Why America Attacked Venezuela / ଭେନେଜୁଏଲା ଉପରେ କାହିଁକି ଏତେ ବଡ଼ ଆକ୍ରମଣ କଲା ଆମେରିକା ?
·2 months ago·3 min read

Key Points
ଭେନେଜୁଏଲାରେ ଆତଙ୍କ...ଆମେରିକାର ଭୟଙ୍କର ସର୍ଜିକାଲ୍ ଷ୍ଟ୍ରାଇକ୍... ୭ଟି ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ଭେନେଜୁଏଲା
ଭେନେଜୁଏଲା ରାଜଧାନୀ କାରାକାସ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ । ଶନିବାର ରାତି ପ୍ରାୟ ୨ଟା ସମୟରେ ଗୋଟିଏ ପରେ ଗୋଟିଏ ୭ଟି ଶକ୍ତିଶାଳୀ ଧମାକାରେ ସାରା ସହର ଥରି ଉଠିଲା । କିନ୍ତୁ ଏହି ବିସ୍ଫୋରଣ କୌଣସି ସାଧାରଣ ଦୁର୍ଘଟଣା ନଥିଲା । ଏହା ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଚେତାବନୀର ପରିଣାମ, ଯାହା ସେ ଦୀର୍ଘ ଦିନରୁ ଦେଇ ଆସୁଥିଲେ । ଆମେରିକା ପକ୍ଷରୁ Operation Southern Spear ଅଧୀନରେ ଏହି ବଡ଼ ଧରଣର ଆକ୍ରମଣ କରାଯାଇଛି ।
ଏହି ଆକ୍ରମଣର କିଛି ସମୟ ପରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ଏବେ ଆମେରିକା କବ୍ଜାରେ ବୋଲି ଟ୍ରୁଥ୍ ସୋସିଆଲ୍ରେ ବିସ୍ଫୋରକ ଦାବି କରିଛନ୍ତି ଟ୍ରମ୍ପ । ତେବେ ଭେନେଜୁଏଲା ସେନା ଏପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରିନାହିଁ ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ପ୍ରତି ଜବାବ ପାଇଁ ପ୍ରସ୍ତୁତ ହେଉଛି ।
ଆମେରିକାର ଏଲିଟ୍ ଡେଲ୍ଟା ଫୋର୍ସ ଏହି ଅପରେସନରେ ସାମିଲ ଥିବା ସୂଚନା ମିଳୁଛି । କାରାକାସର ପ୍ରମୁଖ ସାମରିକ ଘାଟି ଫ୍ୟୁର୍ଟେ ତିଉନା ଏବଂ ଲା କାର୍ଲୋଟା ବିମାନ ବନ୍ଦର ଉପରେ ହୋଇଥିବା ଆକ୍ରମଣ ପରେ ସହରର ଅଧିକାଂଶ ଭାଗରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଆମେରିକାର FAA ଭେନେଜୁଏଲା ଆକାଶପଥରେ ସମସ୍ତ ବିମାନ ଚଳାଚଳ ଉପରେ ରୋକ୍ ଲଗାଇଛି । ଯଦିଓ ଟ୍ରମ୍ପ ମାଦୁରୋଙ୍କ ଗିରଫଦାରୀ କଥା କହୁଛନ୍ତି, ଭେନେଜୁଏଲା ସେନା ଏପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରିନାହିଁ ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ପ୍ରତି ଜବାବ ପାଇଁ ପ୍ରସ୍ତୁତ ହେଉଛି ।
ତେବେ ୨୦୨୪ ରୁ ଭେନେଜୁଏଲା ଉପରେ ଟ୍ରମ୍ପଙ୍କର ଆକ୍ରୋଶ ଜାରି ରହିଛି । ଏହାର କାରଣ ଥିଲା ନିର୍ବାଚନରେ ମାଦୁରୋ ଜାଲିଆତି କରି ଜିତିଥିବା ଆମେରିକା ଅଭିଯୋଗ କରିଥିଲା । ଟ୍ରମ୍ପ ମାଦୁରୋଙ୍କୁ ଜଣେ ନାର୍କୋ-ଟେରୋରିଷ୍ଟ ବୋଲି କହିବା ସହ ତାଙ୍କ ନାଁରେ କୋଟି କୋଟି ଡଲାରର ପୁରସ୍କାର ରଖିଥିଲେ । ଆମେରିକାର ମତରେ, ମାଦୁରୋ ସରକାର ଡ୍ରଗ୍ସ କାର୍ଟେଲ୍ ଚଲାଉଛନ୍ତି ଏବଂ ଦେଶର ତୈଳ ସମ୍ପଦକୁ ନିଜ ସ୍ୱାର୍ଥରେ ବ୍ୟବହାର କରୁଛନ୍ତି ।
ତେଲ ହେଉଛି ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ ଉତ୍ସ । ଏହି ବିବାଦ ଦଶନ୍ଧି ଧରି ଚାଲିଛି । ୧୯୭୬ ମସିହାରେ ଭେନେଜୁଏଲା ସରକାର ଏହାର ସମ୍ପୂର୍ଣ୍ଣ ତୈଳ ଶିଳ୍ପକୁ ଜାତୀୟକରଣ କରିଥିଲେ । ଏହାର ଅର୍ଥ ହେଲା ଯେ ବିଦେଶୀ ତୈଳ କମ୍ପାନୀଗୁଡ଼ିକର ସମସ୍ତ କାର୍ଯ୍ୟ - ଏପରିକି ଆମେରିକୀୟ କମ୍ପାନୀଗୁଡ଼ିକ - ଯେପରିକି ଏକ୍ସନ, ଗଲ୍ଫ ଅଏଲ୍ ଏବଂ ମୋବିଲ୍ - ଭେନେଜୁଏଲାର ସରକାରୀ କମ୍ପାନୀ ପେଟ୍ରୋଲିଓସ୍ ଡି ଭେନେଜୁଏଲା (PDVSA) ଅଧୀନରେ ଆସିଥିଲା ।
ଏହି ନିଷ୍ପତ୍ତି ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଭେନେଜୁଏଲାରେ ତେଲ ବାହାର କରିବା ବହୁତ କଷ୍ଟକର ହୋଇଗଲା। ଯଦିଓ ଭେନେଜୁଏଲା ଦାବି କରୁଛି ଯେ ଏହି ପ୍ରକ୍ରିୟା ଅନ୍ତର୍ଜାତୀୟ ନିୟମ ଅନୁଯାୟୀ କରାଯାଇଥିଲା, ଅନେକ ବିଦେଶୀ କମ୍ପାନୀ ଏଥିରେ ଅସନ୍ତୁଷ୍ଟ ଥିଲେ ।
ଗତ ନଭେମ୍ବର ୨୦୨୫ରୁ ଆରମ୍ଭ ହୋଇଥିବା ଅପରେସନ୍ ସଦର୍ଣ୍ଣ ସ୍ପିୟରର ଉଦ୍ଦେଶ୍ୟ ଥିଲା ମାଦୁରୋଙ୍କୁ ଶାସନ ଗାଦିରୁ ହଟାଇବା । ଆମେରିକା ପକ୍ଷରୁ ସମୁଦ୍ର ମଝିରେ ଭେନେଜୁଏଲାର ତୈଳ ଟ୍ୟାଙ୍କର ଜବତ କରାଯିବା ସହ ବାରମ୍ବାର ଡ୍ରୋନ୍ ଆକ୍ରମଣ ହୋଇଥିଲା, ଯାହା ଶେଷରେ ଆଜି କାରକାସ ଉପରେ ଏହି ବଡ଼ ଆକ୍ରମଣ ଏବଂ ମାଦୁରୋଙ୍କ ଗିରଫଦାରୀରେ ପହଂଚିଛି ।
ଏହି ସାମରିକ କାର୍ଯ୍ୟାନୁଷ୍ଠାନ କେବଳ ଭେନେଜୁଏଲା ନୁହେଁ ବରଂ ସମଗ୍ର ଲାଟିନ୍ ଆମେରିକାରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଋଷ ଏବଂ ଇରାନ ଭଳି ମାଦୁରୋଙ୍କ ବନ୍ଧୁ ଦେଶମାନେ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଏବେ ସାରା ବିଶ୍ୱର ନଜର ଟ୍ରମ୍ପଙ୍କ ସେହି ପ୍ରେସ କନଫରେନ୍ସ ଉପରେ, ଯେଉଁଠି ସେ ମାଦୁରୋଙ୍କ ଗିରଫଦାରୀ ସମ୍ପର୍କିତ ବଡ଼ ପ୍ରମାଣ ଦେଇପାରନ୍ତି । ତେବେ ଏହା ଶାସନ ପରିବର୍ତ୍ତନର ଆରମ୍ଭ କି ଏକ ଭୟଙ୍କର ରକ୍ତପାତର ସୂଚନା ତାହା ସମୟ କହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories