White House shooting / ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ନ୍ୟାସନାଲ ଗାର୍ଡର ଦୁଇ ସୈନିକ ଆହତ
·7 months ago·2 min read

Key Points
ହ୍ବାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ । ନ୍ୟାସନାଲ ଗାର୍ଡର ୨ ସୈନିକ ଆହତ । ତଦନ୍ତ ଜାରି ରଖିଛି FBI।
ହ୍ବାଇଟ୍ ହାଉସ ନିକଟରେ ଫୁଟିଲା ଗୁଳି । ବୁଧବାର ଆମେରିକାର ରାଜଧାନୀ ଓ୍ବାଶିଂଟନରେ ନିୟୋଜିତ ଓ୍ବେଷ୍ଟ ଭର୍ଜିନିଆ ନ୍ୟାସନାଲ ଗାର୍ଡର ଦୁଇ ଜଣ ସଦସ୍ୟଙ୍କୁ ହ୍ୱାଇଟ୍ ହାଉସ୍ ଠାରୁ ଅଳ୍ପ ଦୂରରେ ଗୁଳି କରାଯାଇଥିଲା । ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ ଏବଂ ୱାଶିଂଟନ୍ ମେୟର ମୁରିଏଲ୍ ବାଉସର୍ କହିଛନ୍ତି ଯେ ଦୁଇ ଜଣ ଗାର୍ଡଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହାକୁ ଏକ ଟାର୍ଗେଟ୍ ଆଟାକ୍ ବୋଲି କହିଛନ୍ତି ମେୟର ମୁରିଏଲ୍ ବାଉସର୍ ।
ଘଟଣା ପରେ ତୁରନ୍ତ ଏଫବିଆଇ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ କହିଛନ୍ତି ଯେ ଆହତ ସୈନିକମାନଙ୍କୁ ତୁରନ୍ତ ହସ୍ପିଟାଲ ଭର୍ତ୍ତି କରାଯାଇଛି । ଗୁଳି ମାରିବା ପରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।
ତେବେ ଏହି ଗୁଳିକାଣ୍ଡର କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ୍, ଅଗ୍ନିଶମ ବାହିନୀ ଏବଂ ହେଲିକପ୍ଟର ପହଞ୍ଚିଥିଲା । ଫୁଟପାଥ୍ରେ ରକ୍ତ ଦାଗ ଏବଂ ଭଙ୍ଗା କାଚ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ସେପଟେ ଏହି ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ।
ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଲେଖିଛନ୍ତି ଯେ ଗୁଳିକାଣ୍ଡରେ ନ୍ୟାସନାଲ ଗାର୍ଡର ଦୁଇ ଜଣ ସୈନିକ ଗୁରୁତର ଆହତ ହୋଇ ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି । ତେବେ ଯିଏ ବି ଏହା କରିଛି ତାକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ ।
ସେହିପରି ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମଧ୍ୟ ଏହି ଗୁଳିକାଣ୍ଡ ପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ । ଆମର ସୈନିକମାନେ ଏହି ଦେଶର ଢାଲ । ଏହି ଆକ୍ରମଣ ଏକ ଗମ୍ଭୀର ଚେତାବନୀ।
ବାରାକ ଓବାମାଙ୍କ ପ୍ରତିକ୍ରିୟା
ୱାଶିଂଟନ ଡି.ସି.ରେ ହୋଇଥିବା ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦୁଃଖ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଆମେରିକାରେ ହିଂସାର କୌଣସି ସ୍ଥାନ ନାହିଁ। ମିଶେଲ ଏବଂ ମୁଁ ଆଜି ଆହତ ସୈନିକମାନଙ୍କ ପାଇଁ ପ୍ରାର୍ଥନା କରୁଛୁ। ଏହି ଗଭୀର ଦୁଃଖଦ ପରିସ୍ଥିତିକୁ ମୁକାବିଲା କରିବା ସମୟରେ ଆମେ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ ।

ମିଳିଥିବା ସୂଚନା ଅନୁସାରେ, ଓ୍ବାଶିଂଟନ୍ ଡିସିରେ ଦୁଇ ଜଣ ନ୍ୟାସନାଲ ଗାର୍ଡଙ୍କ ଉପରେ ଗୁଳି ଚଳାଇଥିବା ସନ୍ଦିଗ୍ଧ ଆଫଗାନିସ୍ତାନର ରହମାନୁଲ୍ଲା । ସେ ୨୦୨୧ ମସିହାରେ ଆମେରିକା ଆସିଥିଲା । ତେବେ ଉଦ୍ଦେଶ୍ୟମୂଳକ ଭାବେ ସୈନିକମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା କି ନାହିଁ ସେନେଇ ତଦନ୍ତକାରୀ ଏଜେନ୍ସି ଯାଞ୍ଚ କରୁଛନ୍ତି ।The FBI continues to investigate this afternoon’s shooting of two National Guard members in Washington, D.C. If you have any information, please call 1-800-CALL-FBI or visit https://t.co/iL7sD5efWD.
— FBI (@FBI) November 26, 2025
ତେବେ ଏହି ଗୁଳିକାଣ୍ଡର କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ୍, ଅଗ୍ନିଶମ ବାହିନୀ ଏବଂ ହେଲିକପ୍ଟର ପହଞ୍ଚିଥିଲା । ଫୁଟପାଥ୍ରେ ରକ୍ତ ଦାଗ ଏବଂ ଭଙ୍ଗା କାଚ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ସେପଟେ ଏହି ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ।
ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଲେଖିଛନ୍ତି ଯେ ଗୁଳିକାଣ୍ଡରେ ନ୍ୟାସନାଲ ଗାର୍ଡର ଦୁଇ ଜଣ ସୈନିକ ଗୁରୁତର ଆହତ ହୋଇ ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି । ତେବେ ଯିଏ ବି ଏହା କରିଛି ତାକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ ।
ସେହିପରି ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମଧ୍ୟ ଏହି ଗୁଳିକାଣ୍ଡ ପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ । ଆମର ସୈନିକମାନେ ଏହି ଦେଶର ଢାଲ । ଏହି ଆକ୍ରମଣ ଏକ ଗମ୍ଭୀର ଚେତାବନୀ।
ବାରାକ ଓବାମାଙ୍କ ପ୍ରତିକ୍ରିୟା
ୱାଶିଂଟନ ଡି.ସି.ରେ ହୋଇଥିବା ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦୁଃଖ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଆମେରିକାରେ ହିଂସାର କୌଣସି ସ୍ଥାନ ନାହିଁ। ମିଶେଲ ଏବଂ ମୁଁ ଆଜି ଆହତ ସୈନିକମାନଙ୍କ ପାଇଁ ପ୍ରାର୍ଥନା କରୁଛୁ। ଏହି ଗଭୀର ଦୁଃଖଦ ପରିସ୍ଥିତିକୁ ମୁକାବିଲା କରିବା ସମୟରେ ଆମେ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories