Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Earthquake / ଶକ୍ତିଶାଳୀ ଭୂକମ୍ପ ଝଟକା କମ୍ପିଉଠିଲା ଭାନୁଆଟୁ

Subhramjit Ray
Browse all articles by Subhramjit Ray
·3 months ago·2 min read
ଶକ୍ତିଶାଳୀ ଭୂକମ୍ପ ଝଟକା କମ୍ପିଉଠିଲା ଭାନୁଆଟୁ
Vanuatu Earthquake 2026 March

Key Points

ସୋମବାର ଅନୁଭଊତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ କମ୍ପି ଉଠିଛି ଭାନୁଆଟୁ।
Vanuatu jolts with 7.3 magnitude earthquake: ସୋମବାର (ମାର୍ଚ୍ଚ ୩୦) ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଛି ଭାନୁଆଟୁ। ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ ଦେଶର ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ରେ ୭.୩ ରହିଥିବା ଜଣାପଡ଼ିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଏହି ତଥ୍ୟ ପ୍ରଦାନ କରିଛି। ଅନ୍ୟପଟେ ଆମେରିକା ସୁନାମୀ ଚେତାବନୀ କେନ୍ଦ୍ର କହିଛି ଯେ ସୋମବାର ଅନୂଭୂତ ହୋଇଥିବା ଭୂମିକମ୍ପ କାରଣରୁ କୌଣସି ସୁନାମୀ ସତର୍କତା ଜାରି ହୋଇନାହିଁ।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୩୦ କିଲୋମିଟର ଗଭୀରତାରେ ରହିଥିବାର ଜଣାପଡ଼ିଛି। ଭାନୁଆଟୁରେ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ବାରମ୍ବାର ଅନୁଭୂତ ହୋଇଥାଏ। ଏହି ଭୂକମ୍ପର ପ୍ରଭାବ କାରଣରୁ କେତେକ ସମୟରେ ସୁନାମୀ ମଧ୍ୟ ଆସିଥାଏ। ତଥାପି ଏହି ଭୂମିକମ୍ପ ଅଧିକାଂଶ ସମୟରେ ବିନାଶକାରୀ ହୋଇନଥାଏ। ନୁହେଁ। ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଭାନୁଆଟୁ ଅନେକ ଛୋଟ ଛୋଟ ଦ୍ୱୀପପୁଞ୍ଜର ସମାହାର।

କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ?
ପୃଥିବୀ ପୃଷ୍ଠରେ ରହିଥିବା ସାତଟି ଟେକଟୋନିକେ୍ ପ୍ଲେଟ୍ (Tectonic Plates of Earth) ସବୁବେଳେ ଗତିଶୀଳ ଅବସ୍ଥାରେ ରହିଥାଏ। ଯେଉଁଠିରେ ଏହି ପ୍ଲେଟ ପରସ୍ପର ସହ ଧକ୍କା ହୋଇଥାନ୍ତି, ସେତେବେଳେ ଏହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ। ବାରମ୍ବର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ। ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ। ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ। ଯାହା ପରେ ଭୂମିକମ୍ପ ରୂପରେ ବାହାରକୁ ଆସିଥାଏ। ଜାଣନ୍ତୁ କେତେ ତୀବ୍ରତା ବିଶିଷ୍ଟ ଭୂମିମ୍ପ କେତେ ମାତ୍ରାରେ କ୍ଷତି ପହଞ୍ଚାଇଥାଏ?

ରିକ୍ଟର ସ୍କେଲ ତୀବ୍ରତା ଏବଂ ଏହା ଦ୍ୱାରା ଅନୁଭୂତ ହେଉଥିବା ପ୍ରଭାବ
୦-୧.୯: କେବଳ ସେସମୋଗ୍ରାଫ (Seismograph) ମାଧ୍ୟମରେ କମ୍ପନ ଜଣାପଡିଥାଏ।
୨-୨.୯: ହାଲୁକା କମ୍ପନ ଅନୁଭୂତ ହୋଇଥାଏ।
୩-୩୯: କୌଣସି ଭାରୀ ଯାନ ରାସ୍ତାରେ ଗଲା ଭଳି ଅନୁଭୂତ ହୋଇଥାଏ।
୪-୪.୯: ଘରର ଝରକା ଭାଙ୍ଗିଯିବା ସହ କାନ୍ଥରେ ଟଙ୍ଗା ହୋଇଥିବା ସାମଗ୍ରୀ ତଳକୁ ଖସିପଡ଼େ।
୫-୫.୯: ଘରେ ରହିଥିବା ବିଭିନ୍ନ ଆସବାବ ପତ୍ର ଦୋହଲିବା ଆରମ୍ଭ କରେ।
୬-୬.୯: ଘରର ମୂଳଦୁଆ ଭାଙ୍ଗି ଯାଇପାରେ କିମ୍ବା ଉପର ମହଲା କ୍ଷତିଗ୍ରସ୍ତ ହୋଇପାରେ।
୭-୭.୯: ଘର ଭୁଷୁଡି଼ ପଡେ କିମ୍ବା ମାଟି ତଳେ ରହିଥିବା ପାଇପ ଫାଟିଯାଏ।
୮-୮.୯: ଘର ସହିତ ବଡ ବଡ ପୋଲ ଭାଙ୍ଗିରୁଜି ଯାଏ ଏବଂ ସୁନାମୀ ହେବାର ଆଶଙ୍କା ରହିଥାଏ
୯ କିମ୍ବା ଏହା ଠାରୁ ଅଧିକ: ସମ୍ପୂର୍ଣ୍ଣ ବିଧ୍ୱଂସକାରୀ। ଯେଉଁଥିରେ ପୃଥିବୀର ପୃଷ୍ଠ ଭାଗ ଦୋହଲୁଥିବାର କିମ୍ବା କମ୍ପି ଉଠିଥାଏ। ସମୁଦ୍ର ନିକଟବର୍ତ୍ତୀ ହେଲେ ସୁନାମୀ ଆସିପାରେ।

ଏଥିସହ ପଢ଼ନ୍ତୁ: ଭୂ-କମ୍ପ ଝଟକାରେ ଥରିଲା ପ୍ରଶାନ୍ତ ମହାସାଗର: ରିକ୍ଟର ସ୍କେଲରେ ତୀବ୍ରତା ୭.୬...ଘର ବାହାରକୁ ଦୌଡ଼ିଲେ ଲୋକେ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7.3 Magnitude Earthquake Hits Vanuatu: No Tsunami Threat Reported | Argus News