US Attack On Nigeria / ନାଇଜେରିଆ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଆମେରିକା

Key Points
ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କୁ ଟାର୍ଗେଟ କରାଯାଉଥିବାରୁ କଠୋର ହେଲା ଟ୍ରମ୍ପ ପ୍ରଶାସନ
ଆଇଏସଆଇଏସ୍ ଆତଙ୍କୀ ମାନେ ବାରମ୍ବାର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍ କରୁଥିଲେ
ନାଇଜେରିଆ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ଜଣାଇଛନ୍ତି । ନାଇଜେରିଆର ଉତ୍ତର ପଶ୍ଚିମରେ ଥିବା ଆଇଏସଆଇଏସ୍ ଆଡ୍ଡା ଉପରେ ଆକ୍ରମଣ ହୋଇଛି । ନାଇଜେରିଆରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କୁ ଆକ୍ରମଣ ବନ୍ଦ କରିବା ପାଇଁ ପୂର୍ବରୁ ବାରମ୍ବାର ଚେତବନୀ ଦେଇଥିଲା ଆମେରିକା ପ୍ରଶାସନ ।
ଏହା ସତ୍ତ୍ଵେ ଆକ୍ରମଣ ବନ୍ଦ ନ ହେବାରୁ ଆଇଏସଆଇଏସ୍ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରାଯାଇଛି । ଯଦି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କଉପରେ ଆକ୍ରମଣ ବନ୍ଦ ନ ହୁଏ ଆଗାମୀ ଦିନରେ ଆହୁରି ଆକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ।
ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ଆଉ ଜଣେ ଯୁବକଙ୍କୁ ହତ୍ୟା: ଭିଡ଼ ଭିତରେ ପିଟି ପିଟି ହତ୍ୟା କଲେ
ସୂଚନାମୁତାବକ ଟ୍ରମ୍ପ କହିଛନ୍ତି ଯେ, ମୁଁ ପୂର୍ବରୁ ଏହି ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇସାରିଛି ଯେ ଯଦି ସେମାନେ ଖ୍ରୀଷ୍ଟିଆନଙ୍କ ନରସଂହାର ବନ୍ଦ ନ କରନ୍ତି, ତେବେ ସେମାନେ ଭୟଙ୍କର ପରିଣାମ ଭୋଗ କରିବେ ଏବଂ ଆଜି ରାତିରେ ତାହା ଘଟିଛି । ମୋ ନେତୃତ୍ୱରେ, ଆମ ଦେଶ ମୌଳବାଦୀ ଇସଲାମିକ୍ ଆତଙ୍କବାଦକୁ ବିକଶିତ ହେବାକୁ ଦେବ ନାହିଁ । ପରମେଶ୍ୱର ଆମର ସେନାକୁ ଆଶୀର୍ବାଦ କରନ୍ତୁ ଏବଂ ନିହତ ଆତଙ୍କବାଦୀଙ୍କ ସମେତ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା, ଯଦି ସେମାନେ ଖ୍ରୀଷ୍ଟିଆନଙ୍କ ନରସଂହାର ଜାରି ରଖନ୍ତି ତେବେ ସେମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ।
ଅହୁରି ପଢ଼ନ୍ତୁ: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ଉପଭୋକ୍ତାଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
ଆମେରିକା ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ର ଅନୁଯାୟୀ, ବୋକୋ ହାରାମ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ପରେ ୨୦୧୫ ରେ ପଶ୍ଚିମ ଆଫ୍ରିକା ଗଠନ କରାଯାଇଥିଲା । ଆମେରିକା ଅନୁଯାୟୀ, ଏହି ଶାଖା ଆଞ୍ଚଳିକ ସାମରିକ ଘାଟି ଏବଂ ନାଗରିକ ପ୍ରତିରକ୍ଷା ବାହିନୀ ଉପରେ ଆକ୍ରମଣ କରେ ଏବଂ ବାରମ୍ବାର ସରକାରୀ କର୍ମଚାରୀ, ଭିତ୍ତିଭୂମି ଏବଂ ଖ୍ରୀଷ୍ଟିଆନମାନଙ୍କୁ ଆକ୍ରମଣ କରେ ।
ଡିସେମ୍ବର ୧୯ ତାରିଖ ପୂର୍ବରୁ ଆମେରିକା ଏବଂ ଜୋର୍ଡାନ ସେନା ସିରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ବିରୁଦ୍ଧରେ ବ୍ୟାପକ ବିମାନ ଆକ୍ରମଣ ଆରମ୍ଭ କରିଥିଲେ । ୧୦୦ ରୁ ଅଧିକ ସଠିକ୍-ନିର୍ଦ୍ଦେଶିତ ଯୁଦ୍ଧାସ୍ତ୍ର ସହିତ ୭୦ ରୁ ଅଧିକ ଓଝଓଝ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥିଲେ।
ଅଧିକ ପଢ଼ନ୍ତୁ ବିଦେଶ ଖବର...
📱 Get Argus News App
✨Related Topics
Explore more stories