Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

US Iran Tension / ଇରାନ ସୀମାରେ ପହଞ୍ଚିଲା ଆମେରିକା ଯୁଦ୍ଧ ଜାହାଜ, ଟ୍ରମ୍ପ ଇସାରା ଦେଲେ ଆରମ୍ଭ ହେବ ଯୁଦ୍ଧ !

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଇରାନ ସୀମାରେ ପହଞ୍ଚିଲା ଆମେରିକା ଯୁଦ୍ଧ ଜାହାଜ, ଟ୍ରମ୍ପ ଇସାରା ଦେଲେ ଆରମ୍ଭ ହେବ ଯୁଦ୍ଧ !
America-Iran

Key Points

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା !
ଇରାନ ସୀମାରେ ଆମେରିକୀୟ ଯୁଦ୍ଧ ଜାହାଜ !
ବଙ୍କରରେ ଲୁଚିଲେ ଖାମେନେଇ ?
ମୁହାଁମୁହିଁ ଇରାନ-ଆମେରିକା । କେବଳ ଟ୍ରମ୍ପଙ୍କ ଇସାରାକୁ ଅପେକ୍ଷା । ଇରାନ ସୀମାର ଫୁଲ ସ୍କେଲ୍ ମିଲିଟାରୀ ଷ୍ଟ୍ରାଇକ ପାଇଁ ପ୍ରସ୍ତୁତ ଆମେରିକୀୟ ଯୁଦ୍ଧ ଜାହାଜ । ଟ୍ରମ୍ପଙ୍କ ଇରାନ ବିରୋଧୀ ଅପରେସନକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇ ନିଆଁରେ ଘିଅ ଢାଳିଛି ଇସ୍ରାଏଲ । ଟ୍ରମ୍ପଙ୍କ ଫୁଲ ସ୍କେଲ୍ ମିଲିଟାରୀ ଷ୍ଟ୍ରାଇକକୁ ନେଇ ସାରା ବିଶ୍ବରେ ଆତଙ୍କ । ଟ୍ରମ୍ପ-ନେତନ୍ୟାହୁଙ୍କ ପଦକ୍ଷେପରେ ଦୋହଲିଲାଣି ଖାମନେଇଙ୍କ ସାମ୍ରାଜ୍ୟ ।

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ମୁହାଁମୁହିଁ ଇରାନ-ଆମେରିକା । କେବଳ ଟ୍ରମ୍ପଙ୍କ ଇସାରାକୁ ଅପେକ୍ଷା । ଇରାନ ସୀମାର ଫୁଲ ସ୍କେଲ୍ ମିଲିଟାରୀ ଷ୍ଟ୍ରାଇକ ପାଇଁ ପ୍ରସ୍ତୁତ ଆମେରିକୀୟ ଯୁଦ୍ଧ ଜାହାଜ । ଟ୍ରମ୍ପଙ୍କ ଇରାନ ବିରୋଧୀ ଅପରେସନକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇ ନିଆଁରେ ଘିଅ ଢାଳିଛି ଇସ୍ରାଏଲ । ଗାଜାକୁ ମହାଶ୍ମଶାନରେ ପରିଣତ କରି ମହାଶକ୍ତିର ପ୍ରମାଣ ଦେଇଥିବା IDF ଓ ଆମେରିକା ସେନାର ମିଳିତ ଷ୍ଟ୍ରାଇକକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଛି ।

ଏପଟେ ଇରାନର ପାଲଟା ଜବାବ ଯୁଦ୍ଧକୁ ଆହୁରି ଭୟଙ୍କର କରିଛି । ଆମେରିକାର ଯେକୌଣସି ଆକ୍ରମଣକୁ ଯୁଦ୍ଧ ଭାବେ ଗ୍ରହଣ କରାଯିବ ଓ ଏହାର ଜବାବ ପୂର୍ଣ୍ଣ ଶକ୍ତିର ସହ ଦିଆଯିବ ବୋଲି ଘୋଷଣା କରିଛନ୍ତି ଇରାନ ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲ୍ଲି ଖାମେନେଇ । ମଧ୍ୟପ୍ରାଚ୍ୟ ସାମୁଦ୍ରିକ ସୀମାରୁ ଶୁଭୁଛି ଆମେରିକାର ବିଶାଳ ନୌସେନା ଆର୍ମାଡା ଫ୍ଲିଟର ଗର୍ଜନ । ଇରାନର ଏକାଧିକ ନ୍ୟୁକ୍ଲିୟର ହବକୁ ଆମେରିକା ସେନା ଟାର୍ଗେଟରେ ରହିଛି ।

ବାହାରେ ଶତ୍ରୁ, ଭିତରେ ବି ଶତ୍ରୁ । ବଢୁଛି ଇରାନ ସୁପ୍ରିମ ଲିଡରଙ୍କ ସଂକଟ । ଖାମନେଇଙ୍କ ନେତୃତ୍ବ ବିରୋଧରେ ଗତବର୍ଷ ଡିସେମ୍ବର ୨୮ରୁ ଆରମ୍ଭ ହୋଇଥିବା ବିଦ୍ରୋହ ତେଜିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଇରାନ ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ପ୍ରାୟ ୬ ହଜାରରୁ ଅଧିକ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇସାରିଛି । ବିକ୍ଷୋଭ ଯୋଗୁ ଇରାନରେ ୧୮ ଦିନ ଧରି ଇଣ୍ଟରନେଟ ସେବା ବାତିଲ କରାଯାଇଛି । ଇରାନର ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି । ବିକ୍ଷୋଭକାରୀଙ୍କୁ ଦମନ ପାଇଁ ଇରାନର ସୁରକ୍ଷା କର୍ମୀମାନେ ଗୁଳି ମାଡ଼ କରୁଥିବାରୁ ଖାମେନେଇଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ବହୁ ପୂର୍ବରୁ ଚେତାଇ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ମଧ୍ୟପ୍ରାଚ୍ୟରେ ତୀବ୍ର ହେଉଛି ବାରୁଦର ଗନ୍ଧ । ଆମେରିକା ରାଷ୍ଟ୍ରପତିଙ୍କ ପଦକ୍ଷେପ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇଛି । ଇରାନ ଇଣ୍ଟରନ୍ୟାସନାଲ୍‌ର ରିପୋର୍ଟ ଅନୁଯାୟୀ, ଆମେରିକାର ଚେତାବନୀ ପରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ଏକ ସୁରକ୍ଷିତ ବଙ୍କରକୁ ସ୍ଥାନାନ୍ତର କରାଯାଇଛି । ଉତ୍ତର-ପୂର୍ବ ତେହେରାନର ଲାଭିଜାନ୍ ଅଞ୍ଚଳରେ ଥିବା ଏକ ଅତି ସୁଦୃଢ଼ ଭୂତଳ ବଙ୍କରରେ ଖାମେନେଇ ଏବଂ ତାଙ୍କ ପରିବାର କରିଛନ୍ତି ଆତ୍ମଗୋପନ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଇରାନକୁ ସମସ୍ତ ଉଡାଣ ବାତିଲ କରିଛି ଇଣ୍ଡିଗୋ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
US Warships Reach Near Iran Border, Trump Signals Possible War | Argus News