ଚର୍ଚ୍ଚାରେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ ଏବଂ ପତ୍ନୀ ଉଷା ଚିଲୁକୁରୀ

Key Points
- ଆମେରିକାର ଉପ-ରାଷ୍ଟ୍ରପତି ହେବେ କି ଭାରତର ଜ୍ଵାଇଁ
- ଚର୍ଚ୍ଚାରେ ଆମେରିକା ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ପତ୍ନୀ
- ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଉଷା ଚିଲୁକୁରି
ଅର୍ଗସ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ଫ ଜେଡି ଭାନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଦିନେ ଜେଡି ଭାନ୍ସ ଟ୍ରମ୍ଫଙ୍କ ଦୃଢ ସମାଲୋଚକ ଭାବେ ତାଙ୍କୁ ବିରୋଧ କରୁଥିଲେ । ହେଲେ ଲୋକପ୍ରିୟତା ଥିବାରୁ ବିନା ସାଲିସରେ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଚୟନ କରି ତାଙ୍କ ସହଯୋଗୀ କରିବାକୁ ଚେଷ୍ଟା କରିଛନ୍ତି ଟ୍ରମ୍ଫ । ହେଲେ ଆପଣ ଜାଣନ୍ତି, ଜେଡି ଭାନ୍ସ ହେଉଛନ୍ତି ଭାରତର ଜ୍ବାଇଁ । ଅର୍ଥାତ ଜେଡିଙ୍କ ପତ୍ନୀ ଉଷା ଚିଲୁକୁରୀ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ସବୁଠୁ ବଡ କଥା ହେଉଛି ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଲା ହାରିସ ଥିବାବେଳେ ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା ହୋଇଥିବା ଜେଡି ଭାରତୀୟ ବଂଶୋଦ୍ଭବଙ୍କ ସ୍ବାମୀ ଅଟନ୍ତି ।
ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଟ କରୁଛନ୍ତି ଜେଡି ଭାନ୍ସଙ୍କ ପତ୍ନୀ ଉଷା ଚିଲୁକୁରୀ । ଉଷା ଜଣେ ପ୍ରବାସୀ ଭାରତୀୟଙ୍କ ଝିଅ ଅଟନ୍ତି । ସେ ଜଣେ ଓକିଲ ଅଟନ୍ତି । ସେ ପିଲାଦିନୁ କାଲିଫର୍ଣ୍ଣିଆରେ ବଡ ହୋଇଛନ୍ତି । ଉଷା ୟେଲ ବିଶ୍ବବିଦ୍ୟାଳୟରୁ ଇତିହାସରେ ଏବଂ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।
ୟେଲ ଲ' ସ୍କୁଲରେ ପଢିବା ସମୟରେ ହିଁ ସେ ପ୍ରଥମେ ଜେଡି ଭାନ୍ସଙ୍କୁ ଭେଟିଥଇଲେ । ସେଠାରେ ହିଁ ଉଭୟଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ୨୦୧୪ ମସିହାରେ ସେ ଜେଡିଙ୍କୁ ବିବାହ କରିଥିଲେ । ଜେଡି ଜଣେ ଖ୍ରୀଷ୍ଟିଆନ ହୋଇଥିବାରୁ ପ୍ରଥମେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରାଯାଇଥିଲା , ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା । ଏବେ ତାଙ୍କର ୨ଟି ପୁଅ ଏବଂ ଜଣେ କନ୍ୟା ସନ୍ତାନ ଅଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ତେବେ ନିଜର ସମସ୍ତ ସଫଳତାର ଶ୍ରେୟ ଜେଡି ନିଜର ପତ୍ନୀ ଉଷାଙ୍କୁ ଦିଅନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ , ଉଷା ହିନ୍ଦୁ ହୋଇ ବି ନିଜର ସ୍ବତନ୍ତ୍ର ଧାର୍ମିକ ବିଚାରଧାରା ଆପଣାଇବାକୁ ତାଙ୍କୁ ପ୍ରବର୍ତ୍ତାଉଥିଲେ । ଜେଡି ଭେନ୍ସଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଆମେରିକାର ଗ୍ଲୋବାଲ ରିଅଲ୍ ଇଷ୍ଟେଟ୍ ନିବେଶ ପରାମର୍ଶଦାତା ତଥା ଜଣାଶୁଣା ଉଦ୍ୟୋଗୀ ଏଆଇ ମେସନ କହିଛନ୍ତି, ଉଷା ଭାନ୍ସ ଜଣେ ଦକ୍ଷ ଆଇନଜୀବୀ । ଯଦି ଜେଡି ଉପରାଷ୍ଟ୍ରପତି ହୁଅନ୍ତି ତେବେ ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ କରିବା ପାଇଁ ସେ ତାଙ୍କ ସ୍ବାମୀଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।