US Cuts Tariffs / କାର୍ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା
·1 month ago·2 min read

Key Points
ଟ୍ରମ୍ପ ସରକାର ପାରସ୍ପରିକ ଟାରିଫ୍କୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ସେହିଭଳି ଋଷରୁ ତୈଳ ଆମଦାନୀକୁ ନେଇ ଲଗାଇଥିବା ଅତିରିକ୍ତ ୧୫ ପ୍ରତିଶତ ଟାରିଫ୍କୁ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେଇଛି ।
ନୂଆଦିଲ୍ଲୀ: ଭାରତ ଓ ଆମେରିକା ଶେଷର ବାଣିଜ୍ୟ ଚୁକ୍ତି (Trade Deal) ପାଇଁ ସହମତି ପ୍ରକାଶ କରିଛନ୍ତି । ଚୁକ୍ତି ଅନୁସାରେ, ଟ୍ରମ୍ପ ସରକାର ପାରସ୍ପରିକ ଟାରିଫ୍କୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ସେହିଭଳି ଋଷରୁ ତୈଳ ଆମଦାନୀକୁ ନେଇ ଲଗାଇଥିବା ଅତିରିକ୍ତ ୧୫ ପ୍ରତିଶତ ଟାରିଫ୍କୁ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେଇଛି ।
ଏହିଭଳି ଭାବେ ଦେଖିଲେ ଆମେରିକା ଟାରିଫ୍ରେ ମୋଟ ୩୨ ପ୍ରତିଶତ ହ୍ରାସ କରିଛି । ଭାରତ ଉପରେ ଟାରିଫ୍ ହ୍ରାସ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ବାଣିଜ୍ୟ ଚୁକ୍ତି ତୁରନ୍ତ ଲାଗୁ କରାଯିବ ।" ଯାହାକି ଭାରତ ପାଇଁ ଟାରିଫ୍କୁ ନେଇ ଏକ ଶୁଭ ସଂକେତ ।
ଏଥିସହ ପଢ଼ନ୍ତୁ: ଶେଷରେ ମୁଣ୍ଡ ନଇଁଲା ଆମେରିକା, ଏତିକି ପ୍ରତିଶତ କମାଇଲା ଟାରିଫ୍
ଏବେ ଆମେରିକା ଟାରିଫ୍ ବୋଝ କମାଇବା ପରେ ଆଶା କରାଯାଉଛି କମ୍ପାନୀ ଗୁଡ଼ିକର ଫାଇଦା ହେବ । ଆଗକୁ ବାଣିଜ୍ୟ ପ୍ରତିଯୋଗିତା ବଢ଼ିବା ସହ ଆହୁରି ଅଧିକରୁ ଅଧିକ ଅର୍ଡର ମିଳିବ । ଯାହା ଫଳରେ ନିଶ୍ଚିତ ଭାବେ କମ୍ପାନୀର ରାଜସ୍ଵ ବୃଦ୍ଧି ସହ ଲାଭ ବଢ଼ିବ ।
କେଉଁ କ୍ଷେତ୍ରକୁ ମିଳିବ ଲାଭ ?
ଆମେରିକା ଟାରିଫ୍ ହ୍ରାସ କରିବା ଦ୍ଵାରା ଭାରତରୁ ସାମଗ୍ରୀ ରପ୍ତାନୀ କରୁଥିବା କ୍ଷେତ୍ରକୁ ଲାଭ ମିଳିବ । ଏହା ପୂର୍ବରୁ ୨୦୨୫ ଅଗଷ୍ଟ ୨୭ରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇଥିାଲା । ଫଳରେ ଖର୍ଚ୍ଚ ବଢ଼ିବା ସହ ଆମେରିକା ବଜାରରେ ଭାରତୀୟ ସାମଗ୍ରୀର ଚାହିଦା ହ୍ରାସ୍ ପାଇଥିଲା ।
ଏବେ ଆମେରିକା ଟାରିଫ୍ କମାଇବା ଫଳରେ ଆମେରିକାରେ କାରବାର କରୁଥିବା ଭାରତୀୟ କମ୍ପାନୀଙ୍କୁ ଫାଇଦା ମିଳିବା ସହ ପ୍ରତିଯୋଗିତା ବଢ଼ିବ । ଆଗକୁ ଆହୁରି ଅଧିକ ଅର୍ଡର ମିଳିବା ଆଶା କରାଯାଉଛି । ବିଶେଷକରି ଟେକ୍ସଟାଇଲ୍, ସାମୁଦ୍ରିକ ଖାଦ୍ୟ, ଅଟୋ ପାର୍ଟ୍ସ, କେମିକାଲ୍ସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଦି କ୍ଷେତ୍ର ଫାଇଦା ପାଇବେ ।
ଏଥିସହ ପଢ଼ନ୍ତୁ: ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଗୋଟିଏ ଫୋନ୍ରେ କମିଲା ଟାରିଫ୍
ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ ଆଲୋଚନା କରିଥିଲେ । ଆଉ ଏହାପରେ ବାଣିଜ୍ୟ ଚୁକ୍ତି ନେଇ ସୂଚନା ଦେଇଥିଲେ । ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି ।
କହିଛନ୍ତି, "ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ତତ୍କାଳ ଲାଗୁ କରିବାକୁ ସହମତ ହୋଇଛୁ । ଭାରତ ଉପରେ ଲାଗିଥିବା ଟାରିଫ୍କୁ ୨୫ରୁ ୧୮ ପ୍ରତିଶକୁ ହ୍ରାସ କରିଛୁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories