|
logo
Live
Argus News App
GET APP

Argus News - ହଠାତ୍ ଲାଲ ହୋଇଗଲା ଆକାଶ; ଇରାନର ପରମାଣୁ ସହରରେ ଆମେରିକାର ବଡ଼ ଆକ୍ରମଣ

International

Middle East War / ହଠାତ୍ ଲାଲ ହୋଇଗଲା ଆକାଶ; ଇରାନର ପରମାଣୁ ସହରରେ ଆମେରିକାର ବଡ଼ ଆକ୍ରମଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 day ago·2 min read
ହଠାତ୍ ଲାଲ ହୋଇଗଲା ଆକାଶ; ଇରାନର ପରମାଣୁ ସହରରେ ଆମେରିକାର ବଡ଼ ଆକ୍ରମଣ
Massive Attack

Key Points

ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ
ପୁଣି ବଡ଼ ଆକ୍ରମଣ କଲା ଆମେରିକା
ଲାଲ ହୋଇଗଲା ଇରାନ ଆକାଶ
ଇରାନର ପରମାଣୁ ସହର ଇସଫାହନ ସହରରେ ଆମେରିକାର ଭୟଙ୍କର ଆକ୍ରମଣ । ଦେଖୁ ଦେଖୁ ହଠାତ୍ ଲାଲ ହୋଇଗଲା ଆକାଶ । ଜୋରଦାର ଝଟକାର ଦୋହଲିଗଲା ପୁରା ସହର । ଆମେରିକା ପୁଣି ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରି ୨୦୦୦ ପାଉଣ୍ଡର ବୋମା ଫିଙ୍ଗିଛି । ଏ ନେଇ ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଅନେକ ଧମାକା ହେଉଥିବା ଦେଖିବାକୁ ମିଳିଛି । ଟ୍ରମ୍ପ ଏହି ଭିଡିଓ ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି, ହେଲେ ଏହା ଇସଫହାନ ସହରର ବୋଲି କୁହାଯାଉଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଆମେରିକା ଓ ଇସ୍ରାଏଲର ସେନା ଇରାନର ଏକ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ବଡ଼ ଧରଣର ଆକ୍ରମଣ କରିଛନ୍ତି । ଆମେରିକା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଇରାନର ଗୋଳା ବାରୁଦ ଡିପୋକୁ ଟାର୍ଗେଟ କରି ଅନେକ ବଙ୍କର ବଷ୍ଟର ବୋମାର ବ୍ୟବହାର କରାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଡିପୋରେ ୨୦୦୦ ପାଉଣ୍ଡ ଅର୍ଥାତ ପ୍ରାୟ ୯୦୦ କିଲୋଗ୍ରାମ ବଙ୍କର ବଷ୍ଟର ବୋମା ଦ୍ଵାରା ଆକ୍ରମଣ କରାଯାଇଛି ।

  • ସହରରେ ଜୋରଦାର ଝଟକା ଅନୁଭବ
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଆକ୍ରମଣ ପରେ ଆହୁରି ଅନେକ ଧମାକା ହୋଇଛି, ଯେଉଁଥିରେ ନିଆଁ ପିଣ୍ଡୁଳା ଆକାଶରେ ଦେଖାଦେଇଛି । ଏହି ଧମାକା ପରେ ପୁରା ଅଞ୍ଚଳରେ ଜୋରଦାର ଝଟକା ଅନୁଭବ ହୋଇଥିଲା । ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଦ୍ଵିତୀୟ ମାସରେ ପ୍ରବେଶ କରିଥିବାବେଳେ ଆଗକୁ ଆହୁରି ଯୁଦ୍ଧ ଘନେଇବ ବୋଲି ଆଶଙ୍କା କରାଯାଉଛି ।

ପଢନ୍ତୁ ଏହି ଖବର: ପାକିସ୍ତାନରୁ ଆସିଲା ବଡ଼ ଖବର; ଶେଷରେ ମଲା ଜୈସ ଆତଙ୍କୀ ମସୁଦ ଅଜହର ଭାଇ

  • କାହିଁକି ଖାସ୍ ଇରାନର ଇସଫହାନ ସହର ?
ଇସଫହାନ ସହରରେ ପ୍ରାୟ ୨୩ ଲକ୍ଷ ଲୋକ ବାସ କରନ୍ତି । ଏଠାରେ ଇରାନର ପ୍ରମୁଖ ସୈନ୍ୟ ସ୍ଥଳ ବୋଲି କୁହାଯାଏ । ଏଠାରେ ଇରାନର ପ୍ରମୁଖ ଭୂତଳ ପରମାଣୁ କେନ୍ଦ୍ର ରହିଛି । ଇସ୍ରାଏ ଓ ଆମେରିକା ଗତବର୍ଷ ମଧ୍ୟ ଏହି ସହର ଉପରେ ଆକ୍ରମଣ କରିଥିଲେ । ଗତ ଫେବୃଆରୀ ଶେଷରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ଇସ୍ରାଏଲ ଓ ଆମେରିକା ଅନେକ ଥର ଇରାନର ଏହି ସହରକୁ ଟାର୍ଗେଟ କରୁଥିଲେ ।

  • ବଙ୍କର ବଷ୍ଟର ବୋମା କଣ ?
ଏହି ବୋମା ବହୁତ ଶକ୍ତିଶାଳୀ ସହ ଏକ ସ୍ଵତନ୍ତ୍ର ଧରଣର ଅସ୍ତ୍ରଶସ୍ତ୍ର ବୋଲି ବିବେଚନା କରାଯାଏ । ଏହାର ବ୍ୟବହାର ବିଶେଷ କରି ମାଟି ତଳେ ଥିବା ସୈନ୍ୟଙ୍କ ଠିକଣା, ମଜଭୁତ ବଙ୍କର ଓ ଭୂତଳ ପରମାଣୁ ଠିକଣା ଉପରେ କରାଯାଏ । ଏହି ବୋମା ଫୁଟିବା ପୂର୍ବରୁ ମଜଭୁତ ଠିକଣାକୁ କିପରି ଭେଦିପାରିବ ସେନେଇ ଡିଜାଇନ କରାଯାଏ, ଯାହାଦ୍ଵାରା ଠିକଣା ସ୍ଥାନ ପୁରା କ୍ଷତିଗ୍ରସ୍ତ ହେବ । ଏହି ପ୍ରକାରର ବୋମା ମଧ୍ୟରୁ ସବୁଠୁ ଅଧିକ ଶକ୍ତିଶାଳୀ ହେଉଛି ମ୍ୟାସିଭ୍ ଅର୍ଡନେନ୍ସ ପେନିଟ୍ରେଟର (MOP) ବୋମା । ଏହି ବୋମାଟି ୩୦,୦୦୦ ପାଉଣ୍ଡର ହୋଇଥିବାବେଳେ ଏହାକୁ ବୋଇଙ୍ଗ କମ୍ପାନୀ ଦ୍ଵାରା ତିଆରି କରାଯାଇଛି । ଏହି ବୋମା ଆମେରିକାର ସେନା ବ୍ୟବହାର କରନ୍ତି । ଯେତେବେଳେ ଏହି ବୋମା ଫିଙ୍ଗାଯାଏ, ତାହା ଦ୍ରୁତ ଗତିରେ ମାଟି ସହ ଧକ୍କା ଖାଇଥାଏ । ବଙ୍କର ବଷ୍ଟର ବୋମା ମାଟିର ୨୦୦ ଫୁଟ ଭିତରକୁ ଯାଇପାରେ । ଏପରିକି ୬୦ ଫୁଟ କଂକ୍ରିଟକୁ ଭାଙ୍ଗିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Middle East War: ହଠାତ୍ ଲାଲ ହୋଇଗଲା ଆକାଶ; ଇରାନର ପରମାଣୁ ସହରରେ ଆମେରିକାର ବଡ଼ ଆକ୍ରମଣ | Argus News