Cambodia Hero Magawa / ଚର୍ଚ୍ଚାରେ କାମ୍ବୋଡ଼ିଆ ସରକାର; ନିର୍ମାଣ କଲେ ମୂଷାର ପ୍ରତିମୂର୍ତ୍ତ
·1 hour ago·2 min read

Key Points
ନିଜର ସାହସିକତା ପାଇଁ ଚର୍ଚ୍ଚାରେ ରହିଛି "ମାଗୱା"। ଏପରିକି କାମ୍ବୋଡ଼ିଆ ସରକାର ତା'ର ଏକ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି।
Hero Rat Magawa Story: "ସାନ ସିନା ହେଲେ ଦାନ ତା ମହାନ" ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛି ଏକ ମୂଷା। ଆଉ ତା' କାମରେ ଖୁସି ହୋଇ କାମ୍ବୋଡ଼ିଆ ସରକାର ତାହାର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି। ମୂଷା ସାଧାରଣତଃ ଘରର ଜିନିଷ ପତ୍ରକୁ ନଷ୍ଟ କରିବା ପାଇଁ କୁଖ୍ୟାତ। ହେଲେ 'ମାଗାୱା' ନାମକ ଏହି ମୂଷା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। କାମ୍ବୋଡିଆରେ ମାଟି ତଳେ ପୋତି ହୋଇ ରହିଥିବା ଲ୍ୟାଣ୍ଡମାଇନ୍ କୁ ନିଜର ଆଘ୍ରାଣ ଶକ୍ତି ବଳରେ ଖୋଜି ବାହାର କରିଥିବା ଏହି କ୍ଷୁଦ୍ର ନାୟକଙ୍କ ପ୍ରତିମୂର୍ତ୍ତି ଏବେ ଉନ୍ମୋଚିତ ହୋଇଛି।
ଲ୍ୟାଣ୍ଡମାଇନ୍ ଚିହ୍ନଟ କରି କାମ୍ବୋଡିଆରେ ହଜାର ହଜାର ଜୀବନ ବଞ୍ଚାଇଛି 'ମାଗାୱା'
ବିଶ୍ୱର ସବୁଠାରୁ ସାହସୀ ମୂଷା ଭାବେ ଉଭା ହୋଇଛି 'ମାଗାୱା'। ଯାହାର ସାହସର କାହାଣୀ ଏବେ ପଥରରେ ଖୋଦିତ ହେଉଛି। କାମ୍ବୋଡିଆର ସିଏମ୍ ରିପ୍ ଠାରେ ଏହି କ୍ଷୁଦ୍ର ନାୟକଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହା କେବଳ ଏକ ପ୍ରତିମୂର୍ତ୍ତି ନୁହେଁ ବରଂ ସେହି ସାହସକୁ ଶ୍ରଦ୍ଧାଞ୍ଜଳି ଯାହା ୫ ବର୍ଷର ଏକ ଛୋଟ କ୍ୟାରିଅର ମଧ୍ୟରେ ପ୍ରାୟ ଶହେରୁ ଅଧିକ ଲ୍ୟାଣ୍ଡମାଇନ୍ ଏବଂ ଜୀବନ୍ତ ବୋମା ଚିହ୍ନଟ କରି ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି। କାମ୍ବୋଡିଆରେ ମାଟି ତଳେ ପୋତି ହୋଇ ରହିଥିବା ମୃତ୍ୟୁର ଦୂତ ଲ୍ୟାଣ୍ଡମାଇନ୍ସ କୁ ଖୋଜି ବାହାର କରିବା କୌଣସି ପିଲା ଖେଳ ନଥିଲା। ହେଲେ "ମାଗାୱା" ଏହାକୁ ତା' ଜୀବନର ଲକ୍ଷ୍ୟ କରି ନେଇଥିଲା।
ମଣିଷ ଅପେକ୍ଷା ଦ୍ରୁତ ଏବଂ ବାରୁଦର ଶତ୍ରୁ
କାମ୍ବୋଡିଆର ସେହି ସାହସୀ ମୂଷା "ମାଗାୱା" କରିସ୍ମା ଏପରି ଥିଲା ଯେ ଏହି ଲିଟିଲ ମାଷ୍ଟର ଟେନିସ୍ କୋର୍ଟ ଆକାରର ଏକ ଅଞ୍ଚଳରେ ରହିଥିବା ଲ୍ୟାଣ୍ଡମାଇନ୍ସ ହଟାଇବା ପାଇଁ ଯେଉଁଠି ମାନବ ନିର୍ମିତ "ମେଟାଲ ଡିଟେକ୍ଟର" (Metal Detector) ୪ ଦିନ ସମୟ ନେଉଥିବା ବେଳେ, ଏହା ମୂଷା କେବଳ ୩୦ ମିନିଟ ମଧ୍ୟରେ ସେହି କାମ କରି ଦେଉଥିଲା।ବେଲଜିୟମ ସଙ୍ଗଠନ APOPO "ମାଗାୱା" କୁ ଏପରି ତାଲିମ ଦେଇଥିଲା ଯେ ସେ ତାହାର ନାକକୁ ସିଧାସଳଖ ବାରୁଦ ଆଡ଼କୁ ଇଙ୍ଗିତ କରୁଥିଲା। "ମାଗାୱା" ଲ୍ୟାଣ୍ଡମାଇନ ଫାଶରୁ ପ୍ରାୟ କୋଡ଼ିଏଟି (୨୦) ଫୁଟବଲ୍ ପଡ଼ିଆ ଆକାରର ଏକ ଅଞ୍ଚଳକୁ ମୁକ୍ତ କରିଥିଲା। ଯେଉଁଠାରେ ଲୋକେ ଏବେ ନିର୍ଭୟରେ ଚାଷ କରୁଥିବା ବେଳେ ପିଲାମାନେ ବିନା ଭୟରେ ଖେଳୁଛନ୍ତି।
ମିଳିବ ସାହସିକତା ପଦକ
"ମାଗାୱା" କୁ ତାହାର ଦକ୍ଷତା ପାଇଁ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳିଥିଲା। ଗତ ୨୦୨୦ ରେ ପ୍ରସିଦ୍ଧ ବ୍ରିଟିଶ ସଙ୍ଗଠନ PDSA ଏହି ମୂଷାକୁ ସାହସିକତା ପଦକ (Medal of Gallantry) ପ୍ରଦାନ କରିଥିଲା। ଏହି ସମ୍ମାନ ଯେକୌଣସି ପ୍ରାଣୀ ପାଇଁ ଏକ ସ୍ୱପ୍ନ। "ମାଗାୱା" ସହ ଜଡ଼ିତ ଏହାର ଓଜନ ହେଉଛି ଏହାର ଓଜନ। "ମାଗାୱା" ଏତେ ହାଲୁକା ଥିଲେ ଯେ ଯଦି ସେ ଲ୍ୟାଣ୍ଡମାଇନ ଉପରେ ଚାଲିଯାଏ ତାହାଲେ ଏଥିରେ ବିସ୍ଫୋରଣ ହେଉନଥିଲା। ଯଦିଓ "ମାଗାୱା" ଆଉ ଆମ ମଧ୍ୟରେ ନାହିଁ,ହେଲେ ତାହାର ପ୍ରତିମୂର୍ତ୍ତି ଭବିଷ୍ୟତ ପିଢ଼ିକୁ ଶିଖାଇବ ଯେ ଜଣେ ନାୟକ ଯେକୌଣସି ରୂପରେ ଆସିପାରେ। ଏପରିକି ଏକ ଛୋଟ ମୂଷା ମଧ୍ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories