Videos
|
International

US Green Card Rules / ଟାଟା, HCL, ଇନଫୋସିସ ସମେତ ୮ ଆଇଟି କମ୍ପାନୀକୁ ଝଟକା…ଗ୍ରୀନ ଫିଲ୍ଡରୁ ବାହାର କଲା ଆମେରିକା…

Ritu Das
Browse all articles by Ritu Das
·1 hour ago·2 min read
ଟାଟା, HCL, ଇନଫୋସିସ ସମେତ ୮ ଆଇଟି କମ୍ପାନୀକୁ ଝଟକା…ଗ୍ରୀନ ଫିଲ୍ଡରୁ ବାହାର କଲା ଆମେରିକା…
India

Key Points

ନିଯୁକ୍ତି-ଭିତ୍ତିକ ଗ୍ରୀନ କାର୍ଡ ପ୍ରକ୍ରିୟାର ଏକ ଅଂଶ PERM କାର୍ଯ୍ୟକ୍ରମ ବିରୁଦ୍ଧରେ ଆମେରିକା ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି
ଆମେରିକାରେ ଭିସାକୁ ନେଇ ପୁଣି ଅଡ଼ୁଆ ଦେଖାଦେଇଛି। ନିଯୁକ୍ତି-ଭିତ୍ତିକ ଗ୍ରୀନ କାର୍ଡ ପ୍ରକ୍ରିୟାର ଏକ ଅଂଶ PERM କାର୍ଯ୍ୟକ୍ରମ ବିରୁଦ୍ଧରେ ଆମେରିକା ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଯାହା ଟାଟା କନସଲଟାନ୍ସି ସର୍ଭିସେସ୍ (TCS), ମାଇକ୍ରୋସଫ୍ଟ, ଇନଫୋସିସ୍, ୱିପ୍ରୋ, HCL, କଗ୍ନିଜାଣ୍ଟ, ଆଡୋବ ଏବଂ କ୍ୟାପଜେମିନିକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ବିଦେଶୀ କର୍ମଚାରୀ ନିଯୁକ୍ତି ଏବଂ ଭିସା କାର୍ଯ୍ୟକ୍ରମର କଠୋର ସମୀକ୍ଷା କରୁଛି। ଏହି ପଦକ୍ଷେପ H-1B ଭିସାରେ ଆମେରିକାରେ କାମ କରୁଥିବା ଏବଂ ଭବିଷ୍ୟତରେ ଗ୍ରୀନ କାର୍ଡ ପାଇବା ପାଇଁ ଯୋଜନା କରୁଥିବା ଭାରତୀୟ IT ଚାକିରିଆଙ୍କ ଉପରେ ବଡ଼ ପ୍ରଭାବ ପକାଇବ। 

ଆମେରିକାର ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସ ମାଇକ୍ରୋସଫ୍ଟ ଉପରେ ଅଭିଯୋଗ ଆଣିଛନ୍ତି ଯେ, କମ୍ପାନି ହଜାର ହଜାର ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ଅନ୍ୟପକ୍ଷରେ, ହଜାର ହଜାର ଏଚ୍-୧ବି ଭିସା ଏବଂ ଗ୍ରୀନ୍ କାର୍ଡର ଫାଇଦା ବି ଉଠାଇଛି । ପ୍ରଶାସନ ଭିସା ସହ ଜଡ଼ିତ ପ୍ରୋଗ୍ରାମ୍ସର ଦୁରୂପଯୋଗକୁ ନେଇ ୯ଟି ବିଶ୍ୱବିଦ୍ୟାଳୟ ବିରୋଧରେ ଯାଞ୍ଚ ଆରମ୍ଭ କରିଛି । ଏହାଦ୍ୱାରା ଆମେରିକାରେ ବିଦେଶୀ କର୍ମଚାରୀ ଏବଂ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଅନିଶ୍ଚିତତା ବଢ଼ିଯାଇଛି । ପିଇଆରଏମ ପ୍ରୋଗ୍ରାମରୁ ମାଇକ୍ରୋସଫ୍ଟର ସସପେଣ୍ଡ ଘୋଷଣା କରି ଭାନ୍ସ କହିଲେ, କମ୍ପାନି ୬,୦୦୦ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି । ଅନ୍ୟପକ୍ଷରେ, ୬,୩୦୦ ଏଚ୍-୧ବି ଭିସା ଏବଂ ପ୍ରାୟ ୩,୦୦୦ ଗ୍ରୀନ୍ କାର୍ଡର ଫାଇଦା ଉଠାଇଛି ।

  • ଏହି ନିଷ୍ପତ୍ତି ଭାରତୀୟଙ୍କ  ଉପରେ କିପରି ପ୍ରଭାବ ପକାଇବ?

ଆମେରିକାର ଜନଗଣନା ତଥ୍ୟ ଉପରେ ଆଧାରିତ ସାମ୍ପ୍ରତିକ ଆକଳନ ଅନୁଯାୟୀ, ଆମେରିକାରେ ୫.୨ ନିୟୁତରୁ ଅଧିକ ଭାରତୀୟ ବଂଶୋଦ୍ଭବ ଲୋକ ବାସ କରନ୍ତି। ଶ୍ରମ ପ୍ରମାଣପତ୍ର କାର୍ଯ୍ୟକ୍ରମ ସ୍ଥଗିତ ହେବା ଦ୍ୱାରା ଜଣେ କର୍ମଚାରୀଙ୍କ H-1B ଭିସା ସ୍ୱୟଂଚାଳିତ ଭାବରେ ବାତିଲ ହେବ ନାହିଁ, କିନ୍ତୁ ଏହା ଗ୍ରୀନ୍ କାର୍ଡ ପାଇବା ପ୍ରକ୍ରିୟାକୁ ପ୍ରଭାବିତ କରିପାରେ।
ପିଇଆର୍‌ଏମ୍ କାର୍ଯ୍ୟକ୍ରମ କ’ଣ: ପର୍ମାନେଣ୍ଟ ଲେବର ସାର୍ଟିଫିକେଶନ ପ୍ରୋଗ୍ରାମ ବା ପିଇଆରମ୍ ଶ୍ରମ ବିଭାଗର ଏକ ପ୍ରକ୍ରିୟା, ଯାହା ଆମେରିକାର ନିଯୁକ୍ତିଦାତାଙ୍କୁ ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଚାକିରିରେ ରଖିବା ପାଇଁ ସାର୍ଟିଫିକେଶନ୍ ଅନୁମତି ଦେଇଥାଏ । ଏହି ପ୍ରକ୍ରିୟା ଅଧୀନରେ ନିଯୁକ୍ତିଦାତାଙ୍କୁ ସାଧାରଣତଃ ଏହା ପ୍ରମାଣିତ କରିବାକୁ ହୁଏ ଯେ, ଚାକିରି ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଦକ୍ଷ, ଇଚ୍ଛୁକ, ଯୋଗ୍ୟ ଏବଂ ଉପଲବ୍ଧ ଆମେରିକୀୟ କର୍ମଚାରୀ ନାହାନ୍ତି । ବିଦେଶୀ କର୍ମଚାରୀଙ୍କୁ ଚାକିରିରେ ରଖିବା ଦ୍ୱାରା ସମାନ କାର୍ଯ୍ୟ କରୁଥିବା ଆମେରିକୀୟ କର୍ମଚାରୀଙ୍କ ଦରମା ଏବଂ କାର୍ଯ୍ୟ ସ୍ଥିତି ଉପରେ ଯେପରି ପ୍ରଭାବ ନ ପଡ଼େ ତାହା ସୁନିଶ୍ଚିତ କରିବାକୁ ହେବ । ଥରେ ଶ୍ରମ ବିଭାଗରୁ ଶ୍ରମ ପ୍ରମାଣନ ମଞ୍ଜୁରୀ ପାଇବା ପରେ ନିଯୁକ୍ତିଦାତା ଆମେରିକୀୟ ନାଗରିକତ୍ୱ ଏବଂ ପ୍ରବାସନ ସେବାରେ ଇମିଗ୍ରାଣ୍ଟ ପିଟିସନ ସହ ଆଗେଇପାରିବ । ଆମେରିକୀୟ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ଏହାର ଲକ୍ଷ୍ୟ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
US Action Hits TCS, HCL, Infosys and Five Other IT Companies | Argus News Odia