Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହର୍ମୁଜ ପ୍ରଣାଳୀ କ'ଣ? କିପରି ହୋଇଥିଲା ଏହାର ନାମକରଣ?

International

Strait of Hormuz History / ହର୍ମୁଜ ପ୍ରଣାଳୀ କ'ଣ? କିପରି ହୋଇଥିଲା ଏହାର ନାମକରଣ?

Subhramjit ray
Browse all articles by Subhramjit ray
·4 months ago·3 min read
ହର୍ମୁଜ ପ୍ରଣାଳୀ କ'ଣ? କିପରି ହୋଇଥିଲା ଏହାର ନାମକରଣ?
Strait of Hormuz

Key Points

ହର୍ମୁଜ ପ୍ରଣାଳୀ କ'ଣ? କିପରି ହୋଇଥିଲା ଏହାର ନାମକରଣ? କେଉଁଠି ରହିଛି ଏହାର ଭୌଗୋଳିକ ଅବସ୍ଥିତି?
What is Strait of Hormuz: ମଧ୍ୟ ପ୍ରାଚ୍ୟ ସଂକଟ ଆରମ୍ଭ ହୋଇଯିବା ପରେ ଏବେ ରହିଛି "ଷ୍ଟ୍ରେଟ୍ ଅଫ୍ ହର୍ମୁଜ"। ଯାହାର ଅନ୍ୟ ନାଁ ହେଉଛି ହର୍ମୁଜ ପ୍ରଣାଳୀ। ଇରାନ ଦ୍ୱାରା ଏହି ସଂକୀର୍ଣ୍ଣ ଜଳମାର୍ଗ ଅବରୋଧିତ ହେବା ପରେ ଏବେ ବୈଶ୍ୱିକ ବଜାରରେ ତୈଳ ଦର ଆକାଶଛୁଆଁ ହେବାକୁ ଯାଉଛି। ଏବେ ବିଶ୍ୱ ରାଜନୀତିରେ ଚର୍ଚ୍ଚାରେ ରହିଥିବା ହର୍ମୁଜ୍ ପ୍ରଣାଳୀ କ'ଣ ଏବଂ କିପରି ହୋଇଥିଲା ଏହାର ନାମକରଣ ସେ ସମ୍ପର୍କରେ ଜାଣନ୍ତୁ।

ହର୍ମୁଜ୍ ପ୍ରଣାଳୀ କ'ଣ?

ହର୍ମୁଜ୍ ପ୍ରଣାଳୀ ହେଉଛି ଏକ ସଂକୀର୍ଣ୍ଣ ଜଳମାର୍ଗ। ଯାହା ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହା ପଶ୍ଚିମରେ ପାରସ୍ୟ ଉପସାଗରକୁ ପୂର୍ବ-ଦକ୍ଷିଣ ଦିଗରେ ଓମାନ ଉପସାଗର ଏବଂ ଆରବ ସାଗର ସହ ସଂଯୋଗ କରିଥାଏ। ଏହି ଜଳପଥ ଦ୍ୱାରା ପାରସ୍ୟ ଉପସାଗରରୁ ଖୋଲା ସମୁଦ୍ରକୁ ତୈଳ ପରିବହନକୁ ସହଜ କରିଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ହର୍ମୁଜ୍ ପ୍ରଣାଳୀ ଉତ୍ତରରେ ଇରାନ ଏବଂ ଦକ୍ଷିଣରେ ଓମାନର ମୁସାନ୍ଦମ ଉପଦ୍ୱୀପ ଏବଂ ସଂଯୁକ୍ତ ଆରବ ଅମିରାତ ମଧ୍ୟରେ ଅବସ୍ଥିତ। ଏହି ସ୍ଥାନ ଏହାର ଅବସ୍ଥିତି ପାଇଁ ବିଶ୍ୱର ସବୁଠାରୁ ଶକ୍ତି ସମୃଦ୍ଧ କ୍ଷେତ୍ର ଭାବରେ ଜଣାଶୁଣା।

ବୈଶ୍ୱିକ ଗୁରୁତ୍ୱ ରହିଥିବା ଏକ ସଂକୀର୍ଣ୍ଣ ଜଳପଥ
ଏହାର ବୈଶ୍ୱିକ ଗୁରୁତ୍ୱସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ଆଶ୍ଚର୍ଯ୍ୟଜନକ ଭାବରେ ସଂକୀର୍ଣ୍ଣ। ଏହି ପ୍ରଣାଳୀ ଏହାର ସବୁଠାରୁ ସଂକୀର୍ଣ୍ଣତମ ସ୍ଥାନରେ ମାତ୍ର ୩୩ କିଲୋମିଟର ଚଉଡ଼ା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତୈଳ ଟ୍ୟାଙ୍କର୍ ଦ୍ୱାରା ବ୍ୟବହୃତ ହେଉଥିବା ଜାହାଜ ପଥ ପ୍ରତ୍ୟେକ ଦିଗରେ ପ୍ରାୟ ୩ କିଲୋମିଟର ଚଉଡା। ଯାହାର ଅର୍ଥ ହେଉଛି ଅଶୋଧିତ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ବହନ କରୁଥିବା ହଜାର ହଜାର ବଡ଼ ଟ୍ୟାଙ୍କର୍ ଏକ ଅତ୍ୟନ୍ତ ସଂକୀର୍ଣ୍ଣ ଜଳମାର୍ଗର ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାନ୍ତି।

