Trump Republican Setback / ହାରିଲା ଟ୍ରମ୍ପଙ୍କ ଦଳ, ଲାଗିଲା ଏକଚାଟିଆ ନିଷ୍ପତ୍ତି ଉପରେ ଅଙ୍କୁଶ
·12 mins ago·2 min read

Key Points
ମିଡ-ଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ଶୋଚନୀୟ ପରାଜୟ
ନିର୍ବାଚନ ଫଳାଫଳ ପରେ ବିଶ୍ୱ ବଜାରରେ କମ୍ପନ
୯ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର
ନିର୍ବାଚନ ଫଳାଫଳ ପରେ ବିଶ୍ୱ ବଜାରରେ କମ୍ପନ
୯ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର
ମିଡ୍ ଟର୍ମ ନିର୍ବାଚନରେ ଟ୍ରମ୍ପଙ୍କୁ ପ୍ରତ୍ୟାଖ୍ୟାନ କଲେ ଆମେରିକାବାସୀ । ରିପବ୍ଲିକାନ ଦଳ ହାରିବା ପରେ ବିଶ୍ବରେ ଉତ୍ସାହ । ଆମେରିକା କଂଗ୍ରେସରେ ଡେମୋକ୍ରାଟ୍ସଙ୍କ ସଂଖ୍ୟା ଗରିଷ୍ଠତା ପରେ ଟ୍ରମ୍ପଙ୍କ ଏକଚାଟିଆ ନିଷ୍ପତ୍ତି ଉପରେ ଲାଗିଲା ଅଙ୍କଶ । ବିଶ୍ବ ରାଜନୀତି, କୂଟନୀତି ଓ ଅର୍ଥନୀତି ସବୁଠି ଉତ୍ସାହ । ଖସିଲା ଅଶୋଧିତ ତୈଳ ଦର । ହର୍ମୁଜ ସ୍ବାଭାବିକ ହେବା ଆଶା । ଏପଟେ ଟ୍ରମ୍ପଙ୍କ ଦଳର ପରାଜୟ ଆକାଶ ଛୁଇଁଲା ଭାରତୀୟ ସେୟାର ବଜାର ।
ଆମେରିକା ମିଡ୍ ଟର୍ମ ନିର୍ବାଚନ ପରେ ଏମିତି ଲାଗୁଛି ଯେମିତି ଟ୍ରମ୍ପଙ୍କ ପରାଜୟ ଚାହୁଁଥିଲା ସାରା ବିଶ୍ବ । ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ପରାଜୟ ପରେ ବିଶ୍ବ ରାଜନୀତି, କୂଟନୀତି ଓ ଅର୍ଥନୀତି ସରଗରମ । ଆମେରିକା କଂଗ୍ରେସର ଉଭୟ ଗୃହରେ ଡେମୋକ୍ରାଟ୍ସ ବହୁମତ ହାସଲ କରିବା ପରେ ସବୁଠି ଉତ୍ସାହ । ଏବେ ଟ୍ରମ୍ପଙ୍କ ଏକଚାଟିଆ ନିଷ୍ପତ୍ତି ଉପରେ ଲାଗିବ ଅଙ୍କୁଶ । ଏହି ପରାଜୟ ପରେ ଟ୍ରମ୍ପ ଜଣେ 'ଲିମ୍ ଡକ୍' ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ । ତାଙ୍କର ଘରୋଇ ନୀତି, ଟିକସ ସଂସ୍କାର ଏବଂ ଟାରିଫ୍ ନୀତି ଉପରେ କଂଗ୍ରେସର କଡ଼ା ଅଙ୍କୁଶ ରହିବ । ତେବେ ଘରୋଇ କ୍ଷେତ୍ରରେ କ୍ଷମତା ସୀମିତ ହୋଇଯିବାରୁ ଟ୍ରମ୍ପ ବୈଦେଶିକ ଓ ପ୍ରତିରକ୍ଷା ନୀତିରେ ଅଧିକ କ୍ଷମତାପ୍ରାପ୍ତ ହୋଇ ପଦକ୍ଷେପ ନେବାର ଆଶଙ୍କା ରହିଛି ।
ମିଡ୍-ଟର୍ମ ନିର୍ବାଚନ ଫଳାଫଳ ଅଶୋଧିତ ତୈଳ ବଜାରକୁ ସିଧାସଳଖ ପ୍ରଭାବିତ କରିଛି । ନିର୍ବାଚନରେ ରିପବ୍ଲିକାନର ପରାଜୟ ଏବଂ ଆମେରିକା-ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ଓ ସମାଧାନର ଆଶା ବୃଦ୍ଧି ପାଇବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଯଦି ଆମେରିକା ପକ୍ଷରୁ ପୁଣିଥରେ ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଏ, ତେବେ ତୈଳ ଦର ପୁଣି ବୃଦ୍ଧି ପାଇପାରେ ।
ଅନ୍ୟପଟେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହେବା ଆଶା କରାଯାଉଛି । ଯଦି ହର୍ମୁଜ ପ୍ରଣାଳୀ ଦେଇ ନୌବାଣିଜ୍ୟ ସଂପୂର୍ଣ୍ଣ ସ୍ୱାଭାବିକ ହୁଏ, ତେବେ ଭାରତୀୟ ତୈଳ ଆମଦାନୀ କମ୍ପାନୀଗୁଡ଼ିକ ପାଇଁ ଜାହାଜ ଭଡ଼ା ଏବଂ ବୀମା ମୂଲ୍ୟ ହ୍ରାସ ପାଇବ । ଯାହା ଭାରତର ଶକ୍ତି ସୁରକ୍ଷାକୁ ମଜବୁତ କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପଙ୍କ ଦଳ ନିର୍ବାଚନ ହାରିବା ପରେ ଆଜି ଭାରତୀୟ ସେୟାର ବଜାର ଆକାଶ ଛୁଇଁଛି । ଗତ ସାତ ମାସ ମଧ୍ୟରେ ସବୁଠାରୁ ବଡ଼ ଦିନିକିଆ ବୃଦ୍ଧି ହାସଲ କରିଛି ସେୟାର ବଜାର । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୨ ହଜାର ପଏଣ୍ଟ ବଢ଼ିଥିବା ବେଳେ ଏନ୍ଏସ୍ଇ ନିଫ୍ଟି ୫୦ ବୃଦ୍ଧି ପାଇଛି ୫୭୬ ପଏଣ୍ଟ । ତେବେ ଆଗକୁ ଟ୍ରମ୍ପଙ୍କର କଣ ରଣନୀତି ରହୁଛି ତା ଉପରେ ସାରା ବିଶ୍ବର ନଜର ।
Related Topics
Explore more stories