Vishal Garg / CEO ପଦରୁ ବିଶାଲ ଗର୍ଗ ବିଦା; ଗୋଟିଏ Zoom କଲ୍ରେ ୯୦୦ କର୍ମଚାରୀଙ୍କୁ ଦେଇଥିଲେ ଛଟେଇ ନୋଟିସ୍
·1 hour ago·2 min read

Key Points
ନେଇ ଯାଇଥିଲେ ୯୦୦ ଜଣଙ୍କ ଚାକିରି । ଆଉ ଏବେ ସେହି CEOଙ୍କୁ ପଦରୁ ବିଦା କରିଛି କମ୍ପାନୀ । Better Home & Financeର CEO ଓ ପ୍ରତିଷ୍ଠାତା ବିଶାଲ ଗର୍ଗ ଏବେ ଆଉ କମ୍ପାନୀର CEO ନାହାନ୍ତି ।
ନୂଆଦିଲ୍ଲୀ: ଅନଲାଇନ୍ରେ ଗୋଟିଏ ମିଟିଂ । ନେଇ ଯାଇଥିଲେ ୯୦୦ ଜଣଙ୍କ ଚାକିରି । ଆଉ ଏବେ ସେହି CEOଙ୍କୁ ପଦରୁ ବିଦା କରିଛି କମ୍ପାନୀ । ଆମେରିକାର ଡିଜିଟାଲ୍ ମର୍ଟଗେଜ୍ କମ୍ପାନୀ Better Home & Financeର CEO ଓ ପ୍ରତିଷ୍ଠାତା ବିଶାଲ ଗର୍ଗ ଏବେ ଆଉ କମ୍ପାନୀର CEO ନାହାନ୍ତି ।
୨୦୨୬ ଅଗଷ୍ଟ ୩ରେ କମ୍ପାନୀ ବୋର୍ଡ ଡାନିଏଲ୍ ଲୁଇସ୍ଙ୍କୁ ଅନ୍ତରୀଣ CEO ଭାବେ ନିଯୁକ୍ତ କରିଛି । କମ୍ପାନୀର ଅଧିକାରିକ ଘୋଷଣା ଅନୁସାରେ, ବିଶାଲ ଗର୍ଗ CEO ପଦରୁ ହଟି ବୋର୍ଡ ସହିତ ତାଙ୍କ ଭୂମିକା ପରିବର୍ତ୍ତନ କରିଛନ୍ତି ।
ବିଶାଲ ଗର୍ଗଙ୍କ ନାଁ ୨୦୨୧ରେ ଏକ ବଡ଼ ଛଟେଇ ଘଟଣା ପରେ ବିଶେଷ ଭାବେ ଚର୍ଚ୍ଚାକୁ ଆସିଥିଲେ । ଡିସେମ୍ବର ୨୦୨୧ରେ Better.com ପ୍ରାୟ ୯୦୦ କର୍ମଚାରୀଙ୍କୁ ଏକ Zoom କଲ୍ ମାଧ୍ୟମରେ ଚାକିରିରୁ ହଟାଇଥିଲା ।
ଏଥିସହ ପଢ଼ନ୍ତୁ: ତୃତୀୟ ଥର ରାଷ୍ଟ୍ରପତି ଦୌଡ଼ରେ ଟ୍ରମ୍ପ ? ‘TRUMP 2028’ ପୋଷ୍ଟରୁ ମିଳିଲା ବଡ଼ ସଙ୍କେତ
ଏହି ସଂଖ୍ୟା କମ୍ପାନୀର ସେତେବେଳର କର୍ମଚାରୀ ସଂଖ୍ୟାର ପ୍ରାୟ ୯ରୁ ୧୫ ପ୍ରତିଶତ ମଧ୍ୟରେ ଥିବା ଭିନ୍ନ ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ସେହି Zoom କଲ୍ରେ ଗର୍ଗ କହିଥିଲେ ଯେ ବଜାରର ସ୍ଥିତି, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ଉତ୍ପାଦକତା ଛଟେଇର ମୁଖ୍ୟ କାରଣ । ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ବ୍ୟାପକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ।
ପରେ ଗର୍ଗ ନିଜ କର୍ମଚାରୀଙ୍କୁ କ୍ଷମା ମାଗିଥିଲେ । ଛଟେଇ କରିବାର ନିଷ୍ପତ୍ତି ନିଜର ବୋଲି କହିବା ଜଣାଇବା ଶୈଳୀରେ ସେ ଭୁଲ୍ କରିଥିବା ସ୍ୱୀକାର କରିଥିଲେ।
ଏହି ଘଟଣା ପରେ Better.comର କିଛି ବରିଷ୍ଠ ଅଧିକାରୀ ମଧ୍ୟ ପଦ ଛାଡ଼ିଥିଲେ । ଗର୍ଗ କିଛି ସମୟ ପାଇଁ CEO ପଦରେ ରହି ନଥିଲେ ଏବଂ କମ୍ପାନୀ ନେତୃତ୍ୱ ଓ କାର୍ଯ୍ୟସଂସ୍କୃତିର ମୂଲ୍ୟାଙ୍କନ ପାଇଁ ସ୍ୱାଧୀନ ସଂସ୍ଥାର ସହାୟତା ନେବାକୁ କହିଥିଲା ।
ଏବେ ପ୍ରାୟ ୫ ବର୍ଷ ପରେ Better Home & Financeର CEO ଭୂମିକାରୁ ଗର୍ଗଙ୍କ ପରିବର୍ତ୍ତନ ହୋଇଛି । କମ୍ପାନୀର ଅଧିକାରିକ ଘୋଷଣା ଅନୁସାରେ, ଡାନିଏଲ୍ ଲୁଇସ୍ ଅଗଷ୍ଟ ୩, ୨୦୨୬ରୁ ଅନ୍ତରୀଣ CEO ଭାବେ ଦାୟିତ୍ୱ ନେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories