Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଇରାନ ଯୁଦ୍ଧରେ କେତେ ଟଙ୍କା ଉଡ଼ାଇଛି ଆମେରିକା? ସାମ୍ନାକୁ ଆସିଲା ଚିଠା

International

US Spend on Iran War / ଇରାନ ଯୁଦ୍ଧରେ କେତେ ଟଙ୍କା ଉଡ଼ାଇଛି ଆମେରିକା? ସାମ୍ନାକୁ ଆସିଲା ଚିଠା

Subhramjit Ray
Browse all articles by Subhramjit Ray
·2 months ago·3 min read
ଇରାନ ଯୁଦ୍ଧରେ କେତେ ଟଙ୍କା ଉଡ଼ାଇଛି ଆମେରିକା? ସାମ୍ନାକୁ ଆସିଲା ଚିଠା
US Spend on Iran War

Key Points

ବରିଷ୍ଠ ପେଣ୍ଟାଗନ୍ ଅଧିକାରୀ ଜୁଲ୍ସ ହର୍ଷ୍ଟ ଦେଶର ସଂସଦୀୟ ସଶସ୍ତ୍ର ସେବା କମିଟିକୁ କହିଥିଲେ ଯେ ଗତ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା 'ଅପରେସନ୍ ଏପିକ୍ ଫ୍ୟୁରି' ପାଇଁ ଏ ପର୍ଯ୍ୟନ୍ତ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇସାରିଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି ୨.୩ ଲକ୍ଷ କୋଟି ଟଙ୍କା।
US Military Budget on Iran War: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଇତି ମଧ୍ୟରେ ୨ ମାସ ପୂରଣ ହୋଇସାରିଛି। ହେଲେ ବିରୋଧରେ ଚାଲିଥିବା ଯୁଦ୍ଧରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ତଥ୍ୟ ପ୍ରଦାନ କରିଛି ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ। ଦେଶର ସଂସଦୀୟ ସଶସ୍ତ୍ର ସେବା କମିଟି ସାମ୍ନାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ବରିଷ୍ଠ ପେଣ୍ଟାଗନ ଅଧିକାରୀ ଜୁଲ୍ସ ହର୍ଷ୍ଟ। ଏନେଇ ମତ ରଖି ସେ କହିଛନ୍ତି ଫେବୃଆରୀ ୨୮ ତାରିଖରେ ଇରାନ ବିରୋଧରେ ଆରମ୍ଭ ହୋଇଥିବା "ଅପରେସନ୍ ଏପିକ୍ ଫ୍ୟୁରି" ଅଭିଯାନରେ ଏପର୍ଯ୍ୟନ୍ତ ପ୍ରାୟ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇସାରିଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି ପ୍ରାୟ ୨.୩ ଲକ୍ଷ କୋଟି ଟଙ୍କା। ଏହି ପରିମାଣର ଅଧିକାଂଶ ଭାଗ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ କ୍ରୟ ପାଇଁ ଖର୍ଚ୍ଚ ହୋଇସାରିଛି।

ଯୁଦ୍ଧ କେତେ କ୍ଷତି ସହିଛି ଆମେରିକା?
"ଅପରେସନ୍ ଏପିକ୍ ଫ୍ୟୁରି" ଅଭିଯାନରେ ଆମେରିକା ପ୍ରାୟ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇସାରିଛି। ଏହି ଖର୍ଚ୍ଚ ପରିମାଣ ଦେଶର ମହାକାଶ ଗବେଷଣା ସଂସ୍ଥା ନାସାର ସମ୍ପୂର୍ଣ୍ଣ ବାର୍ଷିକ ବଜେଟ ସହିତ ସମାନ। ଏହା ଭାରତର ମୋଟ ବାର୍ଷିକ ପ୍ରତିରକ୍ଷା ବଜେଟର ପ୍ରାୟ ଏକ-ତୃତୀୟାଂଶ। ଆମେରିକାର ଏହି ଖର୍ଚ୍ଚର ପରିମାଣକୁ ବ୍ୟବହାର କରି ଆଗାମୀ ୧୦ ବର୍ଷ ପାଇଁ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ପର୍ଯ୍ୟପ୍ତ ପରିମାଣରେ ଖାଦ୍ୟପେୟ ଯୋଗାଇହେବ। ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଓମାନ, ପାନାମା, କିମ୍ବା ଜର୍ଜିଆ ଭଳି ଦେଶର ମୋଟ ଲୋକ ସଂଖ୍ୟା ସହିତ ସମାନ। ଭାରତ ଭଳି ଏକ ଜନବହୁଳ ଦେଶର ବାର୍ଷିକ ମଧ୍ୟାହ୍ନ ଭୋଜନ ବଜେଟ ପରିଣା ହେଉଛି ପ୍ରାୟ ୧୨ ହଜାରରୁ ୧୩,୦୦୦ କୋଟି ଟଙ୍କା ରହିଛି। ଯାହା ୧୨ କୋଟି ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ଯୋଗାଇଥାଏ। ଇରାନ ସହିତ ଚାଲିଥିବା ଯୁଦ୍ଧ ଯୋଗୁଁ ଆମେରିକା କିପରି ଆର୍ଥିକ ଦୃଷ୍ଟିକୋଣରୁ କ୍ଷତିଗ୍ରସ୍ତ ତାହା ଏଥିରୁ ଜଣାପଡୁଛି।

ଏହା ସହ ପଢନ୍ତୁ: ଯୁଦ୍ଧରେ କେତେ ଟଙ୍କା ଖର୍ଚ୍ଚ କରିଲାଣି ଆମେରିକା; ଏବେ କିପରି କରିବ କ୍ଷତିର ଭରଣା

ଆମେରିକୀୟ ପ୍ରତିରକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଇରାନ ସହିତ ଚାଲିଥିବା ସଂଘର୍ଷରେ ପ୍ରାୟ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇସାରିଲାଣି। ଏହାକୁ ବ୍ୟବହାର କରି ଆଗାମୀ ୧୦ ବର୍ଷ ପାଇଁ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଖାଦ୍ୟପେୟେ ଯୋଗାଇ ହେବ। ପେଣ୍ଟାଗନର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା "ଅପରେସନ ଏପିକ୍ ଫ୍ୟୁରି ପାଇଁ ଆମେରିକା" ଏପର୍ଯ୍ୟନ୍ତ ୨୫ ବିଲିୟନ ଡଲାର ଖର୍ଚ୍ଚ କରିସାରିଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି ୨.୩ ଲକ୍ଷ କୋଟି ଟଙ୍କା। ଯାହା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମୋଟ ବାର୍ଷିକ ବଜେଟ ସହିତ ପ୍ରାୟ ସମାନ। ଏପରିକି ଏହି ଖର୍ଚ୍ଚ ପରିମାଣ ଭାରତର ମୋଟ ବାର୍ଷିକ ପ୍ରତିରକ୍ଷା ବଜେଟର ପ୍ରାୟ ଏକ-ତୃତୀୟାଂଶ।

ଏହା ସହ ପଢନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?

ଦୈନିକ ହେଉଛି କେତେ ଖର୍ଚ୍ଚ?
ଏନେଇ ହୋଇଥିବା ଆକଳନରୁ ଜଣାପଡି଼ଛି ଯେ ଇରାନ ଯୁଦ୍ଧରେ ଆମେରିକା ଦୈନିକ ପ୍ରାୟ ୨ ବିଲିୟନ ଡଲାର ଖର୍ଚ୍ଚ କରୁଛି। ଏହାର ମିନିଟ ପିଛା ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ରହିଛି। ଯୁଦ୍ଧ ଆରମ୍ଭ ହେବାର ସପ୍ତାହେ ମଧ୍ୟରେ ପ୍ରାୟ ୧୧.୩ ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଏହି ଖର୍ଚ୍ଚ ମୁଖ୍ୟତଃ କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳାର ବହୁଳ ବ୍ୟବହାର ଯୋଗୁଁ ହୋଇଥିଲା। ଯୁଦ୍ଧରେ ହେଉଥିବା ଖର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅସ୍ତ୍ରଶସ୍ତ୍ର ବିଶେଷକରି ମହଙ୍ଗା କ୍ଷେପଣାସ୍ତ୍ର ଏବଂ ଉନ୍ନତ ଧରଣର ସାମରିକ ଉପକରଣ ପାଇଁ ଖର୍ଚ୍ଚ ହେଉଛି। ଆଜିର ଯୁଦ୍ଧ କେବଳ ରଣନୀତି ପାଇଁ ନୁହେଁ ବରଂ ମହଙ୍ଗା ପ୍ରଯୁକ୍ତିବିଦ୍ୟା ପାଇଁ ମଧ୍ୟ ହେଉଛି। ଏହା ବ୍ୟତୀତ ପ୍ରତ୍ୟେକ ଆକ୍ରମଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଦେବାକୁ ପଡୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored