|
logo
Live

Argus News - ଆମେରିକା ବାଲ୍ଟିମୋରର ବ୍ରିଜ ଭୁଶୁଡିବା ଘଟଣା, ଜାଣନ୍ତୁ ପ୍ରକୃତ କାରଣ

International

ଆମେରିକା ବାଲ୍ଟିମୋରର ବ୍ରିଜ ଭୁଶୁଡିବା ଘଟଣା, ଜାଣନ୍ତୁ ପ୍ରକୃତ କାରଣ

Swayangprajna Mishra
Browse all articles by Swayangprajna Mishra
·2 years ago·3 min read
ଆମେରିକା ବାଲ୍ଟିମୋରର ବ୍ରିଜ ଭୁଶୁଡିବା ଘଟଣା, ଜାଣନ୍ତୁ ପ୍ରକୃତ କାରଣ
  • ଆମେରିକା ବାଲ୍ଟିମୋରର ବ୍ରିଜ କୋଲାପ୍ସ ଘଟଣା
  • ଅନେକ ଆମେରିକାନଙ୍କ ମତରେ ଭାରତୀୟଙ୍କ ଦ୍ବାରା ଭାଙ୍ଗିଛି ଏହି ଫ୍ରାନ୍ସିସ ସ୍କଟ ବ୍ରିଜ ।
  • କାରଣ ଯେଉଁ ସିପ ଏହି ବ୍ରିଜରେ ବାଡେଇ ହେଇଥିଲା, ସେଥିରେ ସମୁଦାୟ ୨୨ ଜଣ ଭାରତୀୟ କ୍ରିଉ ମେମ୍ବର ଏବଂ ପାଇଲଟ ଥିଲେ । 
  • ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଆମେରିକାନ୍ସ ଭାରତୀୟଙ୍କ ବିରୋଧରେ ମିମ୍ସ ବନାଇଛନ୍ତି । 
  • ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣ ।କାହିଁକି ପିଟି ହେଲା ସିପ, ଏବଂ ବ୍ରିଜ ଭାଙ୍ଗିବା ପଛରେ ଭାରତୀୟଙ୍କ ହାତ ଥିଲା କି ? 

ଅର୍ଗସ ବ୍ୟୁରୋ : ୨୬ ମାର୍ଚ୍ଚରେ "ଡାଲି" ନାମକ ଏକ ମାଲବାହୀ ଜାହାଜ ଯାହା ଶ୍ରୀଲଙ୍କା କଲମ୍ବୋ ଆଡକୁ ଯାଉଥିଲା । ଏହି ସିପରେ ଥିଲେ ୨୨ଜଣ ଭାରତୀୟ । ଯେଉଁଥିରେ ୨୦ ଜଣ କ୍ର୍ୟିୁ ମେମ୍ବର ଏବଂ ୨ ଜଣ ପାଇଲଟ ଥିଲେ । ଠିକ ବାଲ୍ଟିମୋର ପଟାପ୍ସକୋ ନଦୀ କ୍ରସ କରୁଥିବା ସମୟରେ ସିପରୁ ଅଚାନକ ଭାବେ ବିଦ୍ୟୁତ ଚାଲି ଯାଇଥିଲା । ଏବଂ ଏହି ସମୟରେ ନିକଟରେ ଥିବା ଫ୍ରାନ୍ସିସ ସ୍କଟ ନାମକ ବ୍ରିଜର ଖମ୍ବରେ ଏହା ପିଟି ହୋଇଯାଇଥିଲା । ଯାହା ଦ୍ବାରା ବ୍ରିଜ ସମ୍ପୁଣ୍ଣ ଭାବେ ନଦୀରେ ଭୁସୁଡି ପଡିଥିଲା । 
ହେଲେ ସୌଭାଗ୍ୟବଶତଃ ସିପରେ ଥିବା ସମସ୍ତଙ୍କ ଜୀବନ ବଞ୍ଚି ଯାଇଥିଲା ।

ହେଲେ ଆମେ ବର୍ତ୍ତମାନ ଏହି ଘଟଣା ପଛରେ ଲୁଚି ଯାଇଥିବା କିଛି ଘଟଣା ଆଡକୁ ଯିବା । 
ପ୍ରଥମ ବିବାଦ ଯାହା ଉଠିଥିଲା, ଯେ ଭାରତୀୟ ପାଇଲଟଙ୍କ ଭୁଲ ଦ୍ବାରା ଏହି ସିପ ବ୍ରିଜରେ ପିଟି ହୋଇଥିଲା କି ?

ତେବେ କିଛି ଆନ୍ତର୍ଜାତୀୟ ଗଣମାଧ୍ୟମ ତଥା ସେହି ବାଲ୍ଟିମୋର ଅଞ୍ଚଳର ଏକ ଗଣମାଧ୍ୟମ ରିପୋର୍ଟେ ପ୍ରକାଶ ହୋଇଥିଲା ଯେ, ସେଥିରେ ୨୨ ଜଣ ଭାରତୀୟଙ୍କ ବ୍ୟତୀତ ୨ ଜଣ ଆମେରିକାନ ଲୋକାଲ ପାଇଲଟ ଥିଲେ । ଯେଉଁମାନଙ୍କୁ ସାଧାରଣତଃ ମରିନ ପାଇଲଟ କୁହାଯାଏ । ସେମାନେ ସେହି ସ୍ଥାନରେ ଏହି ପାଇଲଟଙ୍କୁ ଗାଇଡ କରିବା ପାଇଁ ସିପରେ ଥାଆନ୍ତି । ଏବଂ ନିଜେ ସିପ ଡ୍ରାଇଭ କରୁଥାନ୍ତି । ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ସେହି ସିପରେ ୨ ଜଣ ଲୋକାଲ ପାଇଲଟ ଥିଲେ ଏବଂ ସେ ହିଁ ସିପ ଚଲାଉଥିଲେ ବୋଲି ସୂଚନା ରହିଛି ।

ଏବଂ ଦ୍ବିତୀୟ କଥା ଯେତେବେଳେ ଏହା ପିଟି ହେଲା ସେତେବେଳେ ବିଦ୍ୟୁତ ଚାଲିଯିବାରୁ ଏହାର ସମ୍ପୁର୍ଣ୍ଣ ଇଞ୍ଜିନ ଖରାପ ହୋଇଯାଇଥିଲା । ଯାହାଦ୍ବାରା ଏହାକୁ କଣ୍ଟ୍ରୋଲ କରିବା ସେମାନଙ୍କ ପକ୍ଷରେ ନଥିଲା । 

ଏଇଠି ଆଉ ଗୋଟେ ପଏଣ୍ଟ , ଯାହା ନଜରକୁ ଆସିଛି, ଯେ ବ୍ରିଜର ଖମ୍ବକୁ ସପୋର୍ଟ ଦେବାପାଇଁ ବ୍ରିଜ ଚାରିପଟେ କନକ୍ରିଟ ଡଲଫିନ ବନାଯାଇଥାଏ ।  ବ୍ରିଜକୁ ସପୋର୍ଟ ଦେବାପାଇଁ କନକ୍ରିଟ ଡଲଫିନ ତିଆରି ହୋଇଥାଏ, ଯାହାଦ୍ବାରା ଯେଉଁ ଜାହାଜ ପିଟି ହେଲେ ମଧ୍ୟ ବ୍ରିଜ ଉପରେ କୌଣସି ପ୍ରଭାବ ପଡି ନଥାଏ । ହେଲେ ଏହି ବ୍ରିଜର ଖମ୍ବ ଚାରିପଟେ ଏହା ତିଆରି ହୋଇନାହିଁ । ଏତେ ମାତ୍ରାରେ ଏହିପଟେ ମାଲବାହୀ ଜାହାଜ ଯାଉଥିଲେ ମଧ୍ୟ ବ୍ରିଜକୁ ସପୋର୍ଟ କରିବା ପାଇଁ କାହିଁକି କୌଣସି ସପୋର୍ଟ ଦିଆଯାଇ ନଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ତୃତୀୟରେ ଯଦି ମୃତକଙ୍କ କଥା ଆସେ , ତେବେ ସେହି ସମୟରେ ବ୍ରିଜ ଉପରେ କାମ କରୁଥିବା ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମୃତକଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନି । ଏବଂ ସବୁଠୁ ବଡ କଥା ହେଉଛି ଦୁର୍ଘଟଣା ଘଟିବାର ମାତ୍ର କିଛି କ୍ଷଣ ପୂର୍ବରୁ ଯେତେବେଳେ ଜଣା ପଡିଥିଲା ସେତେବେଳେ ଭାରତର କିଛି କ୍ର୍ୟୁ ମେମ୍ବର ବାଲ୍ଟିମୋରର ଟ୍ରାଫିକ ବିଭାଗକୁ ସୂଚନା ଦେଇଥିଲେ। ଯାହାଦ୍ବାରା ଗାଡିକୁ ଅନେକ ମାତ୍ରାରେ ବ୍ରିଜ ଉପରକୁ ଯିବା ପୂର୍ବରୁ ରୋକି ଦିଆଯାଇଥିଲା । ଯାହାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବାଲ୍ଟିମୋରର ଗଭର୍ଣ୍ଣର ଭାରତୀୟମାନଙ୍କୁ ହିରୋ ବୋଲି କହିଥିଲେ ।

ତେବେ ଏ ପୁରା ଘଟଣାରୁ ଯାହା ଜଣାପଡିଛି, ଏଥିରେ ଭାରତୀୟ କ୍ର୍ୟୁ ମେମ୍ବର ତଥା ପାଇଲଟଙ୍କର କୌଣସି ଭୁଲ ନାହିଁ । ତଥାପି କିଛି ଆମେରିକାନ୍ସ ଲଗାତାର ଭାବେ ଭାରତୀୟଙ୍କ ବିରୋଧରେ ମିମ୍ସକୁ ସୋସିଆଲ ମିଡିଆରେ ଶେୟାର କରିବାରେ ଲାଗିଛନ୍ତି। 
ଏଇଠି ପ୍ରଶ୍ନ ଉଠିପାରେ ଆମେରିକାର ଇନଫ୍ରାଷ୍ଟ୍ରକଚର ଏତେ ଡେଭଲ୍ପ ପରେ ମଧ୍ୟ ଯଦି ବ୍ରିଜର ସପୋର୍ଟ ପାଇଁ ଯଦି କନକ୍ରିଟ ଡଲଫିନ୍ସ ଲଗାଇ ପାରିନାହାନ୍ତି, ତାହେଲେ ବିନା ଦୋଷରେ ଭାରତୀୟଙ୍କ ଉପରକୁ ଆଙ୍ଗୁଳି ଉଠାଇବା ନିହାତି ଭାବେ ଲଜ୍ଜ୍ୟା ଜନକ ।


 

Sponsored
ଆମେରିକା ବାଲ୍ଟିମୋରର ବ୍ରିଜ ଭୁଶୁଡିବା ଘଟଣା, ଜାଣନ୍ତୁ ପ୍ରକୃତ କାରଣ | Argus News