Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମେରିକାର ନୂଆ ଭିସା ନିୟମକୁ ନେଇ ଚିନ୍ତାରେ ଭାରତୀୟ, ବାତିଲ୍ ହେଉଛି ପୂର୍ବ ସାକ୍ଷାତକାର ତାରିଖ

International

America Visa Rules / ଆମେରିକାର ନୂଆ ଭିସା ନିୟମକୁ ନେଇ ଚିନ୍ତାରେ ଭାରତୀୟ, ବାତିଲ୍ ହେଉଛି ପୂର୍ବ ସାକ୍ଷାତକାର ତାରିଖ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଆମେରିକାର ନୂଆ ଭିସା ନିୟମକୁ ନେଇ ଚିନ୍ତାରେ ଭାରତୀୟ, ବାତିଲ୍ ହେଉଛି ପୂର୍ବ ସାକ୍ଷାତକାର ତାରିଖ
US Tightens Visa Security

Key Points

ନୂଆ ନିୟମ ଫଳରେ ଆମେରିକା ଭିସା ଆବେଦନକାରୀଙ୍କ ପୂର୍ବ ନିର୍ଦ୍ଧାରିତ ସାକ୍ଷାତକାର ତାରିଖ ବାତିଲ ହେବାରେ ଲାଗିଛି । ହାଇଦ୍ରାବାଦ, ଚେନ୍ନାଇ ଆଦି ଦୂତାବାସରେ ସାକ୍ଷାତକାର ତାରିଖ ପରିବର୍ତ୍ତନ କରାଯାଉଛି ।
ନୂଆଦିଲ୍ଲୀ: ଭିସା (VISA) ନିୟମରେ ପରିବର୍ତ୍ତନ ଆଣିଛି ଆମେରିକା । ପ୍ରଭାବିତ ହେଉଛନ୍ତି ଭାରତୀୟ । ଆମେରିକା ଆଣିଥିବା ନୂଆ ନିୟମ ଭିସା ଆବେଦନକାରୀଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ସହ ଜଡ଼ିତ ।

ଏଣିକି H-1B ଭିସା ଆବେଦନ କରିଥିବା ଅଥବା ପୂର୍ବରୁ ଆମେରିକାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ଭିସା ଆବେଦନ ଯାଞ୍ଚ ବେଳେ ସେମାନଙ୍କ ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଏବଂ ଲିଙ୍କଡଇନ୍‌ ଆକାଉଣ୍ଟକୁ ସାର୍ବଜନୀନ ରଖିବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍, ଅଷ୍ଟ୍ରେଲିଆ ସରକାରଙ୍କ ଐତିହାସିକ ନିଷ୍ପତ୍ତି

ଅର୍ଥାତ୍ ଆପଣଙ୍କ ସୋସିଆଲ୍ ମିଡିଆରେ ପୂର୍ବରୁ ପୋଷ୍ଟ କରିଥିବା ସମସ୍ତ ପୋଷ୍ଟ, ଫଟୋ, କମେଣ୍ଟ ସହ ଆପଣଙ୍କ ରିଜ୍ୟୁମ୍ ମଧ୍ୟ ଆମେରିକୀୟ ଅଧିକାରୀ ଯାଞ୍ଚ କରିପାରନ୍ତି । ଯାହାକୁ ନେଇ ଭାରତୀୟ ଭିସା ଆବେଦନକାରୀ ଛାନିଆ ହୋଇ ପଡ଼ିଛନ୍ତି । କାରଣ ଭାରତୀୟ ହିଁ ସର୍ବାଧିକ H-1B ଭିସା ଧାରକ ।

ସର୍ବାଧିକ ପ୍ରଭାବିତ ହେବେ ଭାରତୀୟ

ଆମେରିକାର ଏହି ନୂଆ ନିୟମ ସବୁଠୁ ଅଧିକ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । କାରଣ ଆମେରିକାରେ ଉଚ୍ଚ-କୁଶଳୀ (H-1B) ଧାରକ ୭୦ ପ୍ରତିଶତରୁ ଅଧିକ ଏବଂ H-4 EAD ଧାରକରୁ ୯୦ ପ୍ରତିଶତ ଭାରତୀୟ । ଅର୍ଥାତ୍ ଏହି ନୂଆ ନିୟମ ସିଧା ଭାରତୀୟଙ୍କୁ ପ୍ରଭାବିତ କରିବ । ଡିସେମ୍ବର ୧୫ରୁ ଲାଗୁ ନୂଆ ନିୟମ ପ୍ରକାରେ ନୂଆ ଆବେଦନ ଓ ଭିସା ନବୀକରଣ କ୍ଷେତ୍ରରେ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ସାର୍ବଜନୀନ କରିବାକୁ ପଡ଼ିବ ।

