Eiffel Tower / ୨୦୨୬ରେ ମାଟିରେ ମିଶିଯିବ ଆଇଫେଲ୍ ଟାୱାର ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ

Key Points
୨୦୨୬ରେ ଧ୍ଵଂସ ହୋଇଯିବ ଆଇଫିଲ୍ ଟାୱାର !
ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ
ମାଟିରେ ମିଶିଯିବ ଆଇଫିଲ ଟାୱାର
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଆଇଫିଲ ଟାୱାରକୁ ୨୦୨୬ରେ ଭାଙ୍ଗି ଦିଆଯିବ । ଏମିତି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି, ଏହି ଟାୱାର ଯୋଗୁ ଜନସାଧାରଣଙ୍କୁ ଅନେକ ପ୍ରକାରର ସମସ୍ୟା ହେଉଛି । ଏହି ଟାୱାରର ନିର୍ମାଣଧିନ କ୍ଷତି, ରକ୍ଷଣାବେକ୍ଷଣର ଖର୍ଚ୍ଚ ଏବଂ ଜନସାଧାରଣଙ୍କର ଏହି ଟାୱାରକୁ ନେଇ ନାନା ପ୍ରକାରର ଅଭିଯୋଗ ଆସୁଥିବା କୁହାଯାଇଛି । ଯେଉଁ କାରଣରୁ ଟାୱାରକୁ ୨୦୨୬ରେ ହିଁ ଭାଙ୍ଗି ଦିଆଯିବ ବୋଲି 'x' ହ୍ୟାଣ୍ଡେଲରେ ଏକ ପୋଷ୍ଟ ଭାଇରାଲ ହେଉଛି ।
କିନ୍ତୁ ଏହି ଅଭିଯୋଗଗୁଡିକ ଭିତ୍ତିହୀନ, ଏବଂ ଆଇଫିଲ ଟାୱାରର ଭାଙ୍ଗିବାକୁ ନେଇ ଏବେ ଯାଏଁ କୌଣସି ଅଫିସିଆଲ ସୂଚନା ଆସିନାହିଁ । ଏହି ଗୁଜବ ୧୮ ସେପ୍ଟେମ୍ବର ୨୦୨୫ରେ ଟପିଓକା ଟାଇମ୍ସ ଦ୍ଵାରା ପ୍ରକାଶ ପାଇଥିଲା । ଏହି ୱେବସାଇଟି ପାରୋଡି କଣ୍ଟେଣ୍ଟ ବା ମଜାଳିଆ କଣ୍ଟେଣ୍ଟ ପାଇଁ ବେଶ ଜଣାଶୁଣା । ସେ ଏକ ମୁଖପାତ୍ରଙ୍କ ନାଁରେ ଆଇଫିଲ ଟାୱାରକୁ ନେଇ ଏକ ମିଛ ଲେଖା ଲେଖିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଥିରେ ଲେଖାଅଛି, ଆଇଫିଲ ଟାୱାର ଖାଲି ପଡିଛି । ଏଠାକୁ କେହି ଆସୁ ନାହାନ୍ତି । ସେଥିପାଇଁ ଏହା ଖୁବଶୀଘ୍ର ଭାଙ୍ଗିଯିବ । ଏହି ଟାୱାର ତାର ଲୋକପ୍ରିୟତା ହରାଇ ସାରିଛି । ଏହାକୁ ହଟାଇ ଆମେ କିଛି ନୂଆ ତିଆରି କରିବାକୁ ଚାହୁଁଛୁ । ଏହି ଟାୱାର ଉପରେ ପାରା ଭଳି ବିଭିନ୍ନ ପକ୍ଷୀମାନେ କବ୍ଜ୍ଜା କରି ରଖିଛନ୍ତି । ଭବିଷ୍ୟତରେ ଏହି ସ୍ଥାନରେ ୱାଟର ସ୍ଲାଇଡ, କନ୍ସର୍ଟ ହଲ ଆଦି ତିଆରି କରାଯିବାର ବ୍ୟବସ୍ଥା ରହିଛି । ଏଥିପାଇଁ ୨୦୨୬ ଆରମ୍ଭରେ ହିଁ ଏହି ଟାୱାରକୁ ଖୋଲାଯିବ ବୋଲି ମଜାକରେ ସେଥିରେ ଲେଖାଯାଇଛି।
ଅଧିକ ପଢନ୍ତୁ : ଜୀବିତ ଅବସ୍ଥାରେ କୋକେଇରେ ଶୋଇଥିଲେ, ନିଜେ କଲେ ନିଜ ଶବ ସଂସ୍କାର
📱 Get Argus News App
✨ତେବେ ଏହି ଗୁଜବକୁ ନେଇ ଫ୍ରାନ୍ସର ଆଇଫିଲ ଟାୱାରର ପରିଚାଳନା ସଂସ୍ଥା ପକ୍ଷରୁ କୌଣସି ବୟାନ ପ୍ରକାଶ ପାଇନାହିଁ । ପ୍ୟାରିସ ସହରର କାଉଁସିଲ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ । ଏହା ଏଖ ସବୁଠୁ ସୁରକ୍ଷିତ ଟାୱାର ବୋଲି କୁହାଯାଉଛି। ପ୍ରତିବର୍ଷ ଏହାର ମରାମତି କରାଯାଉଛି, ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଫ୍ରାନ୍ସରେ ଚାଲୁଥିବା ୟୁନିୟନ ଷ୍ଟ୍ରାଇକ୍ କାରଣରୁ ଏହି ଆଇଫିଲ ଟାୱାର ଅସ୍ଥାୟୀ ସମୟ ଯାଏଁ ବନ୍ଦ ରହିଛି । ଏହାକୁ ନେଇ ଏପରି ଗୁଜବ ପୋଷ୍ଟ କରାଯାଇଛି ।
Related Topics
Explore more stories