Venus Jupiter conjunction 2026 / ମଙ୍ଗଳବାର ହେବ ଶୁକ୍ର-ବୃହସ୍ପତି ମହାମିଳନ; ଖାଲି ଆଖିରେ ଦେଖିପାରିବେ ଏହି ଖଗୋଳୀୟ ଘଟଣା
·2 hours ago·3 min read

Key Points
ଜୁନ ୯ ତାରିଖ ମଙ୍ଗଳବାର ସୂର୍ଯ୍ୟାସ୍ତ ପରେ ଆପଣ ଶୁକ୍ର-ବୃହସ୍ପତି ଗ୍ରହକୁ ଅତି ନିକଟତର ହେଉଥିବାର ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣାକୁ ଦେଖିପାରିବେ। ସୂର୍ଯ୍ୟାସ୍ତ ହେବାର ପ୍ରାୟ ୩୦ ରକୁ ୪୫ ମିନିଟ୍ ପରେ ଏହି ମହାଜାଗତିକ ଦୃଶ୍ୟ ମହାକାଶରେ ଦୃଶ୍ୟମାନ ହେବ।
how to watch Venus Jupiter conjunction: ମଙ୍ଗଳବାର (ଜୁନ୍ ୯) ମହାକାଶରେ ଦେଖିବାକୁ ମିଳିବ ଏକ ବିରଳ ଖଗୋଳୀୟ ଦୃଶ୍ୟ। ଯେତେବେଳେ ବୃହସ୍ପତି ଏବଂ ଶୁକ୍ର ବହୁତ ନିକଟତର ହେବେ। ଦୁଇଟି ଗ୍ରହ ମଧ୍ୟରେ ଦୂରତା ପ୍ରାୟ ୧.୫ ଡିଗ୍ରୀ ରହିବ। ସୂର୍ଯ୍ୟାସ୍ତ ପରେ ଏହି ଘଟଣା ଖୋଲା ଆଖିରେ ଦୃଶ୍ୟମାନ ହେବ। ଏହି ମହା ଜାଗତିକ ଦୃଶ୍ୟକୁ ଦେଖିବା ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବ ନାହିଁ। ଯଦିଓ ସୌରଜଗତର ଦୁଇଟି ଉଜ୍ଜ୍ୱଳ ଗ୍ରହ ବୃହସ୍ପତି ଏବଂ ଶୁକ୍ର ପରସ୍ପର ଠାରୁ କୋଟି କୋଟି କିଲୋମିଟର ଦୂରତାରେ ଅଛନ୍ତି। ହେଲେ ଆଜି ସେମାନଙ୍କର ମିଳନ ଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଯାହାକୁ ଗ୍ରହଙ୍କ ମହାସଂଯୋଗ କୁହାଯାଏ।
ସୂର୍ଯ୍ୟାସ୍ତ ପରେ ଶୁକ୍ର-ବୃହସ୍ପତି ସଂଯୋଗ ଦୃଶ୍ୟ
ସୂର୍ଯ୍ୟାସ୍ତ ପରେ ବୃହସ୍ପତି ଏବଂ ଶୁକ୍ର ଗ୍ରହ ମହାକାଶରେ ପରସ୍ପରର ବହୁତ ନିକଟତର ହେବେ। ଏହା ଏପରି ଦେଖାଯିବ ଯେପରି ଦୁଇଟି ଗ୍ରହ ପରସ୍ପରକୁ ସ୍ପର୍ଶ କରିବାକୁ ଯାଉଛନ୍ତି। ମଙ୍ଗଳବାର ସନ୍ଧ୍ୟା ୭:୧୫ ପରେ ସୂର୍ଯ୍ୟାସ୍ତ ହେବାର ଠିକ୍ ୩୦ ରୁ ୪୫ ମିନିଟ୍ ପରେ ପଶ୍ଚିମ ଦିଗବଳୟ ଆଡ଼କୁ ଦେଖନ୍ତୁ। ଯେଉଁଠାରେ ସୂର୍ଯ୍ୟାସ୍ତ ହୋଇଛି। ଆପଣ ନିଜେ ମଧ୍ୟ ଏହି ବିରଳ ଘଟଣାକୁ ଦେଖିପାରିବେ। ଏପରିକି ଏହାକୁ କ୍ୟାମେରାରେ ମଧ୍ୟ କଏଦ କରିପାରିବେ।
ବୃହସ୍ପତି ଏବଂ ଶୁକ୍ର ଗ୍ରହକୁ କିପରି ଚିହ୍ନିବେ?
