"ଫ୍ରେଣ୍ଡସିପ ବିବାହ" କଲେ ମିଳେ କେଉଁ ସୁବିଧା , ଜାଣନ୍ତୁ ଏହା ପଛର କାରଣ...

ଅର୍ଗସ ବ୍ୟୁରୋ : ବିବାହକୁ ନେଇ ଅନେକ ସ୍ଥାନରେ ଅନେକ ପ୍ରଥା ଦେଖଇବାକୁ ମିଳିଥାଏ । ଯୁଗ ବଦଳିବା ସହ ନୂଆ ନୂଆ ପ୍ରଥାକୁ ଆପଣାଇଥାନ୍ତି ଲୋକେ । ଯେପରି ଆପଣ ପୂର୍ବରୁ ସମଲିଙ୍ଗୀ ବିବାହ, ନିଜସହ ବିବାହ ଏପରି ଅନେକ ଶୁଣିଥିବେ । ଠିକ ସେମିତି ଜାପାନରେ ଅଧିକାଂଶ "ଫ୍ରେଣ୍ଡସିପ ମ୍ୟାରେଜ" ବା "ସାଙ୍ଗ ବିବାହ" ଦେଖଇବାକୁ ମିଳୁଛି । ସେମାନେ ନିଜକୁ ପିଲାଛୁଆ ଦାୟିତ୍ବ ପରିବାର ଦାୟିତ୍ବ ନେବାକୁ ଚାହୁଁନଥିବାରୁ ଏପରି ବିବାହ କରିବାକୁ ସ୍ଥିର କରୁଛନ୍ତି । ଏହି ବିବାହରେ ଉଭୟ ଦମ୍ପତ୍ତିଙ୍କ ଭିତରେ ପ୍ରେମ ନଥାଏ ନା କୌଣସି ଶାରୀରିକ ସମ୍ବନ୍ଧ ନଥାଏ । ରିପୋର୍ଟ ମୁତାବକ, ୨୦୧୫ ପରେ ପ୍ରାୟ ୫୦୦ ଲୋକ ଏହି ଫ୍ରେଣ୍ଡସିପ ମ୍ୟାରେଜ କରିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିବାହ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ।
ଅଧିକ ପଢନ୍ତୁ : ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି
ଏହି ବିବାହରେ ଉଭୟ ବିବାହ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଆବେଗର ଆଦାନ ପ୍ରଦାନ ନଥାଏ କି କୌଣସି ଶାରୀରିକ ସମ୍ପର୍କ ନଥାଏ । ଉଭୟଙ୍କ ମଧ୍ୟରେ ସାଙ୍ଗ ହୋଇ ରହିବା ମଧ୍ୟ ଆଦୌ ବାଧ୍ୟତାମୂଳକ ନୁହେଁ । ସେମାନେ ଚାହିଁଲେ ଅଲଗା ଅଲଗା ମଧ୍ୟ ରହିପାରିବେ । ଏବଂ ଯଦି ସେମାନେ ଦୁଇଜଣ ନିଜର ଛୁଆ ପାଇଁ ସ୍ଥିର କରନ୍ତି, ତେବେ ଆର୍ଟିଫିସିଆଲ ପିଲା ଜନ୍ମ କରିପାରିବେ । ବିଶେଷ ଭାବେ ଉଭୟ ସ୍ବାମୀ ସ୍ତ୍ରୀ ନୁହେଁ ଦୁଇ ରୁମମେଟ ଭଳି ରହି ପାରିବେ । ୩୨ ବର୍ଷୀୟ ପାଖାପାଖି ଲୋକ ସାଧାରଣତଃ ଏପରି ବିବାହ କରିବାକୁ ପସନ୍ଦ କରିଥାନ୍ତି । ତେବେ ଜାପାନ ବ୍ୟତୀତ ସିଙ୍ଗାପୁରରେ ଏପରି ବିବାହ ଦେଖିବାକୁ ମିଳିଛି । ଯେଉଁଠି ଦୁଇଜଣ ମହିଳା ଏପରି ବିବାହ କରିଛନ୍ତି ।