ଇମିଗ୍ରେସନ୍ ଓକିଲଙ୍କ ଅନୁସାରେ, ଆମେରିକାର ନୂଆ ନିୟମ ଲୋକଙ୍କୁ ଚିନ୍ତାରେ ପକାଇଛି । ସୋସିଆଲ୍ ମିଡିଆରେ ଆପଣ ସେୟାର କରିଥିବା କୌଣସି କଟାକ୍ଷ ଫଟୋ କିମ୍ବା ଭିଡିଓ, ମଜାଳିଆ ଟିପ୍ପଣୀ, ରିଜ୍ୟୁମରେ କୌଣସି ତଥ୍ୟ ଦେଇନଥିଲେ ଆପଣଙ୍କ ଭିସା ଆବେଦନ ବାତିଲ୍ ହୋଇପାରେ ।

ହଠାତ୍ ସାକ୍ଷାତକାର ବାତିଲ ଓ ଦେଢ଼ବର୍ଷର ପ୍ରତୀକ୍ଷା

ନୂଆ ନିୟମ ଫଳରେ ଆମେରିକା ଭିସା ଆବେଦନକାରୀଙ୍କ ପୂର୍ବ ନିର୍ଦ୍ଧାରିତ ସାକ୍ଷାତକାର ତାରିଖ ବାତିଲ ହେବାରେ ଲାଗିଛି । ହାଇଦ୍ରାବାଦ, ଚେନ୍ନାଇ ଆଦି ଦୂତାବାସରେ ସାକ୍ଷାତକାର ତାରିଖ ପରିବର୍ତ୍ତନ କରାଯାଉଛି । ଯେଉଁମାନଙ୍କ ସାକ୍ଷାତକାର ଡିସେମ୍ବରରେ ଥିଲା ସେମାନଙ୍କୁ ୨୦୨୬ ମାର୍ଚ୍ଚରେ ନୂଆ ତାରିଖ ମିଳିଛି ।

ସାକ୍ଷାତକାର ତାରିଖ ବଦଳିଥିବାରୁ ସମସ୍ୟାରେ ପଡ଼ିଛନ୍ତି ଭାରତୀୟ । ଯେଉଁମାନେ ଆମେରିକାରୁ କୌଣସି କାରଣ ପାଇଁ ଭାରତ ଆସିଛନ୍ତି । ସେମାନେ ମଧ୍ୟ ଏହାଦ୍ଵାରା ପ୍ରଭାବିତ ହେବେ । ନା ଚାକିରିରେ ଯୋଗ ଦେଇପାରିବେ ନା ପରିବାର ପାଖକୁ ଫେରି ପାରିବେ ।

ଏଥିସହ ପଢ଼ନ୍ତୁ: ମାଲକାନିଗିରିରେ ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ !

ଆମେରିକା ଦୂତାବାସର କଡ଼ା ଚେତାବନୀ

ଭିସା ଆବେଦନକାରୀଙ୍କ ମଧ୍ୟରେ ଆତଙ୍କ ଭିତରେ ଭାରତ ସ୍ଥିତ ଆମେରିକୀୟ ଦୂତାବାସ ଏକ ପୋଷ୍ଟ କରିଛି । ଏକ୍ସ ପୋଷ୍ଟରେ ଆମେରିକୀୟ ଦୂତାବାସ ଲେଖିଛି, "ଯଦି ଆପଣଙ୍କୁ ଇମେଲ୍‌ରେ ସାକ୍ଷାତକାର ତାରିଖ ପରିବର୍ତ୍ତନ ନେଇ ଅବଗତ କରାଯାଇଛି, ତାହେଲେ ପୂର୍ବ ତାରିଖରେ ଆସନ୍ତୁ ନାହିଁ ।"

ନୂଆ ନିୟମ କାହିଁକି ?

ଆମେରିକାର ବିଦେଶ ବିଭାଗ ନୂଆ ନିୟମ ପଛରେ ଜାତୀୟ ସୁରକ୍ଷା କଥା କହିଛି । ଆମେରିକା ଅନୁସାରେ, "ଭିସା ସହ ଜଡ଼ିତ ନୂଆ ନିୟମ ଆମେରିକାର ସୁରକ୍ଷା ସହ ଜଡ଼ିତ । ପୂର୍ବରୁ ଏହି ନିୟମ ଛାତ୍ର ଓ ଭ୍ରମଣକାରୀଙ୍କ ଲାଗି ଥିଲା । ଏବେ ତାକୁ H-1B ଓ H-4 ଭିସା ଆବେଦନକାରୀଙ୍କ ଲାଗି ବଢ଼ାଇ ଦିଆଯାଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
US New Visa Rules Alarm Indians; Interviews Cancelled | Argus News | Argus News