BIG UPDATE / ଯୁବପିଢିଙ୍କୁ ମିଳିବ ଚାକିରି; ଜର୍ମାନୀରୁ ଭାରତୀୟଙ୍କ ଲାଗି ଖୁସି ଖବର
·5 months ago·2 min read

Key Points
ଚାକିରି ପାଇଁ ଭାରତୀୟଙ୍କୁ ଖୋଜୁଛି ଜର୍ମାନୀ
ହଜାର ହଜାର ଯୁବକଙ୍କୁ ଦେବ ନିଯୁକ୍ତି
ହଜାର ହଜାର ଯୁବକଙ୍କୁ ଦେବ ନିଯୁକ୍ତି
ଜର୍ମାନୀରେ ଦେଖିବାକୁ ମିଳିଛି କର୍ମଜୀବୀ ସଙ୍କଟ । ଦେଶରେ ଯୁବପିଢିଙ୍କ ଜନସଂଖ୍ୟା ହ୍ରାସ ପାଇବା ପରେ ଜର୍ମାନୀ ଏବେ ବାହାର ଦେଶର କୁଶଳ, ଦକ୍ଷ କର୍ମଜାବୀଙ୍କୁ ଚାକିରି ଦେବାକୁ ଯାଉଛି । ନିଯୁକ୍ତି ଦେବା ଲାଗି ଜର୍ମାନୀ ସରକାର ଭାରତୀୟଙ୍କ ଉପରେ ଫୋକସ୍ କରିଛନ୍ତି । କର୍ମଜୀବୀ ସଙ୍କଟରୁ ମୁକୁଳିବା ଲାଗି ଜର୍ମାନୀ ଭାରତୀୟଙ୍କୁ ଡାକୁଥିବା ଜଣାପଡ଼ିଛି । ତେବେ ଯେଉଁ ଯୁବପିଢି ଦେଶ ବାହାରେ କାମ କରିବାକୁ ଚାହାଁନ୍ତି, ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ ।
ଏବେ ଜର୍ମାନୀର ବିଭିନ୍ନ କ୍ଷେତ୍ରରେ ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗୋଟିଏ ପଟେ ଜର୍ମାନୀକୁ ନିଜ କାମ ଲାଗି କର୍ମଚାରୀ ମିଳୁଥିବାବେଳେ ଏପଟେ ଭାରତୀୟଙ୍କୁ ନିଯୁକ୍ତି ମିଳୁଛି । ଭାରତରେ ଅନେକ ଶିକ୍ଷିତ ବେକାରୀ ଥିବାବେଳେ ଚାକିରି ଅନ୍ଵେଷଣରେ ଅଛନ୍ତି । ଡିଗ୍ରୀ ଧରି ବସିଥିଲେ ସୁଦ୍ଧା ଉପଯୁକ୍ତ ଚାକିରି ଖଣ୍ଡିଏ ମିଳୁନାହିଁ । ଏପରିକି ଉଚ୍ଚ ଶିକ୍ଷା କରି ମଧ୍ୟ ତଳ ସ୍ତରର ଚାକିରି ପାଇଁ ଯୁବପିଢି ଆବେଦନ କରୁଛନ୍ତି । ଜର୍ମାନୀର ଏହି ଚାକିରି ସୁଯୋଗ ଅନେକଙ୍କୁ ଲାଭ ପହଞ୍ଚାଇପାରେ।
ବର୍ଟେଲସମେନ୍ ଫାଉଣ୍ଡେସନ ଥିଙ୍କ ଟ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଯଦି ଜର୍ମାନୀ ନିଜର କାମ ଲାଗି ବାହାରୁ ବିଦେଶୀ କର୍ମଚାରୀଙ୍କ ନ ଆଣୁଛି ତେବେ ଆସନ୍ତା ୨୦୪୦ ସୁଦ୍ଧା ଦେଶରେ ୱାର୍କଫୋର୍ସ ବା କର୍ମବଳ ୧୦%କୁ ହ୍ରାସ ପାଇପାରେ । ନିକଟରେ ଦେଶରେ ଯେଉଁମାନେ ଅବସର ନେଇଛନ୍ତି, ସେମାନଙ୍କ ସ୍ଥାନ ନେବା ଲାଗି ପର୍ଯ୍ୟାପ୍ତ ଯୁବପିଢି ନାହାନ୍ତି । ଏପରି ସ୍ଥିତିରେ ଭାରତୀୟ ଏହି ଅଭାବକୁ ହ୍ରାସ କରିପାରିବେ ବୋଲି ଆଶା କରିଛି ଜର୍ମାନୀ ।
ଏବେ ଜର୍ମାନୀର ବିଭିନ୍ନ କ୍ଷେତ୍ରରେ ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗୋଟିଏ ପଟେ ଜର୍ମାନୀକୁ ନିଜ କାମ ଲାଗି କର୍ମଚାରୀ ମିଳୁଥିବାବେଳେ ଏପଟେ ଭାରତୀୟଙ୍କୁ ନିଯୁକ୍ତି ମିଳୁଛି । ଭାରତରେ ଅନେକ ଶିକ୍ଷିତ ବେକାରୀ ଥିବାବେଳେ ଚାକିରି ଅନ୍ଵେଷଣରେ ଅଛନ୍ତି । ଡିଗ୍ରୀ ଧରି ବସିଥିଲେ ସୁଦ୍ଧା ଉପଯୁକ୍ତ ଚାକିରି ଖଣ୍ଡିଏ ମିଳୁନାହିଁ । ଏପରିକି ଉଚ୍ଚ ଶିକ୍ଷା କରି ମଧ୍ୟ ତଳ ସ୍ତରର ଚାକିରି ପାଇଁ ଯୁବପିଢି ଆବେଦନ କରୁଛନ୍ତି । ଜର୍ମାନୀର ଏହି ଚାକିରି ସୁଯୋଗ ଅନେକଙ୍କୁ ଲାଭ ପହଞ୍ଚାଇପାରେ।
