପ, ଚିନ୍ତାରେ ଇରାନବାସୀ ?
War Update

Key Points

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା
ଏମିତି କହିଲେ ଡୋନାଲ୍ଟ ଟ୍ରମ୍ପ

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା। ମନ ମାନୁନାହିଁ ଆମେରିକା ରାଷ୍ଟ୍ରପତିଙ୍କର। ଗୋଟେ ପରେ ଗୋଟେ ଆକ୍ରମଣ କରିବାକୁ ପଛାଉନାହାନ୍ତି। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ସେ ଇରାନକୁ ଏକ କଠୋର ଚେତାବନୀ ଦେଇ କହିଛନ୍ତି, ଯଦି କୌଣସି ଚୁକ୍ତି ନ ହୁଏ, ତେବେ ସେମାନଙ୍କର ପାୱାର ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରାଯିବ। ଯଦି ସେମାନେ ଆଲୋଚନା କରିବାକୁ ଅନିଚ୍ଛୁକ ରୁହନ୍ତି, ତେବେ ଆମେ ସେମାନଙ୍କର ସମସ୍ତ ପାୱାର ଉତ୍ପାଦନ ସୁବିଧା ଉପରେ ଏକ ବଡ଼ ଆକ୍ରମଣ କରିବୁ।

ଗତ ଚାରି ସପ୍ତାହ ମଧ୍ୟରେ, ଆମର ସୈନ୍ୟମାନେ ଯୁଦ୍ଧକ୍ଷେତ୍ରରେ ନିର୍ଣ୍ଣାୟକ ଏବଂ ବିପୁଳ ବିଜୟ ହାସଲ କରିଛନ୍ତି। ଏପରି ବିଜୟ ଯାହା ପୂର୍ବରୁ କ୍ୱଚିତ୍‌ ଦେଖାଯାଇଥିଲା।ଆସନ୍ତା ଦୁଇରୁ ତିନି ସପ୍ତାହ ମଧ୍ୟରେ ଆମେ ସେମାନଙ୍କୁ କଡ଼ା ଆକ୍ରମଣ କରିବାକୁ ଯାଉଛୁ। ଆମେ ସେମାନଙ୍କୁ ପ୍ରସ୍ତର ଯୁଗକୁ ଫେରାଇ ଦେବୁ, ଯେଉଁଠାରେ ସେମାନେ ବାସ୍ତବରେ ଥିଲେ। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ; ଅପରେଶନ ଏପିକ ଫ୍ୟୁରି ଜାରି ରହିଛି।

ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ, ଏହା ସହିତ ଇରାନ ଭିତରେ ପ୍ରମୁଖ ଉଦ୍ଦେଶ୍ୟଗୁଡ଼ିକ ଶେଷ ହେବାକୁ ଯାଉଛି। ଆମେରିକୀୟ ସେନା ‘ଅପରେଶନ ଏପିକ ଫ୍ୟୁରି’ ଆରମ୍ଭ କରିବାର ମାତ୍ର ଗୋଟିଏ ମାସ ହୋଇଛି। ତାଙ୍କ ଅଭିଭାଷଣରେ ଟ୍ରମ୍ପ ଘୋଷଣା କରିଛନ୍ତି,ଆମେ ଆମର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଅଭିଯାନ ଜାରି ରଖିବୁ। ଆମେରିକା ତା’ର ସମସ୍ତ ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରିବା ପାଇଁ ପଥରେ ଅଛି।

ଏଥିସହ ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ସଙ୍କଟ; ଖୋଲାଖୋଲି ଏହି ଦୁଇ ରାଷ୍ଟ୍ର ଉପରେ ବର୍ଷିଲା ଚୀନ

ସେପଟେ ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ଯୋଗୁଁ ସାରା ବିଶ୍ଵରେ ଶକ୍ତି ସଙ୍କଟ ଉପୁଜିଛି । କେଉଁ ରାଷ୍ଟ୍ରରେ କାର୍ଯ୍ୟ ସପ୍ତାହକୁ କମ କରିଦିଆଗଲାଣି ତ କେଉଁଠି ଆକାଶଛୁଆଁ ହେଲାଣି ତୈଳ ଦର । ଇରାନ ବିରୁଦ୍ଧରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁଁ ସାରା ଦେଶରେ ନାନା ସମସ୍ୟା ଦେଖାଦେଇଛି । ବିଶେଷ କରି ହର୍ମୁଜ ପ୍ରଣାଳୀ ଦେଇ ତୈଳ ଜାହାଜ ଯାତାୟାତ ବାଧାପ୍ରାପ୍ତ ମୁଖ୍ୟ କାରଣ ପାଲଟିଛି । ଶେଷରେ ପଶ୍ଚିମ ଏସିଆ ଯୁଦ୍ଧକୁ ନେଇ ମୁହଁ ଖୋଲିଛି ଶକ୍ତିଶାଳୀ ରାଷ୍ଟ୍ର ଚୀନ । ବେଜିଂ ସିଧାସଳଖ ଆମେରିକା ଓ ଇସ୍ରାଏଲକୁ ନାଟର ଗୋବର୍ଦ୍ଧନ ବୋଲି କହିଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
War Update | Trump says war will end 'shortly'; Iran denies requesting a ceasefire | Argus News