Polymer Bank Note / କାଗଜ ଠାରୁ କେତେ ଅଲଗା ପ୍ଲାଷ୍ଟିକ୍ ନୋଟ୍? ବିଶ୍ୱର କେଉଁ ଦେଶରେ ବ୍ୟବହୃତ ହେଉଛି ଏପରି ମୁଦ୍ରା?
·2 hours ago·3 min read

Key Points
ପ୍ଲାଷ୍ଟିକ୍ ନୋଟ୍ ସ୍ଥାୟୀତ୍ୱ ମାମଲାରେ କାଗଜ ନୋଟ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯାହା ହେଉଛି ଏହାକୁ ବ୍ୟବହାର କରିବାରେ ସବୁଠାରୁ ବଡ଼ ସୁବିଧା। ଏହି ନୋଟ୍ ଅଧିକ ସମୟ ପାଇଁ ବ୍ୟବହୃତ ହୋଇପାରିବ।
Paper Bank Note: ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI) ଖୁବ୍ ଶୀଘ୍ର ଦେଶରେ ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବାକୁ ନେଇ ପ୍ରସ୍ତୁତି କରୁଛି। ଯାହା ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ନୂତନ ପିଢ଼ିର ମୁଦ୍ରା ପ୍ରଚଳନ ଯୋଜନାର ପରବର୍ତ୍ତୀ ପଦକ୍ଷେପ। RBI ଖୁବ୍ ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରୁଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପ୍ଲାଷ୍ଟିକ୍ ନୋଟ୍ କ’ଣ? ଏହା କିପରି ହେବ? ବର୍ତ୍ତମାନର ମୁଦ୍ରା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବଦଳାଯିବ କି? ଭାରତ ପୂର୍ବରୁ ବିଶ୍ୱର କେଉଁ ଦେଶରେ ବ୍ୟବହୃତ ହେଉଛି ପ୍ଲାଷ୍ଟିକ୍ ନୋଟ୍?
ପ୍ଲାଷ୍ଟିକ୍ ନୋଟ୍ କ’ଣ?
ପଲିମର ବା ପ୍ଲାଷ୍ଟିକ୍ ନୋଟ୍, ପାରମ୍ପରିକ ମୁଦ୍ରା ଅପେକ୍ଷା ସାଧାରଣତଃ ନମନୀୟ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରି ମୁଦ୍ରିତ କରାଯାଇଥାଏ। ଏହାକୁ "ପ୍ଲାଷ୍ଟିକ୍" କୁହାଯାଉଥିଲେ ମଧ୍ୟ, ଏହି ନୋଟ୍ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଭଳି ମଜବୁତ ହୋଇନଥାଏ । ପଲିମର ନୋଟ୍ ହାଲୁକା ଏବଂ ଏହାକୁ ସହଜରେ ଭଙ୍ଗା ଯାଇପାରେ। ଏହାକୁ କାଗଜ ନୋଟ୍ ଊଳି ସହଜରେ ବ୍ୟବହାର କରିହେବ।
ଏହା ସହ ପଢନ୍ତୁ: ଆମେରିକାରେ ପ୍ରଚଳିତ ହେବ 'ଟ୍ରମ୍ପ ମୁଦ୍ରା, କେତେ ହେବ ଏହାର ମୂଲ୍ୟ? କିପରି ଆସିବ ନଜର?
ପ୍ଲାଷ୍ଟିକ୍ ନୋଟ୍ ବ୍ୟବହାର ଲାଭ କ’ଣ?
ପଲିମର ନୋଟ୍ ପାରମ୍ପରିକ କାଗଜ ମୁଦ୍ରା ତୁଳନାରେ ବହୁତ ଅଧିକ ସ୍ଥାୟୀ। ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ଥାୟୀ ଭାବରେ ବ୍ୟବହାର କରାଯାଇ ପାରିବ। ଏହା ସହଜରେ ବହୁତ ଜଲଦି ନଷ୍ଟ ହୋଇଯାଏ ନାହିଁ କିମ୍ବା ଏଥିରେ ଧୂଳି ମଳି ଲାଗିବାର ସମ୍ଭାବନା କମ ଥାଏ। ଏହା ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ସହ ଅନ୍ତର୍ଭୂକ୍ତ ହୋଇଥାଏ। ଯାହା ଫଳରେ ଏହାର ନକଲ କରିବା ବହୁତ କଷ୍ଟକର ହୋଇଯାଏ। ପଲିମର ନୋଟ୍ ସ୍ଥାୟୀତ୍ୱ ମାମଲାରେ କାଗଜ ନୋଟ ଠାରୁ ବହୁତ ଭିନ୍ନ। ଯାହା ହେଉଛି ଏହାକୁ ବ୍ୟବହାର କରିବାର ସବୁଠାରୁ ବଡ଼ ସୁବିଧା। ଏହି ନୋଟ ଅଧିକ ସମୟ ପାଇଁ ପ୍ରଚଳନ, କାରବାର ଲାଗି ବ୍ୟବହାର କରାଯାଇପାରିବ।
ବିଶ୍ୱର କେଉଁ ଦେଶରେ ବ୍ୟବହୃତ ହୋଇଥାଏ ପ୍ଲାଷ୍ଟିକ୍ ନୋଟ୍?
