Videos
|
International

US Midterm Elections 2026 / ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ; ଟ୍ରମ୍ପଙ୍କ ଶାସନ ଉପରେ ମହା-ଗଣଭୋଟ୍

Sushanta Sahoo
Browse all articles by Sushanta Sahoo
·37 mins ago·2 min read
ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ; ଟ୍ରମ୍ପଙ୍କ ଶାସନ ଉପରେ ମହା-ଗଣଭୋଟ୍
Donald Trump Faces Midterm Election Test in the US

Key Points

  • ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି
  • ଟ୍ରମ୍ପଙ୍କ ନୀତି ଓ ଶାସନ ଉପରେ ଗଣଭୋଟ୍
  • କଂଗ୍ରେସ ଉପରେ କାହାର କବ୍‌ଜା ?
ନୂଆଦିଲ୍ଲୀ: ଆମେରିକାରେ ଆଜି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନ କେବଳ ଦେଶର ରାଜନୈତିକ ଭବିଷ୍ୟତ ନୁହେଁ, ବରଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵିତୀୟ କାର୍ଯ୍ୟକାଳର ସଫଳତା ଓ ନୀତି ସଫଳ କି ଅସଫଳ ଏହାର ପ୍ରମାଣ ଦେବ । ନିର୍ବାଚନରେ ଆମେରିକୀୟ କଂଗ୍ରେସର ନିମ୍ନ ସଦନ 'ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସ'ର ସମସ୍ତ ୪୩୫ଟି ଆସନ, ୧୦୦ ସଦସ୍ୟ ବିଶିଷ୍ଟ ସେନେଟ୍ ର ୩୫ରୁ ୩୭ଟି ଆସନ ଏବଂ ୩୬ଟି ରାଜ୍ୟରେ ଗଭର୍ଣ୍ଣର ପଦବୀ ପାଇଁ ମତଦାନ ଚାଲିଛି ।

ବର୍ତ୍ତମାନ ହାଉସରେ ରିପବ୍ଲିକାନ୍ ଦଳ ନିକଟରେ ମାତ୍ର ୨୧୮ଟି ଆସନ ସହ ସାମାନ୍ୟ ବହୁମତ ରହିଥିବା ବେଳେ ଡେମୋକ୍ରାଟିକ୍ ଦଳକୁ କ୍ଷମତା ହାସଲ ପାଇଁ କେବଳ ୪ଟି ନୂଆ ଆସନର ଆବଶ୍ୟକତା ରହିଛି.. ସେହିପରି ସିନେଟରେ ରିପବ୍ଲିକାନ୍‌ଙ୍କ ୫୩-୪୭ ଆସନର ସ୍ଥିତିକୁ ଭାଙ୍ଗିବାକୁ ଡେମୋକ୍ରାଟ୍ସ କଡ଼ା ଟକ୍କର ଦେଉଛନ୍ତି ।

ଭାଙ୍ଗିଲା ପୁରୁଣା ରେକର୍ଡ

ନର୍ଥ କାରୋଲିନା ରାଜ୍ୟରେ ଏଥର ଆଗୁଆ ଭୋଟଦାନ ପାଇଁ ଲୋକଙ୍କର ବିପୁଳ ଉତ୍ସାହ ଦେଖିବାକୁ ମିଳିଛି ଏବଂ ଭୋଟଦାନ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗିଛି । ଏହି ରାଜ୍ୟରେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ସିନେଟ୍ ଆସନ ପାଇଁ କଡ଼ା ଟକ୍କର ଚାଲିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ; ଜଣେ ନାବିକ ମୃତ, ୧୩ ଉଦ୍ଧାର 

ଡେମୋକ୍ରାଟିକ୍ ପାର୍ଟି ଏହି ଆସନଟିକୁ ରିପବ୍ଲିକାନ୍‌ଙ୍କଠାରୁ ଛଡ଼ାଇ ଆଣିବାକୁ ପୂରା ଶକ୍ତି ଲଗାଇ ଦେଇଛି । ଯାହାଫଳରେ ଆମେରିକୀୟ ସିନେଟ୍‌ରେ ବହୁମତ ହାସଲ କରିବା ତାଙ୍କ ପାଇଁ ସହଜ ହୋଇପାରିବ । କାନସାସ୍‌ରେ ଭୋଟିଂ ସେଣ୍ଟରଗୁଡ଼ିକ ଆଗରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି ।

ଏଥର ନିର୍ବାଚନରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ଓ ମୁଦ୍ରାସ୍ଫୀତି, ଟ୍ରେଡ୍ ୱାର୍ ଏବଂ ଇରାନ ସହ ସୃଷ୍ଟି ହୋଇଥିବା ଉତ୍ତେଜନା ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଆମେରିକାର ଭିନ୍ନ ଭିନ୍ନ ଟାଇମ୍ ଜୋନ୍ ଅନୁସାରେ ସ୍ଥାନୀୟ ସନ୍ଧ୍ୟା ୬:୦୦ରୁ ରାତି ୯:୦୦ ଅର୍ଥାତ୍ ଭାରତୀୟ ସମୟ ବୁଧବାର ସକାଳ ୪:୩୦ରୁ ୯:୩୦ ମଧ୍ୟରେ ଭୋଟ୍ ଗ୍ରହଣ ଶେଷ ହେବ ଏବଂ ତୁରନ୍ତ ଗଣତି ଆରମ୍ଭ ହେବ ।

ବୁଧବାର ଅପରାହ୍ଣ ସୁଦ୍ଧା କେଉଁ ଦଳ ଆଗୁଆ ରହୁଛି ତାର ଏକ ସ୍ପଷ୍ଟ ସଂକେତ ମିଳିଯିବ । କିନ୍ତୁ, ବିପୁଳ ସଂଖ୍ୟକ ମେଲ୍-ଇନ୍ ଭୋଟ୍ ଗଣତି ଓ କଡ଼ା ପ୍ରତିଦ୍ଵନ୍ଦ୍ଵୀତା ଯୋଗୁଁ ଚୂଡ଼ାନ୍ତ ଫଳାଫଳ ଆସିବାକୁ ୨ରୁ ୩ ଦିନ ସମୟ ଲାଗିପାରେ । ଯଦି ଡେମୋକ୍ରାଟ୍ସ କୌଣସି ଗୋଟିଏ ଗୃହରେ ବି ବହୁମତ ପାଆନ୍ତି, ତେବେ ଟ୍ରମ୍ପଙ୍କ ଆଗାମୀ ଦୁଇ ବର୍ଷର ଶାସନ ଓ ଆଇନ୍ ପ୍ରଣୟନ ପଥ ଅତ୍ୟନ୍ତ କଠିନ ହୋଇପଡ଼ିବ ।