Trump AI Name Change / AIର ନାମ ବଦଳାଇଲେ ଡୋନାଲ୍ଡ ଟ୍ରମ୍ପ, ଏଣିକି କୁହାଯିବ ‘ସୁପର ଇଣ୍ଟେଲିଜେନ୍ସ’
·1 hour ago·2 min read

Key Points
ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା
ବଦଳିଗଲା AIର ନାମ
ଏଣିକି କୁହାଯିବ ‘ସୁପର ଇଣ୍ଟେଲିଜେନ୍ସ’
ବଦଳିଗଲା AIର ନାମ
ଏଣିକି କୁହାଯିବ ‘ସୁପର ଇଣ୍ଟେଲିଜେନ୍ସ’
ବଦଳିଗଲା AI ର ନାମ । ଏଣିକି AI ବଦଳରେ କୁହାଯିବ SI । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଘୋଷଣା ପରେ ଟେକ୍ନୋଲୋଜି ଦୁନିଆରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ହ୍ୱାଇଟ୍ ହାଉସ୍ରେ ଟେକ୍ ଜଗତର ଜାଏଣ୍ଟମାନଙ୍କ ସହ ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ ‘Artificial Intelligence’ ଏଣିକି ‘Super Intelligence’ ବା ‘SI’ ନାମରେ ପରିଚିତ ହେବ ।
ସେପ୍ଟମ୍ବର ୨୯ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଟେକ୍ ଜାଏଣ୍ଟମାନଙ୍କ ସହିତ ଏକ ବୈଠକ କରିଥିଲେ, ଯାହା ପରେ ସେ AI ନାମ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ ଅନେକ ପ୍ରମୁଖ ନେତା ମଧ୍ୟ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମ ବ୍ରିଫିଂରେ AI ର ନାମ ପରିବର୍ତ୍ତନ ହୋଇଥିବା ଟ୍ରମ୍ପ ଘୋଷଣା କରିଥିଲେ ।
ସେପ୍ଟେମ୍ବର ୨୯ରେ ହ୍ୱାଇଟ୍ ହାଉସ୍ରେ ଅନୁଷ୍ଠିତ ହୋଇଥିବା ବୈଠକରେ ମେଟା, ଗୁଗଲ୍, ଓପନ୍ଏଆଇ, ଆନ୍ଥ୍ରୋପିକ୍ ଓ ଅନ୍ୟାନ୍ୟ ପ୍ରମୁଖ ଟେକ୍ କମ୍ପାନୀର ନେତୃତ୍ୱ ଉପସ୍ଥିତ ଥିଲେ । ଏହି ବୈଠକରେ AIର ସୁରକ୍ଷା ଓ ବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପ କହିଛନ୍ତି ଯେ ‘Artificial’ ଶବ୍ଦଟି ଏହି ପ୍ରଯୁକ୍ତିକୁ କୃତ୍ରିମ କିମ୍ବା ନକଲି ଭାବରେ ଦର୍ଶାଉଛି । ତାଙ୍କ ମତରେ ‘Super Intelligence’ ଶବ୍ଦଟି ଏହି ପ୍ରଯୁକ୍ତିର କ୍ଷମତାକୁ ଅଧିକ ଭଲ ଭାବରେ ପ୍ରତିଫଳିତ କରେ । ଏହି ନାମ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ପରିବର୍ତ୍ତନ କରାଯାଇଛି ।
କାହିଁକି ବଦଳିଲା AIର ନାମ ?
ଆମେରିକା ସରକାରଙ୍କ ନୂଆ ନିର୍ଦ୍ଦେଶରେ କୁହାଯାଇଛି ଯେ ସରକାରୀ ଭାଷା ଏଭଳି ହେବା ଆବଶ୍ୟକ, ଯାହା ଏହି ପ୍ରଯୁକ୍ତିର ପରିବର୍ତ୍ତନକାରୀ କ୍ଷମତା ଓ ଆମେରିକୀୟ ଲୋକଙ୍କ ପାଇଁ ଏଥିରୁ ସୃଷ୍ଟି ହେଉଥିବା ସୁଯୋଗକୁ ପ୍ରତିଫଳିତ କରିପାରିବ। ଏହି କାରଣରୁ ‘Super Intelligence’ ଶବ୍ଦଟି ବ୍ୟବହାର କରାଯିବ ବୋଲି ଟ୍ରମ୍ପ ପ୍ରଶାସନ କହିଛି ।
ତେବେ ଟ୍ରମ୍ପ ପ୍ରଶାସନର ଏହି ନାମ ପରିବର୍ତ୍ତନ ଆମେରିକୀୟ ସରକାରୀ ବ୍ୟବହାର ପାଇଁ ଲାଗୁ ହେଉଥିବା ବେଳେ ବିଶ୍ୱସ୍ତରରେ ଏହି ପ୍ରଯୁକ୍ତିକୁ ବର୍ତ୍ତମାନ ମଧ୍ୟ Artificial Intelligence (AI) ନାମରେ ହିଁ ଜଣାଯାଉଛି ।

Related Topics
Explore more stories