ବିଶ୍ୱରେ ପ୍ରାୟ ୬୦ ରୁ ଅଧିକ ଦେଶରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ପଲିମର ନୋଟ୍ ପ୍ରଚଳିତ ହୋଇଛି। ୧୯୯୮ ମସିହାରେ ଅଷ୍ଟ୍ରେଲିଆ ୧୦ ଡଲାର ($10) ମୂଲ୍ୟର ନୋଟ୍ ସହିତ ଆରମ୍ଭ କରି ପଲିମର ନୋଟ୍ ଜାରି କରିବାରେ ବିଶ୍ୱର ପ୍ରଥମ ଦେଶ ହୋଇଥିଲା। ସେବେଠାରୁ କାନାଡା, ବ୍ରିଟେନ୍, ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ରୋମାନିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଭିଏତନାମ ସମେତ ଅନେକ ଦେଶରେ ପ୍ଲାଷ୍ଟିକ୍ ନୋଟ୍ ବ୍ୟବହୃତ ହେଉଛି। ୧୯୯୮ ମସିହାରେ ପ୍ଲାଷ୍ଟିକ୍ ନୋଟ୍ ଗ୍ରହଣ କରିଥିବା ରୋମାନିଆ ପ୍ରଥମ ୟୁରୋପୀୟ ଦେଶ ଥିଲା।
ଅନେକ କେନ୍ଦ୍ରୀୟ ବ୍ୟାଙ୍କ ପଲିମର ନୋଟ୍ ଗ୍ରହଣ କରିବାର ପ୍ରମୁଖ କାରଣ ଭାବରେ ବର୍ଦ୍ଧିତ ସ୍ଥାୟୀତ୍ୱ, କମ୍ ବଦଳ ଖର୍ଚ୍ଚ ଏବଂ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟକୁ ଉଲ୍ଲେଖ କରିଛନ୍ତି। କିଛି ଦେଶ ସମ୍ପୂର୍ଣ୍ଣ ଭାବରେ ପଲିମର ନୋଟ୍ ଗ୍ରହଣ କରିଛନ୍ତି। ସେହିପରି ଆଉ କିଛି ଦେଶ ନୋଟ୍ ମୂଲ୍ୟ ଉପରେ ନିର୍ଭର କରି ଉଭୟ କାଗଜ ଏବଂ ପଲିମର ନୋଟ ବ୍ୟବହାର କରୁଛନ୍ତି।
ଏହା ସହ ପଢନ୍ତୁ: ଏଣିକି ଉପଲବ୍ଧ ହେବ ସୁଧ ମୁକ୍ତ ଋଣ; କେଉଁ ଦେଶରେ ଚାଲିଛି ଶରିଆ ଆଇନ ଅନୁଯାୟୀ କାର୍ଯ୍ୟ କରୁଥିବା ବ୍ୟାଙ୍କ
ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ନୋଟ୍ ଗ୍ରହଣ କରୁଥିବା ଦେଶ: ଅନେକ ଦେଶରେ ଏବେ ପ୍ରାୟ ସମସ୍ତ ନୋଟ୍ ପଲିମର ଦ୍ୱାରା ପ୍ରସ୍ତୁତ ହେଉଛି। ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରୁଥିବା ଦେଶ ହେଉଛନ୍ତି ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ରୋମାନିଆ, ଭିଏତନାମ, ବ୍ରୁନେଇ, ପାପୁଆ ନ୍ୟୁ ଗିନି, ମାଳଦ୍ୱୀପ, ମୌରିଟାନିଆ, ନିକାରାଗୁଆ, ଭାନୁଆଟୁ, ପୂର୍ବ କାରିବିଆନ୍ ଦେଶ, ବାର୍ବାଡୋସ୍, ବ୍ରିଟେନ୍। ଚଳିତ ବର୍ଷ ଓମାନ ୧-ରିଆଲ୍ ମୂଲ୍ୟ ବ୍ୟାଙ୍କ୍ ନୋଟ୍ ଜାରି କରି ଏହି ଗୋଷ୍ଠୀରେ ସାମିଲ ହୋଇଥିଲା।
ଆଂଶିକ ଭାବରେ ପ୍ଲାଷ୍ଟିକ୍ ନୋଟ୍ ଗ୍ରହଣ କରିଥିବା ଦେଶ: ବିଶ୍ୱର ଏପରି କିଛି ଦେଶ ଅଛନ୍ତି ଯେଉଁମାନେ କିଛି ମୂଲ୍ୟର ପ୍ଲାଷ୍ଟିକ୍ ନୋଟ୍ ଜାରି କରିଛନ୍ତି। ଆଂଶିକ ଭାବରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିଥିବା ଦେଶ ହେଉଛନ୍ତି ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଚୀନ୍, ହଂକଂ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ନାଇଜେରିଆ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ବ୍ରାଜିଲ୍, ଚିଲି, ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ, କୁଏତ୍, ଇସ୍ରାଏଲ ଅନ୍ତର୍ଭୁକ୍ତ। ଏହା ସହିତ, ଅନ୍ୟ ଅନେକ ଦେଶ ସୀମିତ ପ୍ରଚଳନ କିମ୍ବା ସ୍ମାରକୀ ଉଦ୍ଦେଶ୍ୟରେ ପ୍ଲାଷ୍ଟିକ୍ ନୋଟ୍ ଜାରି କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories