Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶ୍ୱରେ ସେହି ଯେଉଁଠି ହୋଇଥାଏ ପ୍ରବେଶ; ହେଲେ ହୋଇନଥାଏ ପ୍ରସ୍ଥାନ!

International

Most Dangerous Places In The World / ବିଶ୍ୱରେ ସେହି ଯେଉଁଠି ହୋଇଥାଏ ପ୍ରବେଶ; ହେଲେ ହୋଇନଥାଏ ପ୍ରସ୍ଥାନ!

Subhramjit Ray
Browse all articles by Subhramjit Ray
·1 hour ago·3 min read
ବିଶ୍ୱରେ ସେହି ଯେଉଁଠି ହୋଇଥାଏ ପ୍ରବେଶ; ହେଲେ ହୋଇନଥାଏ ପ୍ରସ୍ଥାନ!
Deadliest Places on Earth

Key Points

ବିଶ୍ୱର ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ପହଞ୍ଚିବା କେବଳ କଷ୍ଟକର ନୁହେଁ ବରଂ ବିପଦପୂର୍ଣ୍ଣ। ବିଭିନ୍ନ କାରଣ ପାଇଁ ଏହି ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି।

List of The Most Dangerous Places In The World: ପରିଭ୍ରମଣ କରିବାକୁ ଭଲ ପାଉଥିବା ବିଶ୍ୱର କୋଣ ଅନୁକୋଣରେ ଅବସ୍ଥିତ ରହିଥିବା ପ୍ରାୟତଃ ନୂତନ ଏବଂ ଅନନ୍ୟ ସ୍ଥାନ ଖୋଜି ଏହାକୁ ଲୋକ ଲୋଚନକୁ ଆଣିଥାନ୍ତି। ହେଲେ ବିଶ୍ୱର ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ପହଞ୍ଚିବା କେବଳ କଷ୍ଟକର ନୁହେଁ ବରଂ ବିପଦପୂର୍ଣ୍ଣ ମଧ୍ୟ ବୋଲି ବିବେଚନା କରାଯାଏ। ଏହି ସ୍ଥାନକୁ ସାଧାରାଣ ଲୋକଙ୍କ ଯାତ୍ରା କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ସେଠାକାର ପରିସ୍ଥିତି ଏତେ ବିପଦପୂର୍ଣ୍ଣ ଯେ ସେଠାରୁ ସୁରକ୍ଷିତ ଭାବରେ ଫେରିବା ପ୍ରାୟତଃ ଅସମ୍ଭବ। ବିଶ୍ୱରେ ଏପରି ଆଠଟି ସ୍ଥାନ ରହିଛି ଯାହା ରହସ୍ୟ ଏବଂ ବିପଦ ଉଭୟରେ ପରିପୂର୍ଣ୍ଣ।

ଉତ୍ତର ସେଣ୍ଟିନେଲ୍ ଦ୍ୱୀପ
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ ବଙ୍ଗୋପସାଗରରେ ଅବସ୍ଥିତ। ଏହି ଦ୍ୱୀପ ବିଶ୍ୱର ସବୁଠାରୁ ବିଚ୍ଛିନ୍ନ ସଭ୍ୟତା ମଧ୍ୟରୁ ଅନ୍ୟତମ। ସେଠାରେ ରହୁଥିବା ସେଣ୍ଟିନେଲିଜ୍ ଜନଜାତି ହଜାର ହଜାର ବର୍ଷ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ଆଜିର ଆଧୁନିକ ଦୁନିଆ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ସେଠାକୁ ଯିବା ପାଇଁ ଚେଷ୍ଟା କରିବା ମଧ୍ୟ ଘାତକ ସାବ୍ୟସ୍ତ ହୋଇପାରେ।

ସାପଙ୍କ ଦ୍ୱୀପ
ଇଲହା ଡା କ୍ୟୁମାଡା ଗ୍ରାଣ୍ଡେ ବ୍ରାଜିଲର ପୂର୍ବ ଉପକୂଳରେ ଅବସ୍ଥିତ ଏକ ଦ୍ୱୀପ। ଯାହା ବିଭିନ୍ନ ଧରଣର ବିଷଧର ଏବଂ ବିଷହୀନ ସାପଙ୍କ ବାସସ୍ଥାନ ପାଇଁ ଜଣାଶୁଣା। ଏହି ଦ୍ୱୀପରେ ଗୋଲ୍ଡେନ୍ ଲାନ୍ସହେଡ୍ ଭାଇପର୍ ଭଳି ବିପଦପୂର୍ଣ୍ଣ ସାପ ଦୃଶ୍ୟମାନ ହୋଇଥାନ୍ତି। ଏପରି ସାପଙ୍କ ବିଷ ମଣିଷ ପାଇଁ ବହୁତ ଘାତକ ହୋଇଥାଏ। ଏହି କାରଣରୁ ସାଧାରଣ ଲୋକଙ୍କ ପାଇଁ ସେହି ଦ୍ୱୀପକୁ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସ୍ୱାଲବାର୍ଡ ଗ୍ଲୋବାଲ୍ ସିଡ୍ ଭଲ୍ଟ
ସ୍ୱାଲବାର୍ଡ ଗ୍ଲୋବାଲ୍ ସିଡ୍ ଭଲ୍ଟ ଆର୍କଟିକ୍ କ୍ଷେତ୍ରରେ ଅବସ୍ଥିତ ଏକ ସ୍ଥାନ। ଯାହାକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ବିଶ୍ୱର ବିଭିନ୍ନ ସ୍ଥାନରୁ ଫସଲର ବିହନ ଏଠାରେ ସଂରକ୍ଷଣ କରାଯାଏ। କେବଳ ଅଧିକାରପ୍ରାପ୍ତ ବୈଜ୍ଞାନିକ ଏବଂ ଅଧିକାରୀଙ୍କୁ ଏହି ସ୍ଥାନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

ଚେର୍ନୋବିଲ୍ ରିଆକ୍ଟର-୪
୧୯୮୬ ମସିହାରରେ ପରମାଣୁ ଦୁର୍ଘଟଣା ପରେ ଚର୍ନୋବିଲ୍ ରିଆକ୍ଟର-୪ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ହୋଇ ରହିଛି। ଯଦିଓ ବାହାରେ ସୀମିତ ପର୍ଯ୍ୟଟନ ପାଇଁ ଅନୁମତି ଦିଆଯାଇଛି। ହେଲେ ରିଆକ୍ଟର ଚାରିପାଖରେ କିମ୍ବା ଏହାର ଭିତର ପ୍ରବେଶ କରିବା ଉପରେ ନିଷେଧାଦେଶ ଜାରି ହୋଇଛି। ଏଠାରେ ଆଜି ମଧ୍ୟ ଆଣବିକ ବିକରଣ ସକ୍ରିୟ ରହିଥିବାର କୁହାଯାଏ।

ମେଜଗୋରିୟେ
ମେଜଗୋରିୟେକୁ ଋଷିଆର ଏକ ଅତ୍ୟନ୍ତ ଗୁପ୍ତ ସହର ଭାବରେ ବିବେଚନା କରାଯାଏ। ଯାହା କେବଳ ସାମରିକ ବାହିନୀ ପାଇଁ ସଂରକ୍ଷିତ କରାଯାଇଛି। ଏହି ସହର କୌଣସି ସାଧାରଣ ମାନଚିତ୍ରରେ ମଧ୍ୟ ଦୃଶ୍ୟମାନ ହୁଏ ନାହିଁ। ଏଠାରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। କୁହାଯାଏ ଯେ ଏହି ସହରରେ ପାହଡ଼ ତଳେ ଶୀତଳ ଯୁଦ୍ଧ ବଙ୍କର, ପରମାଣୁ କେନ୍ଦ୍ର ଏବଂ କ୍ଷେପଣାସ୍ତ୍ର ଭଣ୍ଡାର ମହଜୁଦ ରହିଛି।

ଏରିଆ-୫୧

ଏରିଆ-୫୧ ହେଉଛି ଏକ ଗୁପ୍ତ ଆମେରିକୀୟ ସାମରିକ ଘାଟି। ଯାହା ଦୀର୍ଘ ଦିନ ଧରି ରହସ୍ୟ ଘେରରେ ରହିଛି। ଏଠାର ସୁରକ୍ଷା ବ୍ୟବସ୍ଥା ବେଶ ମଜବୁତ ରହିଥିବା ବେଳେ ବିନା ଅନୁମତିରେ ପ୍ରବେଶ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ଚୀନର ପ୍ରଥମ ସମ୍ରାଟଙ୍କ ସମାଧି
କିନ୍ ଶି ହୁଆଙ୍ଗଙ୍କ ସମାଧି ଏକ ପ୍ରସିଦ୍ଧ ସାମରିକ ସ୍ଥଳ। ଆଜି ମଧ୍ୟ ଏହି ସ୍ଥାନଟି ସମ୍ପୂର୍ଣ୍ଣ ଭାବରେ ଖୋଲାଯାଇ ନାହିଁ। ସମ୍ରାଟଙ୍କ ପ୍ରକୃତ ସମାଧିକୁ ସୁରକ୍ଷା ଦେବା ପାଇଁ ଏହା ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଛି। ୧୯୭୪ ମସିହାରୁ ହଜାର ହଜାର ଟେରାକୋଟା ସୈନିକଙ୍କୁ ଏହି ସ୍ଥାନରୁ ଅପସାରିତ କରାଯାଇଛି। ତଥାପି ସମ୍ରାଟଙ୍କ ସମାଧି ବନ୍ଦ ରହିଛି। ଏହି ସ୍ଥାନକୁ ସୁରକ୍ଷା ଦେବା ପାଇଁ ଏଠାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଲାସ୍କୋ ଗୁମ୍ଫା
ଫ୍ରାନ୍ସର ଲାସ୍କୋକ୍ସ ଗୁମ୍ଫା ବିଶ୍ୱବ୍ୟାପୀ ପ୍ରତ୍ନତତ୍ତ୍ୱବିଦ୍ ଙ୍କ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି। ଏହି ଗୁମ୍ଫାରେ ଅତି କମରେ ୧୭ ହଜାର ବର୍ଷରୁ ଅଧକ ପୁରୁଣା ପ୍ରାଗ ଐତିହାସିକ ଚିତ୍ର ରହିଛି। କଳାକୃତି ପ୍ରଭାବଶାଳୀ ଏବଂ କାନ୍ଥରେ ବିସ୍ତାରିତ ହୋଇ ରହିଛି। ଯାହା ହରିଣ, ଗୋରୁ ଏବଂ ବାଇସନ୍ ଆଦି ପ୍ରାଣୀଙ୍କ ଚିତ୍ର ଆଙ୍କିଛି। ୧୯୬୩ ମସିହାରେ ଏହାକୁ ଲୋକଙ୍କ ପାଇଁ ବନ୍ଦ କରାଯାଇଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 Most Dangerous Places in the World: Where Entry is Easy, but Return is Impossible | Argus News