Attack On Venezuela / ପୁଣି ଭେନେଜୁଏଲା ଉପରେ କିଏ କଲା ଆଟାକ୍ ? ରାଷ୍ଟ୍ରପତି ଭବନରେ ପଶିଲା ଅଜଣା ଡ୍ରୋନ୍
·6 months ago·2 min read

Key Points
ଆମେରିକାର ଆକ୍ରମଣ ପରେ ରାଷ୍ଟ୍ରପତି ଭବନ ବାହାରେ କିଏ କଲା ଗୁଳିମାଡ଼ ? ସୋମବାର ବିଳମ୍ବିତ ରାତିରେ ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଭୀଷଣ ଗୁଳିଗୋଳା ବର୍ଷଣ ହୋଇଛି ।
କାରାକାସ: ଭେନେଜୁଏଲା ଉପରେ ପୁଣି ଆକ୍ରମଣ । ଆମେରିକାର ଆକ୍ରମଣ ପରେ ରାଷ୍ଟ୍ରପତି ଭବନ ବାହାରେ କିଏ କଲା ଗୁଳିମାଡ଼ ? ସୋମବାର ବିଳମ୍ବିତ ରାତିରେ ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଭୀଷଣ ଗୁଳିଗୋଳା ବର୍ଷଣ ହୋଇଛି ।
ରିପୋର୍ଟ ଅନୁସାରେ, ମିରଫ୍ଲୋରେସ ମହଲ ଉପରେ ଅଜଣା ଡ୍ରୋନ୍ ଉଡ଼ିଥିଲା । ଡ୍ରୋନ୍କୁ ଯବାବ ଦେବାକୁ ଯାଇ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ । ବେଶ୍ କିଛି ସମୟ ଧରି ରାଷ୍ଟ୍ରପତି ଭବନ ବାହାରେ ଗୁଳିଗୋଳା ବର୍ଷଣ ଚାଲିଥିଲା ।
ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା; ସାମ୍ବାଦିକଙ୍କୁ ଗୁଳି କଲେ, ବ୍ୟବସାୟୀଙ୍କୁ ହାଣିଦେଲେ
ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ନ୍ୟୁୟର୍କ ନେଇ ଯାଇଛି । ଡେଲ୍ସି ରୋଡ୍ରିଗଜଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରାଯାଇଥିବା ବେଳେ ଏଭଳି ଗୁଳିମାଡ଼ ପୁଣି ଭେନେଜୁଏଲାବାସୀଙ୍କୁ ବିବ୍ରତ କରିଛି ।
ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଭୀଷଣ ଗୁଳିଗୋଳାର ଶବ୍ଦ ଶୁଣାଯାଉଛି । ଆକାଶରେ ଫାୟାରିଂ ହେଉଥିବା ଦେଖା ଯାଉଛି । ଅଜଣା ଡ୍ରୋନ୍କୁ ଭେନେଜୁଏଲା ସୁରକ୍ଷାକର୍ମୀ ଖସାଇବାକୁ ପ୍ରୟାସ କରୁଛନ୍ତି ।
ସୂଚନା ଅନୁସାରେ, ଏହି ଗୁଳିମାଡ଼ ରାଷ୍ଟ୍ରପତି ଭବନର ଉତ୍ତର ପଟେ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି କିମ୍ବା ମୃତାହତ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।
ଭେନେଜୁଏଲାରେ ଆମେରିକା ସୈନ୍ୟ ଅପରେସନ୍ କରି ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଗିରଫ କରି ନେଇଛି । ସୋମବାର ନିକୋଲସଙ୍କୁ ନ୍ୟୁୟର୍କର ଏକ ସଂଘୀୟ ଅଦାଲତରେ ହାଜର କରାଯାଇଛି ।
ଏଥିସହ ପଢ଼ନ୍ତୁ: 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ
ନିକୋଲସ ମାଦୁରୋଙ୍କୁ ଉପରେ ଆମେରିକା ଅବୈଧ ଡ୍ରଗ୍ସ ଚାଲାଣ ସହ ଆତଙ୍କବାଦ ଭଳି ଗମ୍ଭୀର ଅଭିଯୋଗ ଲଗାଇଛି । ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଓ ଫ୍ଲୋରେସଙ୍କୁ କଡ଼ା ସୁରକ୍ଷାରେ କୋର୍ଟରେ ହାଜର କରାଯାଇଥିଲା ।
କୋର୍ଟରେ ଶୁଣାଣି ବେଳେ ମାଦୁରୋ ଓ ଫ୍ଲରେଶ ଉଭୟ ଅଭିଯୋଗକୁ ଭିତ୍ତିହୀନ କହିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଏପରିକି ମାଦୁରୋ ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି ଥିବା ଜୋର୍ ଦେଇ କହିଛନ୍ତି । ଯେତେବେଳେ କି ଅନ୍ତରୀଣ ରାଷ୍ଟ୍ରପତି ଭାବେ ଡେଲ୍ସି ରୋଡ୍ରିଗଜ୍ ଶପଥ ନେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories