Israel vs Gaza War / ଟ୍ରମ୍ପ ବୁଝେଇ ବୁଝେଇ ହାଲିଆ, ୨ ପୁରିକି ୩ ଚାଲିଲା ଯୁଦ୍ଧକୁ !

Key Points
ଆମେରିକାର ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ ଓ୍ବିଟ୍କୋଫ୍ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଜ୍ୱାଇଁ ଜରେଡ୍ କୁଶନେର ମଧ୍ୟ ଏହି ରିସର୍ଟରେ ପହଞ୍ଚିଥିବା ଜଣାପଡ଼ିଛି।
୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍, ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ୧,୨୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହମାସ୍ ୨୫୧ ଜଣଙ୍କୁ ପଣବନ୍ଦୀ କରିନେଇଥିଲା। ଏହାର ଜବାବରେ ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରିଥିଲା, ଯାହାକି ଅଦ୍ୟାବଧି ଜାରି ରହିଛି।
ଏହି ଯୁଦ୍ଧକୁ ମଙ୍ଗଳବାର ୨ ବର୍ଷ ପୂରୁଥିବା ବେଳେ ତୃତୀୟ ବର୍ଷରେ ଏଣ୍ଟ୍ରି ମାରିଲାଣି । ଆମେରିକା, କାତାର ଓ ଇଜିପ୍ଟ ମଧ୍ୟସ୍ଥତାରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ୨୦-ସୂତ୍ରୀ ଶାନ୍ତି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଇସ୍ରାଏଲୀ ଅଧିକାରୀମାନେ ଇଜିପ୍ଟର ଶାର୍ମ ଏଲ୍-ଶେଖ୍ସ୍ଥିତ ରେଡ୍ ସି ରିସର୍ଟରେ ଏକାଠି ହୋଇଛନ୍ତି। ଇସ୍ରାଏଲ୍ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ରୋନ୍ ଡେରମର ନେଉଛନ୍ତି। ହମାସ୍ର ଡେଲିଗେଶନ୍କୁ ଖଲିଲ ଅଲ୍-ହୟାହ ଲିଡ୍ କରୁଛନ୍ତି। ଆମେରିକାର ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ ଓ୍ବିଟ୍କୋଫ୍ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଜ୍ୱାଇଁ ଜରେଡ୍ କୁଶନେର ମଧ୍ୟ ଏହି ରିସର୍ଟରେ ପହଞ୍ଚିଥିବା ଜଣାପଡ଼ିଛି।
ଏହାସହ ପଢ଼ନ୍ତୁ:- ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !
ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅତି କ୍ଷୀପ୍ର ଗତିରେ ପରିବର୍ତ୍ତନଶୀଳ ବିଶ୍ବରେ ବୈଶ୍ବିକ ଶକ୍ତିଗୁଡ଼ିକ ଏକାକୀ ରହିପାରିବେନି। ମହାଶକ୍ତିମାନଙ୍କର ବି ସହଯୋଗୀ ଆବଶ୍ୟକ ବୋଲି ନେତାନ୍ୟାହୁ ଗୁରୁତ୍ବାରୋପ କରି କହିଛନ୍ତି। ଇସ୍ରାଏଲ ଏକ୍ଷେତ୍ରରେ ବିପଦକୁ ମୁକାବିଲା କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ହୋଇଛି ବୋଲି ସେ କହିଛନ୍ତି।
ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ ଇଣ୍ଟେଲିଜେନ୍ସ ସେୟାରିଂ ପାଇଁ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ମିତ୍ରଙ୍କ ଉପରେ ନିର୍ଭର କରନ୍ତି। ‘ଆମେରିକା ପ୍ରଥମ’ ମାନେ ନୁହେଁ ଯେ ଆମେରିକା ଏକାକୀ କିମ୍ବା ‘କେବଳ ଆମେରିକା’। ସାଂପ୍ରତିକ ଦୃଶ୍ୟପଟରେ ସମସ୍ତରାଷ୍ଟ୍ର ସହଯୋଗୀ ଆବଶ୍ୟକ କରୁଛନ୍ତି। ମହାଶକ୍ତିର ବି ସହଯୋଗ ଆବଶ୍ୟକ। ଚୀନ୍ ଓ ରୁଷ୍ର ବି ସହଯୋଗୀ ଅଛନ୍ତି। ରଣନୈତିକ ଲାଭ ବଜାୟ ରଖିବା ପାଇଁ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଆମେରିକା ହୃଦ୍ବୋଧ କରବା ଆବଶ୍ୟକ ବୋଲି ନେତାନ୍ୟାହୁ ଚେତାଇ ଦେଇଛନ୍ତି।
📱 Get Argus News App
✨ଏହାସହ ପଢ଼ନ୍ତୁ:- ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...
ଖାଲି ସେତିକି ନୁହେଁ, ନେତାନ୍ୟାହୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ୍ ଏବେ ୮ ହଜାର କିମି ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହି କ୍ଷମତାକୁ ଆଉ ୩ ହଜାର କିମି ବଢ଼ାଇଦେଲେ ଇରାନର ପରମାଣୁ ଅସ୍ତ୍ର ନିକ୍ଷେପ କ୍ଷମତା ଅଧୀନରେ ନ୍ୟୁୟର୍କ, ୱାସିଂଟନ, ବୋଷ୍ଟନ, ମିଆମି, ମାର୍-ଏ-ଲାଗୋ ଏହାର ରେଂଜ୍ରେ ଆସିପାରିବ। ତେବେ ଇରାନର ପରମାଣୁ କ୍ଷମତା ବୃଦ୍ଧି ଏବଂ କୂଟନୈତିକ ଓ ଆର୍ଥିକ ଉପାୟରେ ତେହେରାନର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ରୋକିବା ପାଇଁ ଆମେରିକାର ଜାରି ରହିଥିବା ପ୍ରୟାସକୁ ନେଇ ମଧ୍ୟପ୍ରାଚ୍ୟରେ ନୂତନ ଉତ୍ତେଜନା ବଢ଼ୁଛି। ଆଉ ଏହାରି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି ।
Related Topics
Explore more stories