Trump Tariffs / ଦୁନିଆକୁ ଧମକ... କେଉଁ ଆଇନ୍ ବଳରେ ୧୭୫ ଅରବ ଡଲାର ରାଜସ୍ଵ ଆଦାୟ କଲେ ଟ୍ରମ୍ପ ?
·4 months ago·2 min read

Key Points
ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ୍ ହେଉଛି IEEPA । ୧୯୭୭ରେ ଏହି ସଂଘୀୟ ଆଇନ୍ ଆସିଥିଲା । ଏହି ଆଇନ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ଆଣିଥିଲେ ।
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଉପରେ ସୁପ୍ରିମକୋର୍ଟଙ୍କ ଚାବୁକ୍ ବସିଛି । ୧୭୫ ଅରବ ଡଲାର ରାଜସ୍ଵ ଆଦାୟ ପରେ ଫେଲ୍ ହୋଇଛି ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍ । ଶୁକ୍ରବାର ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଟାରିଫ୍କୁ ଅବୈଧ ଘୋଷଣା କରିଛନ୍ତି ।
କୋର୍ଟ ସଫା ସଫା କହିଛନ୍ତି, ରାଷ୍ଟ୍ରପତିଙ୍କୁ IEEPA ଜାତୀୟ ଜରୁରୀକାଳୀନ ଘୋଷଣା ଅନୁସାରେ ବ୍ୟାପକ ବୈଶ୍ଵିକ ଟାରିଫ୍ ଲଗାଇବା ପାଇଁ ପୂର୍ଣ୍ଣ ଅଧିକାର ଦିଏ ନାହିଁ । ଯାହା ଜରିଆରେ ଟ୍ରମ୍ପ ବିଶ୍ଵର ପ୍ରାୟ ସମସ୍ତ ଦେଶ ଉପରେ ପାରସ୍ପରିକ ଟାରିଫ୍ ଲଗାଇଥିଲେ । ଆସନ୍ତୁ ଜାଣିବା IEEPA କ'ଣ ? ପାରସ୍ପରିକ ଟାରିଫ୍ ସହ ଏହା କେମିତି ସମ୍ପର୍କିତ ?
ଏଥିସହ ପଢ଼ନ୍ତୁ: ଟାରିଫ୍ ଉପରେ ସୁପ୍ରିମକୋର୍ଟଙ୍କ ଆକ୍ସନ୍ ପରେ ପଛକୁ ହଟୁ ନାହାନ୍ତି ଟ୍ରମ୍ପ; କହିଦେଲେ ବଡ଼ ପ୍ଲାନ୍
IEEPA କ'ଣ ?
ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ୍ ହେଉଛି IEEPA । ୧୯୭୭ରେ ଏହି ସଂଘୀୟ ଆଇନ୍ ଆସିଥିଲା । ଯାହାକି ଆମେରିକା ରାଷ୍ଟ୍ରପତିଙ୍କୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ବିଶ୍ଵରେ ଦେଣନେଣକୁ ନିୟନ୍ତ୍ରଣ କରିବାକୁ ଅଧିକାର ଦିଏ ।
ଏହି ଆଇନ୍ ଅନୁସାରେ, ଯେଉଁ ଆଇନ୍ ଆମେରିକା ପାଇଁ ଅସାମାନ୍ୟ ଓ ଅସାଧାରଣ ବିପଦ ସୃଷ୍ଟି କରିବ ଏବଂ ଯାହା ଦେଶ ବାହାରେ ସୃଷ୍ଟି ହେଉଥିବ ତା ଉପରେ ପଦକ୍ଷେପ ନିଆଯାଇ ପାରିବ । ଏହି ଆଇନ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ଆଣିଥିଲେ ।
କାହିଁକି ହେଲା IEEPA ଆବଶ୍ୟକତା ?
୧୯୧୭ ମସିହାରେ ଟ୍ରେଣ୍ଡି ୱିଥ୍ ଦ ଏନମି ଆଇନ୍ରେ କିଛି ପରିବର୍ତ୍ତନ ପାଇଁ IEEPAର ପ୍ରସ୍ତୁତ କରାଯାଇଥିଲା । ଆମେରିକାରେ ୧୯୭୨ରୁ ୧୯୭୪ ମଧ୍ୟରେ ଏକ ପ୍ରମୁଖ ରାଜନୈତିକ ଘୋଟାଲା 'ୱାଟର ଗେଟ୍ କାଣ୍ଡ' ସମୟରେ ରାଷ୍ଟ୍ରପତି ଜରୁରୀକାଳୀନ ସ୍ଥିତିରେ ଅଧିକାରର ସ୍ପଷ୍ଟ ସୀମା ନିର୍ଦ୍ଧାରଣ ପାଇଁ ପ୍ରୟାସ କରିଥିଲେ ।
IEEPAର ପ୍ରୟୋଗ କେବେ କରିପାରିବେ ରାଷ୍ଟ୍ରପତି ?
ଏହି ଆଇନ୍ର ପ୍ରୟୋଗ ଆମେରିକା ରାଷ୍ଟ୍ରପତି ଜରୁରୀକାଳୀନ ସ୍ଥିତି, କୌଣସି ଅସାମାନ୍ୟ ବିପଦର ନିର୍ଣ୍ଣୟ ଓ ସତ ସାବ୍ୟସ୍ତରେ ବିଦେଶୀଙ୍କ ଭୂମିକା ଥିଲେ କରିପାରିବେ । ଅଥବା ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ, ବିଦେଶୀ ନୀତି କମ୍ବା ଅର୍ଥନୀତି ସହ ଜଡ଼ିତ ହୋଇପାରେ । ଏଭଳି ମାମଲାରେ ଉକ୍ତ ବିପଦ ସହ ଜଡ଼ିତ ଆର୍ଥିକ ଦେଣନେଣର ନିୟନ୍ତ୍ରଣକୁ ରାଷ୍ଟ୍ରପତି ବ୍ୟାନ କରିପାରିବେ ।
ଏଥିସହ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍କା, ଟାରିଫ୍କୁ ବେଆଇନ୍ କହିଲେ ଆମେରିକା ସୁପ୍ରିମକୋର୍ଟ
ରାଷ୍ଟ୍ରପତିଙ୍କ ଅଧିକାର
ଆମେରିକାରେ ଥିବା ବିଦେଶୀଙ୍କ ସମ୍ପତ୍ତି ଫ୍ରିଜ୍ କରିବା । ଆର୍ଥିକ କାରବାର ଉପରେ ପ୍ରତିବନ୍ଧକ ଲଗାଇବା । ବାଣିଜ୍ୟ ଓ ନିବେଶରେ ବାଧା ଦେବା । ଟଙ୍କା ସ୍ଥାନାନ୍ତରଣ ରୋକିବା । ବ୍ୟକ୍ତି ବିଶେଷ, କମ୍ପାନୀ ଅଥବା କୌଣସି ଦେଶ ଉପରେ ପ୍ରତିବନ୍ଧକ ଲଗାଇବା ।
ଏସବୁ ସାଧାରଣତଃ କାର୍ଯ୍ୟକାରୀ ଆଦେଶ ମାଧ୍ୟମରେ ଲାଗୁ ହୋଇଥାଏ ଏବଂ ଏହା ଆମେରିକା ଅର୍ଥ ବିଭାଗ ଦ୍ଵାରା କରାଯାଇଥାଏ । କିନ୍ତୁ ଟ୍ରମ୍ପ ଲଗାଇଥିବା ଟାରିଫ୍ ଅସାମ୍ବିଧାନିକ ଏବଂ ଜରୁରୀକାଳୀନ ସ୍ଥିତି ବିନା କ୍ଷମତାର ପ୍ରୟୋଗକୁ କୋର୍ଟ ଭର୍ତ୍ସନା କରିଛନ୍ତି । IEEPA ଏକ ସାମାନ୍ୟ ବାଣିଜ୍ୟ ଆଇନ୍ ନୁହେଁ ବରଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମୟରେ ପ୍ରତିବନ୍ଧକ ଲଗାଇବା ପାଇଁ ଉଦ୍ଦିଷ୍ଟ ଆଇନ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories