Videos
|
International

Russo Ukrainian War Casualties 2026 / ନାଟୋ ପକ୍ଷରୁ ବଡ଼ ଖୁଲାସା; ମାସକରେ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୫୦ ହଜାର ଋଷୀୟ

Subhramjit Ray
Browse all articles by Subhramjit Ray
·1 hour ago·2 min read
ନାଟୋ ପକ୍ଷରୁ ବଡ଼ ଖୁଲାସା; ମାସକରେ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୫୦ ହଜାର ଋଷୀୟ
Russo Ukrainian War Casualties 2026

Key Points

ଜଣେ ନାଟୋ ଅଧିକାରୀଙ୍କ କହିବା ଅନୁଯାୟୀ ଗତ ମାସରେ ୟୁକ୍ରେନ୍ ଠାରେ ୫୦ ହଜାରରୁ ଅଧିକ ଋଷୀୟ ହତାହତ ହୋଇଛନ୍ତି। ଯେଉଁଥିରେ ୨୮,୦୦୦ ଲୋକ ପ୍ରାଣ ହରାଇଛନ୍ତି।
ଋଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆସିଛି ଚାଞ୍ଚଲ୍ୟ କରିଦେବା ଭଳି ଖବର। ଏହି ଯୁଦ୍ଧ କାରଣରୁ ଗୋଟିଏ ମାସରେ ପ୍ରାୟ ୫୦ ହଜାର ଋଷୀୟ ପ୍ରାଣ ହରାଇଛଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଖୁଲାସା କରିଛି ଆମେରିକା ନେତୃତ୍ୱାଧିନ ସାମରିକ ମେଣ୍ଟ ନାଟୋ। ଏନେଇ ପ୍ରତିକ୍ରିୟା ରଖି ଜଣେ ବରିଷ୍ଠ ନାଟୋ ଅଧିକାରୀ କହିଛନ୍ତି ଗତ ମାସରେ ୟୁକ୍ରେନ୍ ଠାରେ ୫୦ ହଜାରରୁ ଅଧିକ ଋଷୀୟ ମୃତାହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୮ ହଜାର ସୈନିକ ପ୍ରାଣ ହରାଇଥିଲେ। ଏହି ସଂଖ୍ୟା ୟୁକ୍ରେନ୍ ସୈନ୍ୟବାହିନୀକୁ ହୋଇଥିବା କ୍ଷୟକ୍ଷତି ଠାରୁ ବହୁତ ଅଧିକ। ଅନ୍ୟପଟେ ଗତମାସରେ ଯୁଦ୍ଧ କାରଣରୁ ୟୁକ୍ରେନ୍ ରେ ପ୍ରାୟ ୫୦୦୦ ଲୋକ ମୃତାହତ ହୋଇଥିଲେ।

ଋଷୀୟ ସୈନ୍ୟବାହିନୀ ୟୁକ୍ରେନ୍ ରେ ଏକ ଆକ୍ରମଣାତ୍ମକ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରୁଛି। ସୈନିକଙ୍କୁ ଏପରି ସ୍ଥାନରେ ନିୟୋଜିତ କରାଯାଉଛି ଯେଉଁଠି ଡ୍ରୋନ୍, ବାରୁଦ ସୁଡଙ୍ଗ, ତୋପ ଖାନା ଅନ୍ୟାନ୍ୟ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ରହିଛି। ଏହି ଅଞ୍ଚଳ "ହତ୍ୟା କ୍ଷେତ୍ର" (Kill Zone) ଭାବରେ ଜଣାଶୁଣା। ଏପରି ପ୍ରୟାସ ସତ୍ତ୍ୱେ କ୍ଷୟକ୍ଷତି ପରିମାଣ ବହୁତ ଅଧିକ ବୋଲି ଜଣାଯାଏ।

ଏହା ସହ ପଢନ୍ତୁ: ରଷିଆ ଦେଲା ଚେତାବନୀ; କହିଲା ତୁରନ୍ତ କୀଭ୍ ଛାଡ଼ନ୍ତୁ ବିଦେଶୀ କୂଟନୀତିଜ୍ଞ-ନାଗରିକ; ନହେଲେ...

ଉପରୋକ୍ତ ସଂଖ୍ୟା ଯୁଦ୍ଧରେ ହେଉଥିବା ଖର୍ଚ୍ଚକୁ ଦର୍ଶାଉଛି। ଋଷିଆର ସାମରିକ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି। ଚଳିତ ବର୍ଷର ଖର୍ଚ୍ଚ ମୂଳ ଯୋଜନା ଅପେକ୍ଷା ପ୍ରାୟ ୪୦ ପ୍ରତିଶତ ଅଧିକ ହେବା ନେଇ ଆକଳନ କରାଯାଇଛି। ପ୍ରାୟ ୪ ବର୍ଷରୁ ଅଧିକ ସମୟରେ ଧରି ଚାଲିଥିବା ଏହି ସଂଘର୍ଷ ଯୋଗୁଁ ଉଭୟ ପକ୍ଷ ଉପରେ ଚାପ ବୃଦ୍ଧି ପାଇଛି। ୟୁକ୍ରେନ୍ କିଛି କ୍ଷେତ୍ରରେ କ୍ଷେତ୍ରୀୟ ସଫଳତା ମଧ୍ୟ ହାସଲ କରିଛି। ଏତେ ବଡ଼ ପରିମାଣର କ୍ଷତି ଯୁଦ୍ଧ ଜାରି ରଖିବାର କ୍ଷମତାକୁ ପ୍ରଭାବିତ କରିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜର୍ମାନ ଗୁଇନ୍ଦା ମୁଖ୍ୟଙ୍କ ସମେତ ଅନେକ ଅଧିକାରୀ କହିଛନ୍ତି ଯେ, ଋଷିଆ-ୟୁକ୍ରେନ୍ ଯୁଦ୍ଧର ଗତିଶୀଳତା ଏପରି ହୋଇଯାଇଛି ଯେ ରାଜନୈତିକ ମୂଲ୍ୟ ବିନା ଏହାକୁ ସମାପ୍ତ କରିବା କଷ୍ଟକର। ଏହି କ୍ଷତି ଋଷିଆ ପାଇଁ ଘରୋଇ ସ୍ତରରେ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଆନ୍ତର୍ଜାତୀୟ ସ୍ତରରେ ଏହି ସଂଖ୍ୟା ଯୁଦ୍ଧକୁ ଜାରି ରଖିବା ଏବଂ ଶାନ୍ତି ପ୍ରୟାସର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛି। ନାଟୋ ଅଧିକାରୀଙ୍କ ଏହି ସଂଖ୍ୟା ଯୁଦ୍ଧର ଭାରୀ ମାନବୀୟ ମୂଲ୍ୟକୁ ଦର୍ଶାଉଛି। ଏହି ପରିସ୍ଥିତି ଉଭୟ ପକ୍ଷ ପାଇଁ ଚିନ୍ତାଜନକ। ସାମରିକ କ୍ଷୟକ୍ଷତି ବୃଦ୍ଧି ପାଉଥିବାରୁ ସ୍ଥାୟୀ ସମାଧାନ ପାଇଁ କୂଟନୈତିକ ପ୍ରୟାସ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।