ମହାକାଶରେ ଦୃଶ୍ୟମାନ ହେଉଥିବା ସବୁଠାରୁ ଉଜ୍ଜ୍ୱଳ ଧଳା ରଙ୍ଗର ତାରା ହେଉଛି ଶୁକ୍ର (Venus)। ଏହା ପାଖରେ ଦ୍ୱିତୀୟ ଉଜ୍ଜ୍ୱଳ ସ୍ଥାନ ହେବ ବୃହସ୍ପତି (Jupiter)। ଏହି ରେଖାରେ ବୁଧ (Mercury) ଗ୍ରହକୁ ମଧ୍ୟ ଦେଖିହେବ। ପୃଥିବୀରୁ ଦେଖିଲେ ବୃହସ୍ପତି ଏବଂ ଶୁକ୍ର ପରସ୍ପରର ବହୁତ ନିକଟତର ନଜର ଆସିଥାନ୍ତି। ହେଲେ ବୃହସ୍ପତି-ଶୁକ୍ର ପ୍ରକୃତରେ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଅଛନ୍ତି। ଯେତେବେଳେ ଆମେ ପୃଥିବୀରୁ ଉଭୟକୁ ଆକାଶକୁ ଦେଖୁ, ସେତେବେଳେ ଆମେ ସେହି ଦୂରତାକୁ ଅନୁଭବ କରି ପାରୁନାହୁଁ। ଯେଉଁଥିପାଇଁ ସେମାନେ ଆମକୁ ଅତି ପାଖରେ ନଜର ଆସିଥାନ୍ତି।
ବୃହସ୍ପତି-ଶୁକ୍ର ମଧ୍ୟରେ ଦୂରତା
ଯଦିଓ ବୃହସ୍ପତି-ଶୁକ୍ର ଗ୍ରହ ଆକାଶରେ ପରସ୍ପରର ନିକଟତର ଦେଖା ଯାଇଥାନ୍ତି, ହେଲେ ଯଦି ପୃଥିବୀରୁ ଏହାକୁ ଦେଖାଯାଏ ତାହାଲେ ଏହା କେବଳ ଏକ ଭ୍ରମ ମାତ୍ର। ଏହି ଦୁଇଟି ଗ୍ରହ ମହାକାଶରେ କୋଟି କୋଟି କିଲୋମିଟର ଦୂରରେ ଅଛନ୍ତି। ଶୁକ୍ର-ବୃହସ୍ପତି ମଧ୍ୟରେ ହାରାହାରି ଦୂରତା ପ୍ରାୟ ୬୭ କୋଟି କିଲୋମିଟର। ଉଭୟ ଗ୍ରହ ସୂର୍ଯ୍ୟକୁ ଭିନ୍ନ ବେଗରେ ପରିକ୍ରମା କରିଥାନ୍ତି। ଉଭୟ ଗ୍ରହ ମଧ୍ୟରେ ସର୍ବନିମ୍ନ ଦୂରତା ପ୍ରାୟ ୫୨.୮ କୋଟି କିଲୋମିଟର ଏବଂ ସର୍ବାଧିକ ଦୂରତା ୮୧.୪ କୋଟି କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
ପୃଥିବୀ ଠାରୁ ଉଭୟ ଗ୍ରହର ଦୂରତା
ପୃଥିବୀ ଠାରୁ ଏହି ୨ ଗ୍ରହର ଦୂରତା ମଧ୍ୟ ନିରନ୍ତର ପରିବର୍ତ୍ତନ ହୁଏ। ଶୁକ୍ର ପୃଥିବୀ ଠାରୁ ପ୍ରାୟ ୧୮ ରୁ ୨୦ କୋଟି କିଲୋମିଟର ଦୂରରେ ଅବସ୍ଥିତ। ଯାହା ପୃଥିବୀର ନିକଟତମ ଗ୍ରହ ମଧ୍ୟରୁ ଅନ୍ୟତମ। ଏହାର ଛୋଟ ଆକାର ସତ୍ତ୍ୱେ, ଏହା ସବୁଠାରୁ ଉଜ୍ଜ୍ୱଳମୟ ତାରା ଭାବରେ ଚମକି ଉଠିଥାଏ। ବୃହସ୍ପତି ଠାରୁ ପୃଥିବୀ ପ୍ରାୟ ୮୫ ରୁ ୯୦ କୋଟି କିଲୋମିଟର ଦୂରରେ ରହିଛି।
ଏହା ସହିତ ପଢନ୍ତୁ: ନୀଳ ସୂର୍ଯ୍ୟାସ୍ତ ସହ ଝଲସୁଥିବା ତାରା; କିପରି ଦେଖାଯାଏ ମଙ୍ଗଳ ଗ୍ରହର ଆକାଶ?
ଶୁକ୍ର: ନର୍କ ଭଳି ଏକ ଗରମ ଗ୍ରହ
ଶୁକ୍ର ଗ୍ରହକୁ ପୃଥିବୀର ଯମଜ ଭଉଣୀ (Twin Planet) ମଧ୍ୟ କୁହାଯାଏ। ଏହାର ଆକାର ଏବଂ ବସ୍ତୁତ୍ୱ ପୃଥିବୀ ସହିତ ସମାନ। ସୌରମଣ୍ଡଳରେ ବୁଧ ସୂର୍ଯ୍ୟର ସବୁଠାରୁ ନିକଟତମ ଗ୍ରହ, ହେଲେ ଶୁକ୍ର ହେଉଛି ସବୁଠାରୁ ଉତ୍ତପ୍ତ ଗ୍ରହ। ଏହାର ଘନ ବାୟୁମଣ୍ଡଳ ୯୬% କାର୍ବନ ଡାଇଅକ୍ସାଇଡ୍ ରହିଛି। ଏହି ଗ୍ରହର ତାପମାତ୍ରା ୪୬୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିପାରେ। ଯାହା ଜୀବନକୁ ଅସମ୍ଭବ କରିଥାଏ। ସୌରମଣ୍ଡଳର ଅଧିକାଂଶ ଗ୍ରହର ବିପରୀତ, ଶୁକ୍ର ପୂର୍ବରୁ ପଶ୍ଚିମକୁ ଘୂରିଥାଏ। ଯାହାର ଅର୍ଥ ହେଉଛି ପଶ୍ଚିମରେ ସୂର୍ଯ୍ୟୋଦୟ ଏବଂ ପୂର୍ବରେ ସୂର୍ଯ୍ୟାସ୍ତ ହୋଇଥାଏ। ପୃଥିବୀର ଚନ୍ଦ୍ର ଭଳି ଶୁକ୍ର ଗ୍ରହର କୌଣସି ପ୍ରାକୃତିକ ଉପଗ୍ରହ ନାହିଁ।
ବୃହସ୍ପତି: ସୌରମଣ୍ଡଳର ରାଜା
ବୃହସ୍ପତି ହେଉଛି ସୌରମଣ୍ଡଳର ସବୁଠାରୁ ବଡ଼ ଏବଂ ଭାରୀ ଗ୍ରହ। ଏହା ଏତେ ବଡ଼ ଯେ ପୃଥିବୀ ଭଳି ପ୍ରାୟ ୩୦୦ ଗ୍ରହ ଏହା ମଧ୍ୟରେ ରହିପାରିବେ। ଏହା ବଲ୍ ଆକାରର ଏକ ଗ୍ୟାସ୍ ପିଣ୍ଡୁଳା। ଶୁକ୍ର ଗ୍ରହ ପରି ଏହାର କୌଣସି କଠିନ ପୃଷ୍ଠଭାଗ ନାହିଁ। ଏହା ମୁଖ୍ୟତଃ ହାଇଡ୍ରୋଜେନ ଏବଂ ହିଲିୟମ୍ ଗ୍ୟାସ୍ ଦ୍ୱାରା ଗଠିତ। ଏହା ସୌରଜଗତରେ ସବୁଠାରୁ ଦ୍ରୁତ ଗତିରେ ଏହାର ଅକ୍ଷ ପଥରେ ଘୂରିଥାଏ। ଏଠାରେ ଦିନ କେବଳ ୧୦ ଘଣ୍ଟା ପାଇଁ ହୋଇଥାଏ। ପୃଥିବୀର ଚନ୍ଦ୍ର ଭଳି ବୃହସ୍ପତିର ୯୫ ପ୍ରାକୃତିକ ଉପଗ୍ରହ ରହିଛି। ଏହାର ବାୟୁମଣ୍ଡଳରେ ଏକ ବିରାଟ ଝଡ଼ ଘଟିଥାଏ।

A Venus-Jupiter conjunction tomorrow night kicks off a mini planetary parade – with Mercury joining the scene through June 15.
— NASA JPL (@NASAJPL) June 8, 2026
Look west just after sunset to see the planets cozied up! pic.twitter.com/O6YCFjmf0S
ବୃହସ୍ପତି-ଶୁକ୍ର ମଧ୍ୟରେ ଦୂରତା
ଯଦିଓ ବୃହସ୍ପତି-ଶୁକ୍ର ଗ୍ରହ ଆକାଶରେ ପରସ୍ପରର ନିକଟତର ଦେଖା ଯାଇଥାନ୍ତି, ହେଲେ ଯଦି ପୃଥିବୀରୁ ଏହାକୁ ଦେଖାଯାଏ ତାହାଲେ ଏହା କେବଳ ଏକ ଭ୍ରମ ମାତ୍ର। ଏହି ଦୁଇଟି ଗ୍ରହ ମହାକାଶରେ କୋଟି କୋଟି କିଲୋମିଟର ଦୂରରେ ଅଛନ୍ତି। ଶୁକ୍ର-ବୃହସ୍ପତି ମଧ୍ୟରେ ହାରାହାରି ଦୂରତା ପ୍ରାୟ ୬୭ କୋଟି କିଲୋମିଟର। ଉଭୟ ଗ୍ରହ ସୂର୍ଯ୍ୟକୁ ଭିନ୍ନ ବେଗରେ ପରିକ୍ରମା କରିଥାନ୍ତି। ଉଭୟ ଗ୍ରହ ମଧ୍ୟରେ ସର୍ବନିମ୍ନ ଦୂରତା ପ୍ରାୟ ୫୨.୮ କୋଟି କିଲୋମିଟର ଏବଂ ସର୍ବାଧିକ ଦୂରତା ୮୧.୪ କୋଟି କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
ପୃଥିବୀ ଠାରୁ ଉଭୟ ଗ୍ରହର ଦୂରତା
ପୃଥିବୀ ଠାରୁ ଏହି ୨ ଗ୍ରହର ଦୂରତା ମଧ୍ୟ ନିରନ୍ତର ପରିବର୍ତ୍ତନ ହୁଏ। ଶୁକ୍ର ପୃଥିବୀ ଠାରୁ ପ୍ରାୟ ୧୮ ରୁ ୨୦ କୋଟି କିଲୋମିଟର ଦୂରରେ ଅବସ୍ଥିତ। ଯାହା ପୃଥିବୀର ନିକଟତମ ଗ୍ରହ ମଧ୍ୟରୁ ଅନ୍ୟତମ। ଏହାର ଛୋଟ ଆକାର ସତ୍ତ୍ୱେ, ଏହା ସବୁଠାରୁ ଉଜ୍ଜ୍ୱଳମୟ ତାରା ଭାବରେ ଚମକି ଉଠିଥାଏ। ବୃହସ୍ପତି ଠାରୁ ପୃଥିବୀ ପ୍ରାୟ ୮୫ ରୁ ୯୦ କୋଟି କିଲୋମିଟର ଦୂରରେ ରହିଛି।
ଏହା ସହିତ ପଢନ୍ତୁ: ନୀଳ ସୂର୍ଯ୍ୟାସ୍ତ ସହ ଝଲସୁଥିବା ତାରା; କିପରି ଦେଖାଯାଏ ମଙ୍ଗଳ ଗ୍ରହର ଆକାଶ?
ଶୁକ୍ର: ନର୍କ ଭଳି ଏକ ଗରମ ଗ୍ରହ
ଶୁକ୍ର ଗ୍ରହକୁ ପୃଥିବୀର ଯମଜ ଭଉଣୀ (Twin Planet) ମଧ୍ୟ କୁହାଯାଏ। ଏହାର ଆକାର ଏବଂ ବସ୍ତୁତ୍ୱ ପୃଥିବୀ ସହିତ ସମାନ। ସୌରମଣ୍ଡଳରେ ବୁଧ ସୂର୍ଯ୍ୟର ସବୁଠାରୁ ନିକଟତମ ଗ୍ରହ, ହେଲେ ଶୁକ୍ର ହେଉଛି ସବୁଠାରୁ ଉତ୍ତପ୍ତ ଗ୍ରହ। ଏହାର ଘନ ବାୟୁମଣ୍ଡଳ ୯୬% କାର୍ବନ ଡାଇଅକ୍ସାଇଡ୍ ରହିଛି। ଏହି ଗ୍ରହର ତାପମାତ୍ରା ୪୬୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିପାରେ। ଯାହା ଜୀବନକୁ ଅସମ୍ଭବ କରିଥାଏ। ସୌରମଣ୍ଡଳର ଅଧିକାଂଶ ଗ୍ରହର ବିପରୀତ, ଶୁକ୍ର ପୂର୍ବରୁ ପଶ୍ଚିମକୁ ଘୂରିଥାଏ। ଯାହାର ଅର୍ଥ ହେଉଛି ପଶ୍ଚିମରେ ସୂର୍ଯ୍ୟୋଦୟ ଏବଂ ପୂର୍ବରେ ସୂର୍ଯ୍ୟାସ୍ତ ହୋଇଥାଏ। ପୃଥିବୀର ଚନ୍ଦ୍ର ଭଳି ଶୁକ୍ର ଗ୍ରହର କୌଣସି ପ୍ରାକୃତିକ ଉପଗ୍ରହ ନାହିଁ।
ବୃହସ୍ପତି: ସୌରମଣ୍ଡଳର ରାଜା
ବୃହସ୍ପତି ହେଉଛି ସୌରମଣ୍ଡଳର ସବୁଠାରୁ ବଡ଼ ଏବଂ ଭାରୀ ଗ୍ରହ। ଏହା ଏତେ ବଡ଼ ଯେ ପୃଥିବୀ ଭଳି ପ୍ରାୟ ୩୦୦ ଗ୍ରହ ଏହା ମଧ୍ୟରେ ରହିପାରିବେ। ଏହା ବଲ୍ ଆକାରର ଏକ ଗ୍ୟାସ୍ ପିଣ୍ଡୁଳା। ଶୁକ୍ର ଗ୍ରହ ପରି ଏହାର କୌଣସି କଠିନ ପୃଷ୍ଠଭାଗ ନାହିଁ। ଏହା ମୁଖ୍ୟତଃ ହାଇଡ୍ରୋଜେନ ଏବଂ ହିଲିୟମ୍ ଗ୍ୟାସ୍ ଦ୍ୱାରା ଗଠିତ। ଏହା ସୌରଜଗତରେ ସବୁଠାରୁ ଦ୍ରୁତ ଗତିରେ ଏହାର ଅକ୍ଷ ପଥରେ ଘୂରିଥାଏ। ଏଠାରେ ଦିନ କେବଳ ୧୦ ଘଣ୍ଟା ପାଇଁ ହୋଇଥାଏ। ପୃଥିବୀର ଚନ୍ଦ୍ର ଭଳି ବୃହସ୍ପତିର ୯୫ ପ୍ରାକୃତିକ ଉପଗ୍ରହ ରହିଛି। ଏହାର ବାୟୁମଣ୍ଡଳରେ ଏକ ବିରାଟ ଝଡ଼ ଘଟିଥାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Venus Jupiter conjunction 2026how to watch Venus Jupiter conjunctionnaked eye planetary alignmentVenus and Jupiter tonightbrightest planetary pair 2026Sky gazing events June 2026cosmic kiss planetsplanet tracking time Indiasee Venus Jupiter without telescopewestern horizon stargazing tipsastronomy events tonight