ହର୍ମୁଜ୍ ପ୍ରଣାଳୀ ବୈଶ୍ୱିକ ବଜାଜରେ ହେଉଥିବା ତୈଳ କାରବାର ପାଇଁ ବ୍ୟବହୃତ ହେଉଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂକୀର୍ଣ୍ଣ ଜଳମାର୍ଗ। ଏକ ରିପୋର୍ଟ ଅନୁସାରେ ବିଶ୍ୱର ମୋଟ ତୈଳ ବ୍ୟବସାୟର ପ୍ରାୟ ୨୦-୩୦ ଏହି ଜଳପଥ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ବିଶ୍ୱର ପ୍ରମୁଖ ତୈଳ ରପ୍ତାନିକାରୀ ଦେଶ ଯେପରିକି ସାଉଦି ଆରବ, ଇରାନ, ସଂଯୁକ୍ତ ଆରବ ଅମିରାତ, କୁଏତ, ଇରାକ ସେମାନଙ୍କର ତୈଳ ଏସିଆ, ୟୁରୋପ ଏବଂ ଅନ୍ୟାନ୍ୟ ବିଶ୍ୱ ବଜାରକୁ ରପ୍ତାନୀ କରିବା ପାଇଁ ଏହି ସଂକୀର୍ଣ୍ଣ ଜଳମାର୍ଗ ଉପରେ ନିର୍ଭରଶୀଳ।

କିପରି ହୋଇଥିଲା ହର୍ମୁଜ ପ୍ରଣାଳୀର ନାମକରଣ?
ହର୍ମୁଜ ପ୍ରଣାଳୀର ନାମକରଣ ପଛରେ ଅନେକ ଐତିହାସିକ ଏବଂ ସାଂସ୍କୃତିକ କାରଣ ରହିଛି। ଏହା "ହୋର୍ମୋଜ୍" ନାମକ ପାର୍ସୀ ଶବ୍ଦରୁ ଆସିଛି। ଯାହା ପ୍ରାଚୀନ ଜୋରୋଷ୍ଟ୍ରିଆନ୍ ଧର୍ମର ସବୁଠାରୁ ପ୍ରମୁଖ ଦେବତା ଅହୁରା ମାଜଦାଙ୍କ ଠାରୁ ଆସିଛି। ଯାହାର ଅର୍ଥ ହେଉଛି ଯେ ପ୍ରାଚୀନ ପାରସ୍ୟବାସୀ ଏହି ସମୁଦ୍ର ପଥକୁ ପବିତ୍ର ମନେ କରୁଥିଲେ। ସେମାନେ ଏହାକୁ ଅହୁରା ମଜଦାଙ୍କ ରାସ୍ତା ବୋଲି କହୁଥିଲେ। ପ୍ରାଚୀନ ଜୋରୋଷ୍ଟ୍ରିଆନ୍ ଧର୍ମକୁ ମାନୁଥିବା ପାରସ୍ୟବାସୀ ହେଉଛନ୍ତି ଆଜିର ଆଧୁନିକ ଇରାନର ମୂଳ ବାସିନ୍ଦା।

ଇତିହାସ ପୃଷ୍ଠାରୁ ଏହାର ନାମକରଣ ପଛରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଏକାଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଏହି ଅଞ୍ଚଳର ହର୍ମୁଜ୍ ଦ୍ୱୀପ ସ୍ଥାନୀୟ ଧନୀ ବାଣିଜ୍ୟ ସାମ୍ରାଜ୍ୟ ହୋର୍ମୁଜ୍ ରାଜ୍ୟ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ଏହି ସାମ୍ରାଜ୍ୟ ପାରସ୍ୟ, ଆରବ, ଭାରତ ଏବଂ ପୂର୍ବ ଆଫ୍ରିକାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲା। ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଏହାର ଗୁରୁତ୍ୱ ପାଇଁ ଏହି ଜଳପଥ ହୋର୍ମୁଜ୍ ପ୍ରଣାଳୀ ନାମରେ ନାମିତ ହୋଇଥିଲା। କିଛି ଐତିହାସିକଙ୍କ ମତରେ ଏହି ନାମ ସ୍ଥାନୀୟ ପାର୍ସୀ ଶବ୍ଦ "ହୁର ମୋଘ" ଠାରୁ ଆସିପାରେ। ଯାହାର ଅର୍ଥ ହେଉଛି ଖଜୁରୀ। ଏହି ଅଞ୍ଚଳର ଏହା ଏକ ସାଧାରଣ ଗଛ। କୁହାଯାଏ ଯେ ସ୍ଥାନୀୟ ଜନଜାତି ଐତିହାସିକ ଭାବେ ଏହି ନାମ ବ୍ୟବହାର କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored