Videos
|
International

War Started / ଖାର୍ଗ ଦ୍ୱୀପରେ ଭୟଙ୍କର ଆକ୍ରମଣ, ଆଉ ମିଳିବନି ତେଲ !

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଖାର୍ଗ ଦ୍ୱୀପରେ ଭୟଙ୍କର ଆକ୍ରମଣ, ଆଉ ମିଳିବନି ତେଲ !
War Started

Key Points

ଖାର୍ଗ ଦ୍ୱୀପରେ ଭୟଙ୍କର ଆକ୍ରମଣ
ଘନେଇବ ତୈଳ ସଙ୍କଟ !
ପୁଣି ଆରମ୍ଭ ହେଲା ଯୁଦ୍ଧ। ଏଥର ଆଉ ଥମିବ କି ନାଇଁ ଜଣାନାହିଁ। ଆମେରିକା ବର୍ଷା କଲା ଘନଘନ ମିସାଇଲ। ଖାର୍ଗ ଦ୍ୱୀପରେ ଆକ୍ରମଣ । ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ଭୟଙ୍କର ମିସାଇଲ୍ ଆକ୍ରମଣ ହୋଇଛି । ଏଠାରେ ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି । ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଆମେରିକା ଇରାନର ଖାର୍ଗ ଦ୍ୱୀପ ର ନିକଟବର୍ତ୍ତୀ ଅଞ୍ଚଳରେ ବୋମା ମାଡ଼ କରିଥିଲା ।

ଖାର୍ଗ ଦ୍ୱୀପ ଆଖପାଖରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା ଆମେରିକା। ଖାର୍ଗ ଦ୍ୱୀପ ଇରାନ ଏବଂ ଏହାର ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇରାନର ତୈଳ ବାଣିଜ୍ୟର ୯୦ ପ୍ରତିଶତ ଖାର୍ଗ ଦ୍ବୀପରୁ ହୋଇଥାଏ । ଇରାନର ସର୍ବବୃହତ୍ତମ ତୈଳ ରପ୍ତାନୀ କେନ୍ଦ୍ର ଖାର୍ଗ ଦ୍ୱୀପରେ ଅବସ୍ଥିତ।

. ଧମକ ଦେଇଥିଲେ ଟ୍ରମ୍ପ୍: 

ଗତ ସପ୍ତାହରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ କହିଥିଲେ ଯେ, ‘ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ଏକ ନୂତନ ଏବଂ ଅଧିକ ବୁଦ୍ଧିମାନ ଶାସକଙ୍କ ସହିତ ଆଲୋଚନା କରୁଛି। ଆଲୋଚନା ଯଥେଷ୍ଟ ଅଗ୍ରଗତି ହୋଇଛି । କିନ୍ତୁ ଯଦି କୌଣସି କାରଣରୁ, ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ଶକ୍ତି କେନ୍ଦ୍ର, ତୈଳ କୂପ, ଖାର୍ଗ ଦ୍ୱୀପ ଧ୍ୱଂସ କରିଦେବୁ ।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଇରାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥା ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଖାର୍ଗରେ ଆକ୍ରମଣ କରାଯାଇଛି । ଆମେରିକା ଏବଂ ଇସ୍ରାଏଳ ମିଳିତ ଭାବେ ଏହାକୁ ଟାର୍ଗେଟ୍ କରିଥିବା କୁହାଯାଉଛି । ଫଳରେ ସାରା ବିଶ୍ୱରେ ତୈଳ କାରବାର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏଠାରୁ ଇରାନ ନିଜର ତୈଳ ରପ୍ତାନୀ କରିଥାଏ ।

ଏଥିସହ ପଢ଼ନ୍ତୁ: ଆଗେଇ ଆସ: ପରସ୍ପର ହାତ ଧରି ଘେରି ଯାଅ, ଧମକ ପରେ ଏମିତି କହିଲେ ଇରାନ ସରକାର...

ସେପଟେ, ଦେଶବାସୀଙ୍କ ପାଇଁ ଇରାନର ବଡ଼ ମେସେଜ। ଟ୍ରମ୍ପ ଦେଲେ ଧମକ। ଦେଶବାସୀଙ୍କୁ ସତର୍କ କରାଇଲେ ଇରାନ ସରକାର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଦେଶବାସୀଙ୍କ ପାଇଁ ଇାରାନର ମେସେଜ୍। ପାୱାର ପ୍ଲାଣ୍ଟକୁ ସୁରକ୍ଷା ଦେବାକୁ ହେଲେ ଏହା ଚାରିପଟେ ବନାଇବାକୁ ପଡ଼ିବ ମାନବ ଶୃଙ୍ଖଳ। ହାତ ଧରାଧରି ହୋଇ ଘେରିଯାଅ। । ଇରାନ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁସାରେ, ରହିମି ଏହି ପୋଷ୍ଟର ନାଁ ରଖିଛନ୍ତି ‘ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଇରାନ ଯୁବକଙ୍କ ମାନବ ଶୃଙ୍ଖଳ।’ ଆକ୍ରମଣକାରୀ ବିରୁଦ୍ଧରେ ସଶସ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନ ପ୍ରତି ଏକତା ଏବଂ ସମର୍ଥନ ପ୍ରଦର୍ଶନ କରିବା ଏହି ମାନବ ଶୃଙ୍ଖଳର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories

War Started | Missile Strike on Kharg Island: US Attack Raises Fears of Global Oil Crisis | Argus News | Argus News