Violence in Kathmandu; ବଢୁଛି ମୃତ୍ୟୁ ସଂଖ୍ୟା, କାଠମାଣ୍ଡୁରେ କର୍ଫ୍ୟୁ ଘୋଷଣା

Key Points
ନେପାଳରେ ତେଜୁଛି ପ୍ରତିବାଦ
ରାଜଧାନୀ କାଠମାଣ୍ଡୁରେ କର୍ଫ୍ୟୁ ଘୋଷଣା
ମୃତ୍ୟୁ ସଂଖ୍ୟା 16 କୁ ବୃଦ୍ଧି
ନେପାଳରେ ସୋସିଆଲ ମିଡିଆ କଟକଣାକୁ ନେଇ ତେଜୁଛି ପ୍ରତିବାଦ । ମୃତ୍ୟୁ ସଂଖ୍ୟା 16 କୁ ବୃଦ୍ଧି । ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ହୋଇଥିବା ଦେଖିବାକୁ ମିଳିଛି । ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ନେପାଳ ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରୁଛନ୍ତି ହଜାର ହଜାର ଛାତ୍ର । ଏନେଇ ସଂସଦ ଭବନ ବାହାରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ବିକ୍ଷୋଭକାରୀକୁ ଅଟକାଇବାକୁ ଗୁଳିମାଡ଼ କରିଛି ପୋଲିସ । ରାଜଧାନୀ କାଠମାଣ୍ଡୁରେ କର୍ଫ୍ୟୁ ଘୋଷଣା କରାଯାଇଛି । କେ.ପି. ଶର୍ମା ଓଲି ସରକାରଙ୍କ ଦୁର୍ନୀତି ବିରୋଧରେ ଲୋକଙ୍କ ପ୍ରତିବାଦ ଜୋର ଧରିଛି । ନେପାଳ ସରକାରଙ୍କ ପକ୍ଷରୁ ଫେସବୁକ୍, ଏକ୍ସ, ହ୍ବାଟସ ଆପ୍ ଓ ୟୁଟ୍ୟୁବକୁ ବ୍ୟାନ କରାଯାଇଛି ।
#WATCH | Nepal | Protestors vandalise the Parliament gate as the protest turned violent in Kathmandu, as people staged a massive protest against the ban on Facebook, Instagram, WhatsApp and other social media sites, leading to clashes between police and protesters pic.twitter.com/dkh9Mg7BGc
— ANI (@ANI) September 8, 2025
ବିକ୍ଷୋଭକାରୀ ସଂସଦ ଭବନର ୨ ନମ୍ବର ଗେଟ୍ ନିକଟରେ ନିଆଁ ଲଗାଇ ଦେଇଛନ୍ତି । ଦମକଳ ବାହିନୀ ନିଆଁ ଲିଭାଇବାକୁ ପ୍ରୟାଶ କରୁଛି । ରାଜଧାନୀ କାଠମାଣ୍ଡୁରେ ରାତି ୧୦ଟା ପର୍ଯ୍ୟନ୍ତ ପୋଲିସ କର୍ଫ୍ଯୁ ଲାଗୁ କରିଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମ ଓଲି ସରକାର ବିରୋଧରେ ଦେଶର ବିଭିନ୍ନ ସହରରେ ବିକ୍ଷୋଭ ହେଉଛି । ହ୍ଵାଟ୍ସଆପ୍, ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏକ୍ସ, ଲିଙ୍କଡଇନ୍, ସ୍ନାପଚାଟ ଭଳି ୨୬ଟି ଆସେସ୍ ନେପାଳରେ ବ୍ଲକ୍ କରି ଦିଆଯାଇଛି । ସରକାର ଦେଇଥିବା ୭ ଦିନ ସମୟ ସୀମା ଭିତରେ ଏଭଳି ୨୬ଟି କମ୍ପାନୀ ପଞ୍ଜୀକରଣ କରି ନପାରିବାରୁ ଏ ସବୁର ବ୍ୟବହାରକୁ ନେପାଳରେ ନିଷିଦ୍ଧ କରାଯାଇଛି ।
📱 Get Argus News App
✨#UPDATE | Nepal Police says, "Nine people have lost their lives as Protest turned violent in Kathmandu as people staged a massive protest against the ban on Facebook, Instagram, WhatsApp and other social media sites, leading to clashes between police and protesters" https://t.co/2gM8GGjJdx
— ANI (@ANI) September 8, 2025
ଆହୁରି ପଢନ୍ତୁ ନେପାଳରେ Gen-Zର ପ୍ରତିବାଦ ତୀବ୍ର; ସୋସିଆଲ୍ ମିଡିଆ ନିଷେଧକୁ ନେଇ ବିକ୍ଷୋଭ ବେଳେ ଗୁଳିମାଡ଼, ଜଣେ ମୃତ