Videos
|
International

US Iran Tensions / ଇରାନର ଆକ୍ରମଣ ଡର; ବ୍ରିଟେନରୁ ଆମେରିକା ଖାଲି କଲା ସୈନ୍ୟ ଆଡ୍ଡା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଇରାନର ଆକ୍ରମଣ ଡର; ବ୍ରିଟେନରୁ ଆମେରିକା ଖାଲି କଲା ସୈନ୍ୟ ଆଡ୍ଡା
US Moves Aircraft to Germany Amid Iran Tensions

Key Points

ପ୍ରଥମେ RAF ଫେୟରଫୋର୍ଡ ଏୟାରବେସ ଆଉ ଏବେ RAF ମିଲ୍ଡେନହଲ୍ ଏୟାରବେସ୍ । କାହିଁକି ସୈନ୍ୟ ବିମାନ ଅପସାରଣ କରୁଛି ଆମେରିକା ?
ନୂଆଦିଲ୍ଲୀ: ଇରାନ ପକ୍ଷରୁ ଆକ୍ରମଣ ଆଶଙ୍କା ଭିତରେ ଆମେରିକା, ବ୍ରିଟେନରେ ଥିବା ଏକ ଏୟାରବେସରୁ ବିମାନକୁ ହଟାଇବା ଆରମ୍ଭ କରିଛି । ଆମେରିକାର ବିମାନଗୁଡ଼ିକ ସୋମବାର ବ୍ରିଟେନର ରୟାଲ୍ ଏୟାର ଫୋର୍ସ (RAF) ମିଲ୍ଡେନହଲ୍ ଏୟାରବେସ୍ ଛାଡ଼ିଛି ।

ଆମେରିକା ସେନାର ବିମାନ ଗୁଡ଼ିକ ଜର୍ମାନୀ ଓ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି । ବିଗତ କିଛି ସପ୍ତାହ ମଧ୍ୟରେ ଏହା ଦ୍ଵିତୀୟ ଘଟଣା । ଇରାନ ସହ ଜଡ଼ିତ ବିପଦ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନରୁ ତାର ସୈନ୍ୟ ବିମାନ ହଟାଇ ନେଇଛି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ, RAF ମିଲ୍ଡେନହଲ୍ ଏୟାରବେସ୍‌ରେ ଥିବା ଆମେରିକାର ୨ଟି ରିଫୁଏଲିଂ ଟ୍ୟାଙ୍କର ସୋମବାର ସକାଳ ଜର୍ମାନୀ ଯାଇଛି । ଯାହା ପରେ ସେଠାରୁ ଅନ୍ୟ ବିମାନ ଓ ଟ୍ୟାଙ୍କର ମଧ୍ୟ ଜର୍ମାନୀ ସହ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଇରାନ ସହ ସରିଲା ଯୁଦ୍ଧ… ହାରିଯାଇ ଟ୍ରମ୍ପ କଲେ ଘୋଷଣା… ଆମେରିକାକୁ ୭ ସର୍ତ୍ତ ଶୁଣାଇଲା ଇରାନ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟରେ କରାଯାଇଥିବା ଦାବି ଅନୁସାରେ, ଇରାନ ପକ୍ଷରୁ ଦିଆଯାଇଥିବା ଧମକ ପରେ ଆମେରିକା ଏଭଳି ପଦକ୍ଷେପ ନେଇଛି । ଏହା ପୂର୍ବରୁ ସେପ୍ଟେମ୍ବରରେ ବ୍ରିଟେନର ଦକ୍ଷିଣ-ପଶ୍ଚିମରେ ଥିବା RAF ଫେୟରଫୋର୍ଡ ଏୟାରବେସ ବାହାରୁ ୫ଜଣ ବ୍ରିଟିଶ ନାଗରିକଙ୍କୁ ଗିରଫ କରାଯାଇଥିଲା ।

ଯାହା ପରେ ଆମେରିକା ସୁରକ୍ଷା ଦୃଷ୍ଟିରୁ ସେଠାରୁ B-1 ବମ୍ବର ହଟାଇ ନେଇଥିଲା । RAF ଫେୟରଫୋର୍ଡର ବ୍ୟବହାର ଆମେରିକା, ଇରାନ ଉପରେ ଆକ୍ରମଣ ପାଇଁ ମଧ୍ୟ କରିଥିଲା । ଏଭଳି ବିଗତ କିଛି ସପ୍ତାହ ମଧ୍ୟରେ ବ୍ରିଟେନର ଦୁଇଟି ଭିନ୍ନ ସୈନ୍ୟ ଆଡ୍ଡାରୁ ଆମେରିକା ବିମାନ ହଟାଇଛି ।

କ'ଣ କହିଲା ବ୍ରିଟେନ୍ ?

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, "ସାଧାରଣତଃ ଅନ୍ୟ ଦେଶର ସୈନ୍ୟ ଗତିବିଧି ଉପରେ ଟିପ୍ପଣୀ କରୁ ନଥାଉ । ପରିଚାଳନା ଆବଶ୍ୟକତା ଅନୁଯାୟୀ ବିମାନ ଓ ସୈନ୍ୟ ସମ୍ବଳକୁ ନିୟମିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠା ଯାଇଥାଏ ।"

ତେବେ ବର୍ତ୍ତମାନ RAF ମିଲ୍ଡେନହଲ୍ ଏୟାରବେସ‌କୁ ମିଳିଥିବା ଧମକକୁ ସାର୍ବଜନୀନ କରାଯାଇ ନାହିଁ । କିନ୍ତୁ, ଆମେରିକାର ଲଗାତାର ଦ୍ଵିତୀୟ ଥର ବ୍ରିଟେନରୁ ସୈନ୍ୟ ବିମାନ ଅପସାରଣ କରିବା ପରେ ଇରାନ ସହ ଜଡ଼ିତ ବିପଦକୁ ନେଇ ଚିନ୍ତା ଓ ଚର୍ଚ୍ଚା ବଢ଼ିଛି ।