USS Abraham Lincoln / ଇରାନ ମିସାଇଲ ହମଲାରେ ଥରହର ଆବ୍ରାହମ୍ ଲିଙ୍କନ; ଆକ୍ରମଣକୁ ନେଇ କ'ଣ କହିଲେ ରାଷ୍ଟ୍ରପତି ଟ୍ରମ୍ପ
·1 week ago·4 min read

Key Points
ଇରାନ ସହ ଚାଲିଥିବା ଯୁଦ୍ଧ ବେଳେ ଆମେରିକା ନୌସେନାର ଗର୍ବ କୁହାଯାଉଥିବା ୟୁଏସଏସ ଆବ୍ରାହମ ଲିଙ୍କନ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।
Iran Missile Strike on USS Abraham Lincoln: ମଧ୍ୟ ପ୍ରାଚ୍ୟ ସଂକଟ ସମୟରେ ଇରାନ ଦ୍ୱାରା ମିସାଇଲ ଆକ୍ରମଣରେ ଥରହର ହୋଇଉଠିଛି ୟୁଏସଏସ ଆବ୍ରାହମ ଲିଙ୍କନ। ଆମେରିକା ନୌସେନାର ଗର୍ବ କୁହାଯାଉଥିବା ଏହି ବିମାନ ବାହକ ଯୁଦ୍ଧପୋତ ଉପରେ ଇରାନ ପ୍ରାୟ ଶହେରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିବାର ଖବର ମିଳିଛି। ଏକଥା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ଇରାନ ୟୁଏସଏସ ଆବ୍ରାହାମ ଲିଙ୍କନକୁ ଟାର୍ଗେଟ କରି ମିସାଇଲ ହମଲା କରିଥିଲା। ଯଦିଓ ୟୁଏସଏସ ଆବ୍ରାହାମ ଲିଙ୍କନ୍ ଉପରେ ଆକ୍ରମଣ କରିଥିବା ଇରାନ ପୂର୍ବରୁ ସ୍ପଷ୍ଟ କରିସାରିଛି। ହେଲେ ସେତେବେଳେ ଇରାନ ହେଉଥିବା ଏହି ଦାବି ଉପରେ ଆମେରିକା କୌଣସି ପ୍ରତିକ୍ରିୟା ରଖିନଥିଲା। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଇରାନ ଆବ୍ରାହାମ ଲିଙ୍କନ ଉପରେ ଦୁଇଟି କିମ୍ବା ଚାରୋଟି ନୁହେଁ ବରଂ ୧୦୧ କ୍ଷେପଣାସ୍ତ୍ର ମାଡ଼ କରିଛି।
ସମସ୍ତ କ୍ଷେପଣାସ୍ତ୍ର ସମୁଦ୍ରରେ ନିକ୍ଷେପ କରାଯାଇଥିଲା: ଟ୍ରମ୍ପ
ଆମେରିକା ରାଷ୍ଟ୍ରପତିଙ୍କ କହିବା ଅନୁଯାୟୀ ୟୁଏସଏସ ଆବ୍ରାହମ ଲିଙ୍କନ ଉପରେ ମାଡ଼ କରାଯାଇଥିବା ସମସ୍ତ ଇରାନୀ କ୍ଷେପଣାସ୍ତ୍ରକୁ ଗୋଟିଏ ପରେ ଗୋଟିଏ ସମୁଦ୍ରରେ ମାରି ଖସାଇ ଦିଆଯାଇଥିଲା। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂକଟ ସମୟରେ ଆମେରିକୀୟ ବିମାନ ବାହକ ଯୁଦ୍ଧପୋତ ଉପରେ ଇରାନ ଦ୍ୱାରା ଆକ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। କାରଣ ଆମେରିକା ନୌସେନାର ଏହି ଦ୍ୱିତୀୟ ବୃହତ୍ତମ ବିମାନ ବାହକ ଜାହାଜ ସାମରିକ ଅଭିଯାନ ବେଳେ ସମୁଦ୍ରରେ ଏକାକୀ କାର୍ଯ୍ୟ କରେ ନାହିଁ। ବରଂ ଅନ୍ୟ ଯୁଦ୍ଧଜାହାଜ ଏହା ସହିତ ସହଯୋଗରେ ରହିଥାନ୍ତି। ଏହାକୁ ଏକ ବିମାନ ବାହକ ଯୁଦ୍ଧ ଗୋଷ୍ଠୀ (US Navy Carrier Strike Group) ମଧ୍ୟ କୁହାଯାଏ। ଏହା ବ୍ୟତୀତ ଏହି ଗୋଷ୍ଠୀରେ କେବଳ ଯୁଦ୍ଧଜାହାଜ ନୁହେଁ ବରଂ ବୁଡ଼ାଜାହାଜ ମଧ୍ୟ ଅନ୍ତର୍ଭୂକ୍ତ ହୋଇଥାଏ। କେବଳ ଆବ୍ରାହାମ ଲିଙ୍କନ ଯୁଦ୍ଧପୋତରେ ଅଶୀରୁ ଅଧିକ ଲଢ଼ୁଆ ଜେଟ୍ ଏବଂ ଆକ୍ରମଣରେ ବ୍ୟବହାର ହେଉଥିବା ହେଲିକପ୍ଟର ଘଣ୍ଟା ଘଣ୍ଟା ନିୟୋଜିତ ହୋଇଥାନ୍ତି। ଏହି ଯୁଦ୍ଧ ଜାହାଜରେ ବିଭିନ୍ନ ଲଢୁଆ ବିମାନ ଯଥା ଏଫ-୧୮ ସୁପର ହର୍ନେଟ୍, ଇଏ-୧୮ଜି ଗ୍ରୋଲର୍ସ, ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏଫ-୩୫ ଲଢ଼ୁଆ ବିମାନ ଏବଂ ଏମଏଚ-୬୦ଆର୍ ହେଲିକପ୍ଟର ମଧ୍ୟ ମୁତୟନ ହୋଇ ରହିଥାନ୍ତି। ଏହା ବ୍ୟତୀତ ଆବ୍ରାହାମ ଲିଙ୍କନ ସହିତ ଯାଉଥିବା ସମସ୍ତ ଯୁଦ୍ଧଜାହାଜରେ ରାଡାର ସଜ୍ଜିତ ହୋଇ ରହିଥାଏ। ଯାହା ଯେକୌଣସି ପ୍ରକାରର ଆକ୍ରମଣକୁ ମୁହୂର୍ତ୍ତକ ମଧ୍ୟରେ ପ୍ରତିହତ କରିବାକୁ ସକ୍ଷମ। ଏହା ମିସାଇଲ୍ ଏବଂ ରକେଟ୍ ସହିତ ସୁସଜ୍ଜିତ। ଯାହା ଶତ୍ରୁ ପକ୍ଷର ଆକ୍ରମଣକୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ନଷ୍ଟ କରିଦିଏ।
ଆକ୍ରମଣକୁ ନେଇ କ'ଣ କହୁଥିଲା ଇରାନ?
ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (Islamic Revolutionary Guard Corps) ପୂର୍ବରୁ ଦାବି କରିଥିଲା ଯେ, ଆଇଆରଜିସି (IRGC) ଦ୍ୱାରା ଆମେରିକାର ବିମାନ ବାହକ ଯୁଦ୍ଧପୋତ ଆବ୍ରାହାମ ଲିଙ୍କନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ସଠିକ ହେବା ସହ ସଫଳ ମଧ୍ୟ ହୋଇଥିଲା। ଆଇଆରଜିସି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଭୟରେ ଆମେରିକା ଆବ୍ରାହାମ ଲିଙ୍କନକୁ ହର୍ମୁଜ୍ ପ୍ରଣାଳୀରୁ ବହୁ ଦୂରକୁ ନେଇଯାଇଥିଲା। ସେତେବେଳେ ଆଇଆଜିସି ମଧ୍ୟ ଦାବି କରିଥିଲା ଯେ ସେମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ଆମେରିକୀୟ ଆବ୍ରାହାମ ଲିଙ୍କନ୍ କ୍ଷତିଗ୍ରସ୍ତ ହୋଇଛି। ହେଲେ ସେତେବେଳେ ଆମେରିକା ସେନାର କେନ୍ଦ୍ରୀୟ କମାଣ୍ଡ ଆଇଆଜିସି ଦ୍ୱାରା ହେଉଥିବା ଦାବିକୁ ଖଣ୍ଡନ କରିଥିଲା। ହେଲେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତିଙ୍କ ସଦ୍ୟତମ ସ୍ୱୀକାରୋକ୍ତି ସ୍ପଷ୍ଟ କରୁଛି ଯେ ଆମେରିକା ପୂର୍ବରୁ ଆବ୍ରାହାମ ଲିଙ୍କନ ଉପରେ ଆକ୍ରମଣକୁ ନେଇ ମିଛ କହୁଥିଲା। ଏହି ସମସ୍ତ କାରଣ ପାଇଁ ଏବେ ଆମେରିକୀୟ ବିମାନ ବାହକ ଆବ୍ରାହାମ ଲିଙ୍କନ ପୁଣି ଥରେ ଚର୍ଚ୍ଚାକୁ ଆସିଛି।
କାହିଁକି ଏତେ ସ୍ୱତନ୍ତ୍ର ୟୁଏସଏସ ଆବ୍ରାହାମ ଲିଙ୍କନ?
ଆମେରିକା ନୌସେନାର ଗର୍ବ କୁହାଯାଉଥିବା ୟୁଏସଏସ ଆବ୍ରାହାମ ଲିଙ୍କନ ଏକ ପରମାଣୁ ଶକ୍ତି ସମ୍ପନ୍ନ ବିମାନ ବାହକ ଯୁଦ୍ଧ ପୋତ। ଯାହା ଦୀର୍ଘକାଳୀନ କାର୍ଯ୍ୟ ପାଇଁ ସକ୍ଷମ। ଏହି ଯୁଦ୍ଧ ଜାହାଜ ଏହାର ଇନ୍ଧନ ପାଇଁ ପରମାଣୁ ଶକ୍ତି ବ୍ୟବହାର କରେ। ଏହାକୁ ୧୯୮୯ ମସିହାରେ ଆମେରିକା ନୌସେନରେ ସାମିଲ କରାଯାଇଥିଲା ଏହାକୁ ସବୁଠାରୁ ବଡ଼ ଏବଂ ଉନ୍ନତ ବିମାନବାହୀ ଜାହାଜ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ବିମାନବାହୀ ଜାହାଜ ଆମେରିକାର ୧୬ତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ନାମରେ ନାମିତ ହୋଇଛି। ୯/୧୧ ଆକ୍ରମଣ ପରେ ଆମେରିକା ସେନା ପକ୍ଷରୁ ଇରାକ, ଆଫଗାନିସ୍ତାନ ଏବଂ ସିରିଆରେ ହୋଇଥିବା ଆତଙ୍କବାଦ ବିରୋଧି ଅଭିଯାନରେ ଏକ ବଡ଼ ଭୂମିକା ନିର୍ବାହ କରିଥିଲା ୟୁଏସଏସ ଆବ୍ରାହାମ ଲିଙ୍କନ। ଆମେରିକା ଫେବୃଆରୀ ୨୮ରେ ଇରାନ ଉପରେ ଆକ୍ରମଣ କରିବା ଏହି ଯୁଦ୍ଧପୋତ ମଧ୍ୟ ପ୍ରାଚ୍ୟରେ ପହଞ୍ଚିଥିଲା। ଏନେଇ ଆମେରିକା ସେନାର କେନ୍ଦ୍ରୀୟ କମାଣ୍ଡ କହିଥିଲା ଯେ ଏହାକୁ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ନିୟୋଜିତ କରାଯାଇଛି।
ୟୁଏସଏସ ଆବ୍ରାହାମ ଲିଙ୍କନ ଯୁଦ୍ଧପୋତର ବିଶେଷତ୍ୱ କ'ଣ?
ୟୁଏସଏସ ଆବ୍ରାହାମ ଲିଙ୍କନ ପ୍ରାୟ ୩୩୩ ମିଟରରୁ କମ୍ ଲମ୍ବା ହୋଇଥିବା ବେଳେ ଏହାର ସର୍ବାଧିକ ୭୭ ମିଟର ପର୍ଯ୍ୟନ୍ତ ଚଉଡ଼ା। ଏହାର ଓଜନ ପ୍ରାୟ ୧ ଲକ୍ଷ ଟନ୍। ଏଥିରେ ପ୍ରାୟ ୫୫୦୦ ନୌସେନିକ ନିୟୋଜିତ ହୋଇଥାନ୍ତି । ଏହାର ଘଣ୍ଟା ପ୍ରତି ବେଗ ପ୍ରାୟ ୫୬ କିଲୋମିଟର। ଏହି ଯୁଦ୍ଧ ପରମାଣୁ ଶକ୍ତି ସମ୍ପନ୍ନ ହୋଇଥିବାରୁ ଏହା ମାସ ମାସ କିମ୍ବା ବର୍ଷ ବର୍ଷ ଧରି ସମୁଦ୍ରରେ ଏହାର କାର୍ଯ୍ୟ କରିପାରିବ। ଏହି ଜାହାଜ ସର୍ବଶ୍ରେଷ୍ଠ ରାଡାର ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ସହିତ ସୁସଜ୍ଜିତ। ଏହି ଜାହାଜରୁ ଶତ୍ରୁ ପକ୍ଷ ଉପରେ ବିମାନ ଆକ୍ରମଣ ସହ ସେମାନଙ୍କ ଗତିବିଧି ଉପରେ ସତର୍କ ନଜର ରଖାଯାଇ ପାରିବ। ଏହି ବିମାନ ବାହକ ଜାହାଜକୁ ଆରବ ସାଗର ଏବଂ ଓମାନ ଉପସାଗରରେ ଅନେକ ଥର ମୁତୟନ କରାଯାଇ ସାରିଛି। ଏହା ଆମେରିକା ନୌସେନାର ଶକ୍ତିର ପ୍ରତୀକ। ହେଲେ ଇରାନ ଦ୍ୱାରା ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୟୁଏସଏସ ଆବ୍ରାହାମ ଲିଙ୍କନ କମ୍ପି ଉଠିବା ଆମେରିକାର ମହାଶକ୍ତି ସ୍ଥିତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories