Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ତାଲିବାନର ନୂଆ ନିୟମ : ମହିଳାଙ୍କୁ ରାସ୍ତା ମଝିରେ ପଥର ଫିଙ୍ଗି ହତ୍ୟା ଆଦେଶ

Jitendra Dash
Browse all articles by Jitendra Dash
·2 years ago·1 min read
ତାଲିବାନର ନୂଆ ନିୟମ : ମହିଳାଙ୍କୁ ରାସ୍ତା ମଝିରେ ପଥର ଫିଙ୍ଗି ହତ୍ୟା ଆଦେଶ

ଅର୍ଗସ ବ୍ୟୁରୋ : ପୁଣି ତାଲିବାନ ଜାରିକଲା ନିୟମ । ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଏଭଳି ଆଉ ଏକ ନିର୍ଦ୍ଦେଶ ଜାରି କରିଛି । ବ୍ୟଭିଚାର କରୁଥିବା ଆଫଗାନିସ୍ତାନ ମହିଳାଙ୍କୁ ତାଲିବାନ ମୃତ୍ୟୁଦଣ୍ଡ ଘୋଷଣା କରିଛି । ବ୍ୟଭିଚାରରେ ଲିପ୍ତ ଥିବା ମହିଳାମାନଙ୍କୁ ପଥର ଫିଙ୍ଗି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କରିଛି ତାଲିବାନ ସରକାର ।

ସୂଚନା ଅନୁସାରେ, ଆଫଗାନିସ୍ତାନରେ ତାଲିବାନ ଶାସନର ପୁନଃ  ପ୍ରତିଷ୍ଠା ପରେ ଲୋକଙ୍କ ଜୀବନ କଷ୍ଟକର ହୋଇପଡୁଛି ବିଶେଷ କରି ମହିଳାଙ୍କ ପାଇଁ । ତାଲିବାନ ସୁପ୍ରିମୋ ଏକ ବାର୍ତ୍ତାରେ କହିଛନ୍ତି ଯେ କାବୁଲ ଦଖଲ କରିବା ସହିତ ସେମାନଙ୍କର ସଂଗ୍ରାମ ଶେଷ ହୋଇନାହିଁ । ବର୍ତ୍ତମାନ ସେମାନେ ଦେଶରେ ଶରିଆ ଆଇନ ଲାଗୁ କରିବେ । ଫଗାନିସ୍ତାନରେ ତାଲିବାନ ଶାସନର ପୁନଃ ପ୍ରତିଷ୍ଠା ହେବାପରେ ଲୋକମାନେ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଏଥିରେ ଆଫଗାନିସ୍ତାନ ମହିଳାମାନେ ଅଧିକ କ୍ଷତିଗ୍ରସ୍ତ ହେବେ । 

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ ରିପୋର୍ଟ ଅନୁଯାୟୀ, ଏହି ଅଡିଓ ବାର୍ତ୍ତାରେ ତାଲିବାନ ସୁପ୍ରିମୋ ମଧ୍ୟ ପାଶ୍ଚାତ୍ୟ ଗଣତନ୍ତ୍ର ବିରୋଧରେ ଲଢେଇ ଜାରି ରଖିବାକୁ ଶପଥ ନେଇଛନ୍ତି । ଅଖୁନ୍ଦଯାଦା ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ସମର୍ଥିତ ମହିଳାଙ୍କ ଅଧିକାର ତାଲିବାନର ‘ଇସଲାମୀୟ ଶାରିଆ ଆଇନ’ର ବିରୋଧୀ । ସେ ଆହୁରି କହିଛନ୍ତି  ଆମ ଦେଶର ମହିଳାମାନେ, ପଶ୍ଚିମର ଲୋକମାନେ ଯେଉଁ  ଅଧିକାର ବିଷୟରେ କହୁଛନ୍ତି , ସେହି ଅଧିକାର ଚାହୁଁଛନ୍ତି କି ?  ଯେଉଁ ପାଶ୍ଚାତ୍ୟ ଲୋକମାନେ ଆମ ଶରିଆ ବିରୋଧ କଥା କହୁଥିଲେ ଆମେ ସେମାନଙ୍କୁ ଆମ ଦେଶରୁ ତଡି ଦେଇଛୁ ।

 

Sponsored
Taliban supremo Akhundzada vowed to continue "fight against Western democracy" | Argus News