Mahmoud Ahmadinejad / ଇରାନର ମହମୁଦ ଅହମଦିନେଜାଦ କିଏ ? କାହିଁକି ପସନ୍ଦ କରନ୍ତି ଡୋନାଲ୍ଡ ଟ୍ରମ୍ପ ?
·12 hours ago·4 min read

Key Points
ଇରାନରେ କ୍ଷମତା ପରିବର୍ତ୍ତନ ହୋଇଛି । ଅସ୍ତ୍ରବିରତି ଚୁକ୍ତି ସଫଳ ହୋଇ ନଥିବା ବେଳେ ଫଳପ୍ରଦ ହୋଇଛି ଟ୍ରମ୍ପଙ୍କ ଆଭିମୁଖ୍ୟ । ଏହାରି ଭିତରେ ସାମ୍ନାକୁ ଆସିଛି ଇରାନରେ ଟ୍ରମ୍ପଙ୍କ ପସନ୍ଦ ବ୍ୟକ୍ତିଙ୍କ ନାଁ । ଯାହାଙ୍କୁ ଖାମେନେଇଙ୍କ ମୃତ୍ୟୁ ପରେ ଶୀର୍ଷ ନେତା ପଦରେ ବସାଇବାକୁ ଚାହୁଁଛି ଆମେରିକା ।
ନୂଆଦିଲ୍ଲୀ: ଅତର୍କିତ ଆକ୍ରମଣ, ଦେଶର ସର୍ବୋଚ୍ଚ ନେତାଙ୍କୁ ହତ୍ୟା ପୁଣି ମାସ ମାସର ଯୁଦ୍ଧ । ଇରାନ ଉପରେ ଆମେରିକା-ଇସ୍ରାଏଲ୍ର ମିଳିତ ଆକ୍ରମଣ ପଛରେ ଡୋନାଲ୍ଡ ଟ୍ରମ୍ପଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା କ୍ଷମତା ପରିବର୍ତ୍ତନ । ଆଉ ଇରାନର ସର୍ବୋଚ୍ଚ ନେତା ଅୟୋତୁଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରି ଆମେରିକା ସଫଳତା ପାଇଛି ।
ଖାମେନେଇଙ୍କୁ ହତ୍ୟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ, ଇରାନର ପରବର୍ତ୍ତୀ ନେତା ଇସଲାମିକ୍ ଗଣରାଜ୍ୟ ଭିତରୁ ହିଁ ହେବା ଦରକାର । ତେବେ ଖାମେନେଇଙ୍କୁ ହତ୍ୟା ଓ କ୍ଷମତା ପରିବର୍ତ୍ତନ ପଛରେ ଟ୍ରମ୍ପ କାହାକୁ ଇରାନର ପରବର୍ତ୍ତୀ ନେତା ଭାବେ ପସନ୍ଦ କରନ୍ତି ?
ଟ୍ରମ୍ପଙ୍କ ପ୍ରଥମ ପସନ୍ଦ ନାଁ ଏବେ ସାମ୍ନାକୁ ଆସିଛି । ଏଥିସହ ଖୋଲିଛି ଅନେକ ଷଡ଼ଯନ୍ତ୍ରର କାହାଣୀ । ଇରାନର ସର୍ବୋଚ୍ଚ ପଦବୀ ପାଇଁ ଆମେରିକା ଜଣେ ଖାସ୍ ଓ ଚକିତ କଲା ଭଳି ବ୍ୟକ୍ତିଙ୍କୁ ପସନ୍ଦ କରିଥିଲା । ସେ ହେଉଛନ୍ତି ମହମୁଦ ଅହମଦିନେଜାଦ । ଯିଏ କି ପୂର୍ବରୁ ଇରାନର ରାଷ୍ଟ୍ରପତି ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି । ଜଣେ କଠୋର, ଇସ୍ରାଏଲ୍ ବିରୋଧୀ ଓ ଆମେରିକା ବିରୋଧୀ ଆଭିମୁଖ୍ୟ ରଖୁଥିବା ଭାବେ ଜଣାଶୁଣା ଅହମଦିନେଜାଦ ।
ଏଥିସହ ପଢ଼ନ୍ତୁ: ଇରାନ ଯୁଦ୍ଧରେ କେତେ ଟଙ୍କା ଉଡ଼ାଇଛି ଆମେରିକା? ସାମ୍ନାକୁ ଆସିଲା ଚିଠା
ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଇରାନ ଉପରେ ଆକ୍ରମଣ କରି ଖାମେନେଇଙ୍କୁ ହତ୍ୟା କରି କ୍ଷମତା ପରିବର୍ତ୍ତନର ଦୁଃସାହାସିକ ଯୋଜନା ଇସ୍ରାଏଲ୍ ପ୍ରସ୍ତୁତ କରିଥିଲା । ଏପରିକି ଫେବ୍ରୁଆରୀ ୨୮ରେ ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣରେ ମହମୁଦ ଅହମଦିନେଜାଦ ଆହତ ହୋଇଥିଲେ । ସେତେବେଳେ ଏହି ପ୍ରସ୍ତାବ ନେଇ ତାଙ୍କ ଠାରୁ ପରାମର୍ଶ ନିଆଯାଇଥିଲା । କିନ୍ତୁ ଶୀଘ୍ର ହିଁ ଏହି ଯୋଜନା ଫଳପ୍ରଦ ହୋଇନଥିଲା ।
ଆମେରିକାର ଅସାମାନ୍ୟ ପସନ୍ଦ
ଇରାନର ନୂଆ କ୍ଷମତା କେନ୍ଦ୍ର ଭାବେ ମହମୁଦ ଅହମଦିନେଜାଦଙ୍କୁ ବିଚାରକୁ ନେବା ଆମେରିକାର ଅସାମାନ୍ୟ ପସନ୍ଦ କୁହାଯାଇପାରେ । କାରଣ ୨୦୦୫ରୁ ୨୦୧୩ ପର୍ଯ୍ୟନ୍ତ ମହମୁଦ ଅହମଦିନେଜାଦ ଇରାନର ରାଷ୍ଟ୍ରପତି ଥିଲେ । ଆଉ ସେହି ସମୟରେ ଜୀଉ ବିରୋଧୀ ଅହମଦିନେଜାଦ ପରମାଣୁ ବୋମା ପ୍ରେମରେ ପଡ଼ିଥିଲେ । ଯିଏ କି ଇସଲାମୀ କ୍ରାନ୍ତିକାରୀ ବିଚାରଧାରାକୁ ଦେଶ ଉପରେ ଜବରଦସ୍ତି ପକାଇଥିଲା, ଯେଉଁଥିରେ ଦେଶ ପୂର୍ବରୁ ବିରକ୍ତ ହୋଇ ସାରିଥିଲା ।
ଇରାନର ରାଷ୍ଟ୍ରପତି ଭାବେ ତାଙ୍କୁ ଧାର୍ମିକ ଫାସିବାଦର ପ୍ରତୀକ ବିବେଚନା କରାଯାଉଥିଲା । ଯିଏ ପ୍ରାୟତଃ ଶୀର୍ଷ ଧାର୍ମିକ ନେତୃତ୍ଵ ସହ ଯୋଡ଼ି ହୋଇ ରହୁଥିଲେ । ମହମୁଦ ଅହମଦିନେଜାଦ ସେତେବେ କହି ଦେଇଥିଲେ, "ଇସ୍ରାଏଲ୍କୁ ମାନଚିତ୍ରରୁ ହଟାଇ ଦେବା ଦରକାର ।"
ଆଉ ୨୦୧୨ରେ ଦି ଡିକ୍ଟାଟର ଚଳଚ୍ଚିତ୍ରରେ ସଚା ବାରୋନ କୋହେନ୍ ଭୂମିକାରେ କୁହା ଯାଇଥିଲା, "ମୋର ସମସ୍ତ ବନ୍ଧୁଙ୍କ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି, ଅହମଦିନେଜାଦଙ୍କ ପାଖରେ ମଧ୍ୟ ।"
ଫିଲ୍ମର ଏହି ସଂଳାପ ଅହମଦିନେଜାଦ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ତାଙ୍କ କ୍ଯାରିୟରକୁ ଚିତ୍ରଣ କରିଥିଲା । ଇରାନ ସରକାରଙ୍କ ଜଣେ ସମାଲୋଚକ, ଦଶନ୍ଧି ଧରି ଶାସନକୁ ବିରୋଧ କରୁଥିବା ନେତା ଭାବେ ଅହମଦିନେଜାଦଙ୍କୁ ଦେଖା ଯାଇଥିଲା । ଯେଉଁଥିପାଇଁ ଇରାନ ଗାର୍ଡିଆନ୍ କାଉନସିଲ୍ ଅହମଦିନେଜାଦଙ୍କୁ ରାଷ୍ଟ୍ରପତି ପଦରୁ ବିଧିବଦ୍ଧ ଭାବେ ହଟାଇ ଦେଇଥିଲା ।
ତାଙ୍କୁ ଇସଲାମି ଶାସନରେ ନଜରବନ୍ଦୀ କରି ରଖାଯାଇଥିଲା । ଦ ଆଟଲାଣ୍ଟିକ ଅନୁସାରେ, ଯୁଦ୍ଧ ଆରମ୍ଭର ବହୁ ପୂର୍ବରୁ ଇରାନ ସରକାର ଅହମଦିନେଜାଦଙ୍କ ଘରେ ନିକଟରେ ସୁରକ୍ଷାବଳ ମୁତୟନ କରିଥିଲେ । ଯାହା ନାଁକୁ ମାତ୍ର ପ୍ରମୁଖ ନାଗରିକଙ୍କ ସୁରକ୍ଷା ଥିଲା, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଥିଲା ତାଙ୍କ ଉପରେ ନଜର ରଖିବା । ଏବେ ବି ଅହମଦିନେଜାଦ ଇରାନରେ ଲୋକପ୍ରିୟ । ସ୍ଥାନୀୟ ସରକାର ତାଙ୍କ ପ୍ରତି ସତର୍କ ରହିଛି ।
ଆମେରିକାର ଆକ୍ରମଣ ପରେ ଅହମଦିନେଜାଦ କେଉଁଠି ?
ଫେବ୍ରୁଆରୀ ୨୮ରେ ଇସ୍ରାଏଲ୍-ଆମେରିକା ଆକ୍ରମଣରେ ମହମୁଦ ଅହମଦିନେଜାଦ ଆହତ ହୋଇଥିଲେ । ନ୍ୟୁୟର୍କ ଟାଇମ୍ସ ଅନୁସାରେ, ମହମୁଦ ଅହମଦିନେଜାଦଙ୍କୁ ନଜରବନ୍ଦୀରୁ ମୁକୁଳାଇବାକୁ ଏହି ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ମହମୁଦ ଅହମଦିନେଜାଦ ଆହତ ହୋଇଥିଲେ । ଆଉ ଅଳ୍ପକେ ବର୍ତ୍ତିଯିବା ପରେ କ୍ଷମତା ପରିବର୍ତ୍ତନ ଯୋଜନାରୁ ଅହମଦିନେଜାଦଙ୍କ ମୋହଭଙ୍ଗା ହୋଇଥିଲା । ସେବେଠୁ ଅହମଦିନେଜାଦଙ୍କୁ ସର୍ବସାଧାରଣରେ ଦେଖା ଯାଇନାହିଁ ଏବଂ ତାଙ୍କର ବର୍ତ୍ତମାନର ଠିକଣା ଓ ସ୍ଥିତି ଜଣା ନାହିଁ ।
ତେବେ ଇରାନରେ କ୍ଷମତା ପରିବର୍ତ୍ତନ ନେଇ ଇସ୍ରାଏଲ୍-ଆମେରିକା ଷଡ଼ଯନ୍ତ୍ରରେ ମହମୁଦ ଅହମଦିନେଜାଦ କେମିତି ସାମିଲ୍ ହେଲେ ? ତାହା ଜଣାପଡ଼ିନାହିଁ । କିନ୍ତୁ ଅହମଦିନେଜାଦଙ୍କୁ ସାମିଲ୍ କରିବା ଇରାନରେ ଧର୍ମ ଆଧାରିତ ସରକାରକୁ ଭାଙ୍ଗିବା ପାଇଁ ଇସ୍ରାଏଲ୍ର ଏକ ବହୁପର୍ଯ୍ୟାୟ ଯୋଜନା ଥିଲା । ତଥାପି ଅହମଦିନେଜାଦଙ୍କୁ ପୁଣି ଥରେ କ୍ଷମତାକୁ ଆଣିବା ନେଇ କିଛି ଆମେରିକୀୟ ଅଧିକାରୀ ସଂଶୟ ପ୍ରକାଶ କରିଥିଲେ ।
ଏହା ହିଁ ଦର୍ଶାଉଛି, ଟ୍ରମ୍ପ ଓ ନେତାନ୍ୟାହୁ ନିଜ ଲକ୍ଷ୍ୟ ହାସଲ ପାଇଁ କରିଥିବା ଯୋଜନାକୁ ନେଇ ଭୁଲ୍ ଆଶଙ୍କା କରିଥିଲେ । ଇରାନରେ ନେତୃତ୍ଵ ପରିବର୍ତ୍ତନ ଭଳି ବିପଜ୍ଜନକ ଯୋଜନାରେ ବାଜି ଲଗାଇବା ଟ୍ରମ୍ପଙ୍କ ସହଯୋଗୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା ।
ତେବେ ଆରମ୍ଭରୁ ହିଁ ଟ୍ରମ୍ପ 'ଅପରେସନ୍ ଏପିକ୍ ଫ୍ୟୁରି'ରେ ତାଙ୍କ ଲକ୍ଷ୍ୟ ନେଇ ସ୍ପଷ୍ଟ ଥିଲେ । ଇରାନର ବାଲିଷ୍ଟିକ୍ ମିସାଇଲ୍ ନଷ୍ଟ କରିବା, ଉତ୍ପାଦନ କେନ୍ଦ୍ରକୁ କ୍ଷତି ପହଞ୍ଚାଇବା, ନୌସେନାକୁ ଧ୍ଵଂସ କରିବା ସହ ହିଜବୁଲ୍ଲା ଭଳି ସହଯୋଗୀଙ୍କୁ ଦୁର୍ବଳ କରିବା ଉପରେ ଆଧାରିତ ଥିଲା ।
ଏଥିସହ ପଢ଼ନ୍ତୁ: ଇରାନର ବଡ଼ ପ୍ଲାନ: ଦେଲା ପ୍ରସ୍ତାବ, ଟ୍ରମ୍ପଙ୍କୁ ମାରିଲେ ମିଳିବ ୫୦୦ କୋଟି...
ଯେଉଁଥିରେ ଆମେରିକା ସେନାକୁ ସଫଳ ମିଳିଛି । ସମସ୍ତ ଲକ୍ଷଠୁ ଆମେରିକା ସହ ଉନ୍ନତ ପ୍ରଦର୍ଶନ କରିଛି । ଆଉ ଏବେ ଆମେରିକାର ରଣନୀତିକାର ଏଭଳି ଚୁକ୍ତି ଉପରେ କାମ କରୁଛନ୍ତି, ଯାହା ଇରାନର ପରମାଣୁ କ୍ଷମତାକୁ ସବୁଦିନ ଭଳି ଶେଷ କରି ଦେବ ବୋଲି ହ୍ଵାଇଟ୍ ହାଉସର ପ୍ରବକ୍ତା ଅନ୍ନା କେଲି କହିଛନ୍ତି । ତେବେ ଏନେଇ ଇସ୍ରାଏଲ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।
ଅହମଦିନେଜାଦ କାହିଁକି ?
ଇରାନ ଆକ୍ରମଣ ପୂର୍ବରୁ ଭେନେଜୁଏଲାରେ ଆମେରିକା ସଫଳତା ପାଇଥିଲା । ଭେନେଜୁଏଲାର ନେତା ନିକୋଲସ ମାଦୁରୋଙ୍କୁ ଉଠାଇ ଆଣିଥିଲା ଆମରିକା । ଯାହା ପରେ ଭେନେଜୁଏଲାର ଅନ୍ତରୀଣ ଅଧିକାରୀ ହ୍ଵାଇଟ୍ ହାଉସ୍ ସହ ମିଶି କା କରିବାକୁ ସହମତ ହୋଇଥିଲେ । ଠିକ୍ ଉକ୍ତ ମଡେଲ୍କୁ ଇରାନରେ ଦୋହରାଇବା ପାଇଁ ଟ୍ରମ୍ପ ପ୍ରୟାସ କରିଥିଲେ ।
ଅହମଦିନେଜାଦଙ୍କ ସହଯୋଗୀଙ୍କ ଅନୁସାରେ, ଆମେରିକା ମହମୁଦ ଅହମଦିନେଜାଦଙ୍କୁ ଡେଲ୍ସି ରୋଡ୍ରିଗେଜ୍ଙ୍କ ଭଳି ଦେଖୁଥିଲା । ମାଦୁରୋଙ୍କ ପରେ ଏବେ ଭେନେଜୁଏଲାର କ୍ଷମତା ଡେଲ୍ସି ରୋଡ୍ରିଗେଜ୍ଙ୍କ ପାଖରେ ରହିଛି ।
ବର୍ତ୍ତମାନ ମହମୁଦ ଅହମଦିନେଜାଦ ଅଜ୍ଞାତ ଠିକଣାରେ ଅଛନ୍ତି । ଅହମଦିନେଜାଦଙ୍କ ସହଯୋଗୀଙ୍କ ଅନୁସାରେ, ସେ ଆଗକୁ ଇରାନରେ ବହୁତ ବଡ଼ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories