|
logo
Live

Argus News - ଇରାନ-ଯୁଦ୍ଧ ଭିତରେ କ'ଣ କହିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ? ଚିନ୍ତାରେ ଦୁନିଆ

International

Nuclear Threat / ଇରାନ-ଯୁଦ୍ଧ ଭିତରେ କ'ଣ କହିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ? ଚିନ୍ତାରେ ଦୁନିଆ

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
ଇରାନ-ଯୁଦ୍ଧ ଭିତରେ କ'ଣ କହିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ? ଚିନ୍ତାରେ ଦୁନିଆ
Global Concern Rising

Key Points

ଇରାନର ନତାଞ୍ଜ ଏନରିଚମେଣ୍ଟ କମ୍ପ୍ଲେକ୍ସ ଓ ଇସ୍ରାଏଲ୍‌ର ଡିମୋନା ସହର ନିକଟରେ ଆକ୍ରଣ ହୋଇଛି । ଯାହାକି ସଂଘର୍ଷକୁ ଆହୁରି ତିକ୍ତ କରିଛି । ଏହା ହେଉଛି ୨ ଦେଶର ପରମାଣୁ କେନ୍ଦ୍ର ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ନୂଆ ମୋଡ଼ରେ ପହଞ୍ଚିଛି । ଆଉ ଯୁଦ୍ଧର ଏହି ପର୍ଯ୍ୟାୟ ସାରା ବିଶ୍ଵର ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଛି । ଏହି ସମୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଜାରି କରିଛି ଚେତାବନୀ ।

WHOର ମୁଖ୍ୟ ଡ. ଟେଡ୍ରୋସ ଅଦନୋମ ଘେବ୍ରୟସସ୍ ଯୁଦ୍ଧରେ ପରମାଣୁକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, "ଇରାନ-ଇସ୍ରାଏଲ୍ ଯୁଦ୍ଧ ଏବେ ବିପଜ୍ଜନକ ସ୍ଥିତିରେ ପହଞ୍ଚି ସାରିଛି, କାରଣ ଏବେ ଆକ୍ରମଣ ସିଧା ପରମାଣୁ ଭଳି ସମ୍ବେଦନଶୀଳ ଠିକଣା ନିକଟରେ ହେଉଛି ।"

ଏଥିସହ ପଢ଼ନ୍ତୁ: କେତେ ଶକ୍ତିଶାଳୀ ଆମେରିକାର ଏଫ-୩୫ ଯୁଦ୍ଧ ବିମାନ; ଯାହା ଉପରେ ହୋଇଛି ଇରାନୀ ମିସାଇଲ ଆକ୍ରମଣ

ପରମାଣୁ ଆଡ୍ଡା ନିକଟରେ ବୋମାମାଡ଼

ଇରାନର ନତାଞ୍ଜ ଏନରିଚମେଣ୍ଟ କମ୍ପ୍ଲେକ୍ସ ଓ ଇସ୍ରାଏଲ୍‌ର ଡିମୋନା ସହର ନିକଟରେ ଆକ୍ରଣ ହୋଇଛି । ଯାହାକି ସଂଘର୍ଷକୁ ଆହୁରି ତିକ୍ତ କରିଛି । ଏହା ହେଉଛି ୨ ଦେଶର ପରମାଣୁ କେନ୍ଦ୍ର । ଯାହାକୁ ନେଇ WHO ଗଭୀର ଚିନ୍ତ ପ୍ରକାଶ କରି ଏଭଳି ଆକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ନେଇଯିବ ବୋଲି କହିଛି ।

ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (IAEA) ଆକ୍ରମଣକୁ ନେଇ ଯାଞ୍ଚ କରୁଛି । ତେବେ ଆଶ୍ଵସ୍ତିର କଥା ବର୍ତ୍ତମାନ ସୁଦ୍ଧା କୌଣସି ବିକିରଣର ସଂକେତ ମିଳିନାହିଁ । ତଥାପି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମୁଖ୍ୟ ଚେତାଇ ଦେଇଛନ୍ତି ।

WHO ମୁଖ୍ୟ କହିଛନ୍ତି, "ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରିବା ସାର୍ବଜନୀନ ସ୍ଵାସ୍ଥ୍ୟ ଓ ପରିବେଶ ସୁରକ୍ଷା ପ୍ରତି ବିପଜ୍ଜନକ ।" ମଧ୍ୟପ୍ରାଚ୍ୟରେ ଇରାନ ବିରୋଧରେ ଇସ୍ରାଏଲ୍, ଆମେରିକା ଯୁଦ୍ଧ ଭିତରେ ଏଭଳି ଚେତାବନୀ ବିଶ୍ଵକୁ ଚିନ୍ତାରେ ପକାଇଛି ।

ଏଥିସହ ପଢ଼ନ୍ତୁ: ପ୍ରତିଶୋଧ ନେଲା ଇରାନ, ମିସାଇଲ ମାଡ଼ରେ ଥରିଲା ଇସ୍ରାଏଲର ନ୍ୟୁକ୍ଲିୟର ସିଟି 'ଡିମୋନା'

ଯୁଦ୍ଧର ବୈଶ୍ଵିକ ପ୍ରଭାବ

ଏବେ ଇରାନ ଯୁଦ୍ଧର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ । ଉପସଗାରୀୟ ଦେଶର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ହେଉଛି । ଫଳରେ ତୈଳ ଓ ଗ୍ୟାସ୍ ବିତରଣ ବାଧାପ୍ରାପ୍ତ ହୋଇଛି । ଦର ମଧ୍ୟ ବଢ଼ୁଛି । ହସ୍ପିଟାଲ୍, ସ୍କୁଲ୍ ଭଳି ସାର୍ବଜନୀନ ସ୍ଥାନ ଉପରେ ଆକ୍ରମଣ ହେଉଛି ।

WHO ସତର୍କ

କୌଣସି ପ୍ରକାର ପରମାଣୁ ଅଘଟଣରୁ ବର୍ତ୍ତିବା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଆଲର୍ଟ ମୋଡ୍‌ରେ ରହିଛି । ଡ. ଟେଡ୍ରୋସ୍‌ଙ୍କ ଅନୁସାରେ, "ଯୁଦ୍ଧ ଆରମ୍ଭ ପରଠାରୁ WHO ୧୩ ଦେଶରେ କର୍ମଚାରୀ ଓ ଜାତିସଂଘ କର୍ମଚାରୀଙ୍କୁ ପରମାଣୁ ବିପଦର ସାମ୍ନା ପାଇଁ ଟ୍ରେନିଂ ଦେଇଛି । ସମସ୍ତ ପକ୍ଷ ଏଥିରୁ ବିରତ ରହିବା ପାଇଁ ନିବେଦନ କରିଛୁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuclear Threat: ଇରାନ-ଯୁଦ୍ଧ ଭିତରେ କ'ଣ କହିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ? ଚିନ୍ତାରେ ଦୁନିଆ | Argus News