US Military Aircraft Missing / ପାରସ୍ୟ ଉପସାଗରରୁ ଗାଏବ ହୋଇଗଲା ଆମେରିକୀୟ ସୈନ୍ୟ ବିମାନ; ଇରାନ ସୀମାରେ ଭରୁଥିଲା ଉଡ଼ାଣ
·3 hours ago·2 min read

Key Points
ପାରସ୍ୟ ଉପସାଗରରେ ନିଖୋଜ ହୋଇଥିବା ବୋଇଂ KC-135 ଷ୍ଟ୍ରାଟୋଟାଙ୍କର୍ ବିମାନ ଏକ ଉଡ଼ନ୍ତା ଇନ୍ଧନ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା।
US MIlitary Aircraft Missing in Persian Gulf: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ବେଳେ ଆମେରିକାକୁ ଲାଗିଛି ଆଉ ଏକ ଶକ୍ତ ଝଟକା।
ମଙ୍ଗଳବାର (ମେ ୫) ଇରାନ ସୀମା ନିକଟବର୍ତ୍ତୀ ପାରସ୍ୟ ଉପସାଗର ଉପରେ ଉଡ଼ାଣ ଭରୁଥିବା ଏକ ଆମେରିକୀୟ ସାମରିକ ବିମାନ ନିଖୋଜ ହୋଇଯାଇଛି। ଆମେରିକା ବାୟୁସେନାର ଏକ ବୋଇଂ KC-135 ଷ୍ଟ୍ରାଟୋଟାଙ୍କର୍ ବିମାନ ଇରାନ ସୀମା ନିକଟସ୍ଥ ପାରସ୍ୟ ଉପସାଗରରେ ଉଡ଼ାଣ ଭରିବା ବିପଦ ସଙ୍କେତ ୭୭୦୦ ଜାରି କରିଥିଲା। ଯାହା ଉଡ଼ାଣ ସମୟରେ ଜରୁରୀକାଳୀନ ପରିସ୍ଥିତିକୁ ସୂଚିତ କରିଥାଏ।
Flightradar24 ତଥ୍ୟ ଅନୁସାରେ, ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇରାନ ଉପକୂଳରେ ପାରସ୍ୟ ଉପସାଗରରେ ଉଡ଼ାଣ ଭରିବା ସମୟରେ ଏହି ଆମେରିକୀୟ ସାମରିକ ବିମାନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ନିଖୋଜ ହୋଇ ଯାଇଥିବା ବୋଇଂ KC-135 ଷ୍ଟ୍ରାଟୋଟାଙ୍କର୍ ବିମାନ ଏକ ଉଡ଼ନ୍ତା ଇନ୍ଧନ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା।
ଆମେରିକୀୟ ବିମାନ, ସଂଯୁକ୍ତ ଆରବ ଏମିରେଟ୍ସ (UAE) ସ୍ଥିତ ଅଲ୍ ଧାଫରା ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ହେଲେ କାତାର ନିକଟରେ ଉଡ଼ୁାଣ ଭରିବା ସମୟରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସାମରିକ ଅଭିଯାନକୁ ସମର୍ଥନ କରିବା ପାଇଁ ଏହି ବିମାନକୁ ନିୟୋଜିତ କରାଯାଇଥିଲା।
ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ ଆମେରିକାର ବୋଇଂ KC-135 ଷ୍ଟ୍ରାଟୋଟାଙ୍କର୍ ବିମାନ ଅବତରଣ କରିବା ପୂର୍ବରୁ କିଛି ସମୟ ପାଇଁ ଘୂରି ବୁଲିଥିଲା। ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଏହି ଘଟଣାକୁ କୌଣସି ଆକ୍ରମଣ ସହିତ ଜଡିତ କରିବାକୁ ନେଇ ସରକାରୀ ସ୍ତରରେ ନିଶ୍ଚିତକରଣ ହୋଇନାହିଁ।
ଇରାନୀ ନ୍ୟୁଜ ଏଜେନ୍ସି, ଫାର୍ସ, Flightradar24 ତଥ୍ୟକୁ ଉଦ୍ଧୃତ କରି କହିଛି ଯେ ଆମେରିକୀୟ ସାମରିକ ବିମାନ ନିଖୋଜ ହୋଇଯାଇଛି। ଅନ୍ୟପକ୍ଷରେ ଇରାନ, ଆମେରିକୀୟ ସାମରିକ ବିମାନର ଜରୁରୀକାଳୀନ ପରିସ୍ଥିତିରେ ସମ୍ପୃକ୍ତି ରହିଥିବା କୌଣସି ବିବୃତ୍ତି ଜାରି କରିନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
US Military Aircraft MissingUS MIlitary Aircraft Missing in Persian GulfUS MIlitary Aircraft Missing in Persian Gulf Near Iran BorderUS Airforce Boeing KC-135 StratotankerUS military aircraft missingPersian Gulf incidentIran airspace newsUS Navy missing planeSearch and rescue operationUS-Iran tensionsmilitary aviation news