ଜର୍ମାନୀରେ ବୁଢା ହେଉଛନ୍ତି ଲୋକ
ମଧ୍ୟବର୍ତ୍ତୀ ୟୁରୋପୀୟ ଦେଶ ଜର୍ମାନୀ ଏବେ ଗମ୍ଭୀର ଜନସଂଖ୍ୟା ସମ୍ପର୍କିତ ସଙ୍କଟ ଦେଇ ଗତି କରୁଛି । ଦେଶରେ ଯୁବପିଢିଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଏବଂ ବୟସ୍କ ଓ ବୃଦ୍ଧଙ୍କ ସଂଖ୍ୟା ବଢୁଛି । ବର୍ଷ ୨୦୨୪ରେ ଏକ ଅଧ୍ୟୟନ ଅନୁସାରେ, ଜର୍ମାନୀର ଅର୍ଥବ୍ୟବସ୍ଥାକୁ ପ୍ରତିବର୍ଷ ୨,୮୮,୦୦୦ ବିଦେଶୀ କର୍ମଚାରୀଙ୍କ ଆବଶ୍ୟକ ପଡୁଛି । ତେବେ ଜର୍ମାନୀରେ ଜନ୍ମ ହାର କମିବା ପରେ ଏହି ଉତ୍କଟ ସମସ୍ୟା ଦେଖିବାକୁ ମିଳିଛି ।ବର୍ଟେଲସମେନ୍ ଫାଉଣ୍ଡେସନ ଥିଙ୍କ ଟ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଯଦି ଜର୍ମାନୀ ନିଜର କାମ ଲାଗି ବାହାରୁ ବିଦେଶୀ କର୍ମଚାରୀଙ୍କ ନ ଆଣୁଛି ତେବେ ଆସନ୍ତା ୨୦୪୦ ସୁଦ୍ଧା ଦେଶରେ ୱାର୍କଫୋର୍ସ ବା କର୍ମବଳ ୧୦%କୁ ହ୍ରାସ ପାଇପାରେ । ନିକଟରେ ଦେଶରେ ଯେଉଁମାନେ ଅବସର ନେଇଛନ୍ତି, ସେମାନଙ୍କ ସ୍ଥାନ ନେବା ଲାଗି ପର୍ଯ୍ୟାପ୍ତ ଯୁବପିଢି ନାହାନ୍ତି । ଏପରି ସ୍ଥିତିରେ ଭାରତୀୟ ଏହି ଅଭାବକୁ ହ୍ରାସ କରିପାରିବେ ବୋଲି ଆଶା କରିଛି ଜର୍ମାନୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିଜ୍ଞପ୍ତି ପ୍ରକାଶ କଲା BSE, ମେ ୨୯ରେ OTET- ୨୦୨୬ ପରୀକ୍ଷା
ଭାରତରେ ଏବେ ଦୁନିଆର ସବୁଠୁ ଯୁବବର୍ଗ ଅଛନ୍ତି । ଦେଶରେ ୨୫ ବର୍ଷରୁ କମ ବୟସର ପ୍ରାୟ ୬୦ କୋଟି ଯୁବକ ଅଛନ୍ତି । ସେଥିମଧ୍ୟରୁ ପ୍ରାୟ ୧.୨ କୋଟି କର୍ମବଳରେ ସାମିଲ ହୋଇପାରୁଛନ୍ତି । ଅପରପକ୍ଷେ କହିବାକୁ ଗଲେ ଭାରତରେ ବହୁ ଯୁବପିଢି ବେକାରୀ ହୋଇ ବସିଛନ୍ତି । ଯଦି ଏହି ବର୍ଗଙ୍କୁ ଜର୍ମାନୀରେ ଚାକିରି ମିଳୁଛି, ତେବେ ସେମାନଙ୍କୁ ରୋଜଗାର ମିଳିବା ସହିତ ଭାରତୀୟ ଅର୍ଥନୀତିରେ ମଧ୍ୟ ଏହାର ଲାଭ ହେବ ।
ଭାରତ ଓ ଜର୍ମାନୀ ମଧ୍ୟରେ ବୁଝାମଣା
ବର୍ଷ ୨୦୨୨ରେ ଭାରତ ଓ ଜର୍ମାନୀ ମଧ୍ୟରେ 'ପ୍ରବାସ ଓ ଗତିଶିଳତା' ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା । ଏହାଦ୍ଵାରା ଦକ୍ଷ ଭାରତୀୟଙ୍କୁ ଜର୍ମାନୀରେ ଚାକିରି କରିବା ଲାଗି ସୁଯୋଗ ମିଳିବ । ବର୍ଷ ୨୦୨୪ରେ ଜର୍ମାନୀ ଭାରତୀୟଙ୍କ ଲାଗି 'ଦକ୍ଷ ଭିସା କର୍ମଚାରୀ କୋଟା'କୁ ପ୍ରତିବର୍ଷ ୨୦,୦୦୦ରୁ ବୃଦ୍ଧି କରି ୯୦,୦୦୦ କରିଥିଲା । ଏକ ରିପୋର୍ଟ ଅନୁସାରେ, ବର୍ଷ ୨୦୨୪ରେ ଜର୍ମାନୀରେ ୧,୩୬,୬୭୦ ଭାରତୀୟ କାମ କରୁଛନ୍ତି । ଏହି ସଂଖ୍ୟା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।
ଅଧିକ ଖବର ପଢନ୍ତୁ...

Related Topics
Explore more stories