Utkal Divas Canada / ବିଦେଶରେ ଓଡ଼ିଆ ଗୌରବ, କାନାଡାରେ ପାଳିତ ହେଲା ଉତ୍କଳ ଦିବସ
·1 hour ago·1 min read

Key Points
ପ୍ରବାସୀ ଓଡ଼ିଆଙ୍କ ଉତ୍ସାହ
ଟୋରୋଣ୍ଟୋରେ ଉତ୍କଳ ଦିବସ ପାଳନ
ସାମିଲ ହେଲେ ୨୦୦ ଓଡ଼ିଆ ପରିବାର
ଟୋରୋଣ୍ଟୋରେ ଉତ୍କଳ ଦିବସ ପାଳନ
ସାମିଲ ହେଲେ ୨୦୦ ଓଡ଼ିଆ ପରିବାର
ଗତ ଏପ୍ରିଲ ୨୫ ତାରିଖରେ କାନାଡାର ଟୋରୋଣ୍ଟୋ ସହରରେ ଓଡ଼ିଶା ସୋସାଇଟି ଅଫ୍ କାନାଡା ପକ୍ଷରୁ ଉତ୍କଳ ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଓଡ଼ିଆ ପରିବାର ସାମିଲ ହୋଇଥିଲେ ।
ଓଡ଼ିଆ ସଂସ୍କୃତିକୁ ଦେଶ ବାହାରେ ମଧ୍ୟ ଜୀବିତ ରଖିବାରେ ଓଡ଼ିଶା ସୋସାଇଟି ଅଫ୍ କାନାଡାର ଏହି ପ୍ରୟାସ ଖୁବ ପ୍ରଶଂସନୀୟ ରହିଛି । ସଭାପତି ବବିତା ମହାନ୍ତି, ଉପସଭାପତି ସୁରେଶ ସାହୁଙ୍କ ସହିତ ସଂଗଠନର କାର୍ଯ୍ୟକର୍ତ୍ତାମାନେ— କୁଲଦୀପ ଦାଶ, ସୌମ୍ୟ ରଞ୍ଜନ ସ୍ୱାଇଁ, ସୁଧୀର ସୁରୁ, ରାଜେଶ କୁମାର ସନ୍ଦୂଲୁ, ଅବିନାଶ ବଶା, ପ୍ରଭାତ କୁମାର ସାହୁ ଏବଂ ବନ୍ଦନିକା ମହାପାତ୍ର କାର୍ଯ୍ୟକ୍ରମକୁ ସୂଚାର ଭାବେ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କାନାଡାରେ ଭାରତ ସରକାରଙ୍କ ବାଣିଜ୍ୟ ଦୂତାବାସର ପ୍ରଧାନ ଅଧିକାରୀ ମହାବୀର ସିଂଭି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ । ସେ ପ୍ରାୟ ୫୦୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହିତ ଓଡ଼ିଆ ସାଂସ୍କୃତିକ ପ୍ରଦର୍ଶନ, ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ସାଂସ୍କୃତିକ ଉପସ୍ଥାପନା ସହ ଛୋଟ ଓ ବଡ଼ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । ଏହା ସହିତ ଓଡ଼ିଶାର ପ୍ରସିଦ୍ଧ ସୁସ୍ୱାଦୁ ବ୍ୟଞ୍ଜନ ଉପସ୍ଥିତ ଓଡ଼ିଆ ଏବଂ ଅଣ-ଓଡ଼ିଆ ଅତିଥିମାନଙ୍କ ମଧ୍ୟରେ ବହୁତ ଆଦୃତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ୱେଚ୍ଛାସେବକମାନଙ୍କ ଉତ୍ସାହ ଓ ପ୍ରୟାସ ଖୁବ ପ୍ରଶଂସନୀୟ ଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories