World Happiness Index / ପ୍ରକାଶ ପାଇଲା ବିଶ୍ୱର ସୁଖି ଦେଶଙ୍କ ତାଲିକା; କେଉଁଠି ଅଛି ଭାରତ?
·5 months ago·4 min read

Key Points
ନିକଟରେ ପ୍ରକାଶ ପାଇଛି ଚଳିତ ବର୍ଷର ବିଶ୍ୱର ସୁଖି ଦେଶଙ୍କ ତାଲିକା।
India Rank in World Happiness Index: ସଦ୍ୟ ପ୍ରକାଶିତ ହୋଇଛି ବିଶ୍ୱର ସୁଖି ଦେଶଙ୍କ ତାଲିକା। ଯାହାକୁ ସାରା ବିଶ୍ୱରେ ଖୁସିର ଏକ ମାପକ ଭାବେ ବିବେଚିତ ହୋଇଥାଏ। ହେଲେ ଏନେଇ ପ୍ରଦାନ କରାଯାଉଥିବା ତଥ୍ୟ ଅନେକ ସମୟରେ ବିଶ୍ୱରେ ବିତର୍କର ବିଷୟ ପାଲଟିଥାଏ। ୨୦୨୬ ବିଶ୍ୱର ସୁଖି ଦେଶଙ୍କ ତାଲିକାରେ ଭାରତ ୧୪୭ ଦେଶ ମଧ୍ୟରୁ ୧୧୬ ତମ ସ୍ଥାନରେ ରହିଛି। ଗୋଟିଏ ପଟେ ଭାରତ ବିଶ୍ୱରେ ଏକ ବିକାଶଶୀଳ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଅନ୍ୟପଟେ ଦାରିଦ୍ର୍ୟରେ ପୀଡ଼ିତ ପାକିସ୍ତାନ ରହିଛି। ସେହିପରି ଯୁଦ୍ଧର ନିଆଁରେ ଜଳୁଥିବା ଋଷିଆ, ୟୁକ୍ରେନ, ଇରାନ ଏବଂ ଇସ୍ରାଏଲ, ଆମେରିକା ଆଦି ଦେଶ ରହିଛନ୍ତି।
ହେଲେ ଯେତେବେଳେ ବିଶ୍ୱର ସୁଖି ଦେଶଙ୍କ ତାଲିକା ପ୍ରକାଶିତ ହୁଏ ସେତେବେଳେ ବିଭିନ୍ନ ପ୍ରକାରର ସଙ୍କଟରେ ଫସିଥିବା ଏବଂ ଆର୍ଥିକ ଦୃଷ୍ଟିରୁ ଗରିବ ଦେଶ ଭାରତ ଦେଶ ଅପେକ୍ଷା ଅଧିକ ଖୁସି ବୋଲି ଦର୍ଶାଯାଏ। ପ୍ରଶ୍ନ ଉଠୁଛି ଯେ କ୍ଷୁଧା, ଯୁଦ୍ଧ,ଦାରିଦ୍ର୍ୟ ମଧ୍ୟରେ ଗୋଟିଏ ଦେଶ କିପରି ଖୁସି ହୋଇପାରିବ? ଏପରି ଅଜବ ରାଙ୍କିଂ ପଛରେ କ'ଣ ରହିଛି ଗଣିତ? କିପରି ପ୍ରକାଶିତ ହୋଇଥାଏ ବିଶ୍ୱର ସୁଖି ଦେଶଙ୍କ ତାଲିକା ଏବଂ କାହିଁକି ଏହାର ବାସ୍ତବତାକୁ ନେଇ ସବୁ ସମୟରେ ପ୍ରଶ୍ନ ଉଠିବାରେ ଲାଗିଛି।
କିପରି ପ୍ରକାଶିତ ହୋଇଥାଏ ତାଲିକା?
ଯେତେବଳେ ବିଶ୍ୱର ସୁଖି ଦେଶଙ୍କ ତାଲିକା ପ୍ରକାଶିତ ହୋଇଥାଏ ସେତେବେଳେ ଏକ ବଡ଼ ବିରୋଧାଭାସ ସାମ୍ନାକୁ ଆସିଥାଏ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏବଂ ଋଣଗ୍ରସ୍ତ, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶ ଭାରତ ଠାରୁ ଉଚ୍ଚରେ ରହିଥିବାର ଦେଖାଯାଏ। ଏହି ତାଲିକା ଦେଖିବା ପରେ ଜଣେ ବ୍ୟକ୍ତି ଏକଥା ଭାବିବାକୁ ବାଧ୍ୟ ହୋଇଥାନ୍ତି ଯେ ଏହି ଖୁସି ମାପକ ପ୍ରକୃତରେ କ'ଣ ତୃଣମୂଳ ସ୍ତରର ବାସ୍ତବତାକୁ ପ୍ରତିଫଳିତ କରିଥାଏ କି ନାଁ ଏହା କେବଳ ଭ୍ରମ ମାତ୍ର?
୨୦୨୬ ବିଶ୍ୱର ସୁଖି ଦେଶଙ୍କ ତାଲିକାରେ ବିଭିନ୍ନ ଦେଶର ସ୍ଥାନ?
ଇସ୍ରାଏଲ-୮
ନେପାଳ-୯୯
ପାକିସ୍ତାନ-୧୦୪
ଋଷିଆ-୧୦୮
ୟୁକ୍ରେନ୍-୧୧୧
ଭାରତ-୧୧୬
ଇରାନ-୧୨୦

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିପରି ପ୍ରସ୍ତୁତ ହୋଇଥାଏ ବିଶ୍ୱର ସୁଖି ଦେଶଙ୍କ ତାଲିକା?
ପ୍ରତି ବ୍ୟକ୍ତି ମୁଣ୍ଡପିଛା ଆୟ: ଦେଶର ମୋଟ କ୍ରୟ ଶକ୍ତି ଉପରେ ଆଧାରିତ ଜଣେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି।
ସାମାଜିକ ସମର୍ଥନ: କ'ଣ ଆପଣଙ୍କର ଏପରି କେହି ବ୍ୟକ୍ତି କିମ୍ବା ସମ୍ପର୍କୀୟ ଅଥବା ବନ୍ଧୁ ଅଛନ୍ତି ଯାହାଙ୍କ ଉପରେ ଆପଣ କଷ୍ଟକର ସମୟରେ ନିର୍ଭର କରିପାରିବେ?
ସୁସ୍ଥ ଜୀବନ ଆଶା: ଜନ୍ମ ସମୟରେ ଜଣେ ବ୍ୟକ୍ତି ସୁସ୍ଥ ଜୀବନ ଆଶା କରିଥାଏ। ଏଥିରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଅନ୍ତର୍ଭୂକ୍ତ।
ମୁକ୍ତ ଭାବରେ ବଞ୍ଚିବାର ସ୍ୱାଧୀନତା: ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଗୋଟିଏ ଦେଶର ନାଗରିକ କେତେ ସ୍ୱାଧିନ?
ଉଦାରତା: ସମାଜ ପରସ୍ପରକୁ ଦାନ ଏବଂ ସାହାଯ୍ୟ, ସହଯୋଗ କରିବାକୁ କେତେ ଆଗ୍ରହୀ?
ଦୁର୍ନୀତିର ଧାରଣା: ଦେଶର ସରକାର ଏବଂ ବ୍ୟବସାୟ ଜଗତରେ ଦୁର୍ନୀତି ପ୍ରତି ଜନସାଧାରଣଙ୍କ ଧାରଣା କ'ଣ?
ବିଶ୍ୱର ସୁଖି ଦେଶଙ୍କ ତାଲିକା ପ୍ରସ୍ତୁତ ପାଇଁ ଯେଉଁ ମାନଦଣ୍ଡ ଉପରେ ବିଚାର କରାଯାଏ ତାହା ହୁଏତ ଶୁଣିବା ପାଇଁ ଯୁକ୍ତିଯୁକ୍ତ ଲାଗିପାରେ, ହେଲେ ଏହାର ପ୍ରକୃତ ସମସ୍ୟା ହେଉଛି ଏଥିପାଇଁ ତଥ୍ୟ ସଂଗ୍ରହ କରିବାର ପ୍ରକ୍ରିୟା। ଏହି ତଥ୍ୟ ମୁଖ୍ୟତଃ "ଗ୍ୟାଲପ୍ ୱାର୍ଲ୍ଡ ପୋଲ" (Gallup World Poll) ଉପରେ ଆଧାରିତ। ଏହି ସର୍ଭେରେ ଭାଗ ନେଉଥିବା ଲୋକଙ୍କୁ ୦ ରୁ ୧୦ ମଧ୍ୟରେ ଏକ ସଂଖ୍ୟା ଚୟନ କରିବାକୁ କୁହାଯାଏ। ଯେଉଁଥିରେ ୦ ସେମାନଙ୍କ ଜୀବନର ସବୁଠାରୁ ଖରାପ ଏବଂ ୧୦ ସର୍ବୋତ୍ତମ ସ୍ଥିତିକୁ ଦର୍ଶାଇଥାଏ। ଲୋକଙ୍କୁ ପଚରାଯାଏ ଯେ ସେମାନେ ବର୍ତ୍ତମାନ ନିଜକୁ କେଉଁଠାରେ ଦେଖୁଛନ୍ତି। ଏହା ସହିତ, ଜୀବନ ସନ୍ତୁଷ୍ଟି, ସକାରାତ୍ମକ ଏବଂ ନକାରାତ୍ମକ ଭାବନା ବିଷୟରେ ପ୍ରଶ୍ନ ପଚରାଯାଏ। ଯେପରିକି ପୂର୍ବ ଦିନରେ ଆପଣ କେତେ ଥର ହସିଥିଲେ କିମ୍ବା ଆପଣ କେତେ ଚାପଗ୍ରସ୍ତ ରହିଥିଲେ।
ସର୍ଭେର ବିଶ୍ୱସନୀୟତା ବିଷୟରେ କାହିଁକି ପ୍ରଶ୍ନ ଉଠାଯାଏ?
ପଚରାଯାଇଥିବା ପ୍ରଶ୍ନ ଏବଂ ବିଶ୍ୱର ସୁଖି ଦେଶଙ୍କୁ ନେଇ ଗଠିତ ଖୁସି ସୂଚକାଙ୍କ ସର୍ଭେରେ ବ୍ୟବହୃତ ପଦ୍ଧତି ସ୍ପଷ୍ଟ ଭାବରେ ଏହାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଥାଏ। ଭାରତ ଭଳି ବିଶାଳ ଏବଂ ବିବିଧ ଦେଶରେ ଏହି ସର୍ଭେ ଫମ୍ପା ଭଳି ମନେହୁଏ। ଏହା ପଛରେ ଚାରୋଟି ପ୍ରମୁଖ କାରଣ ରହିଛି।

- ନମୁନା ଆକାର: ବିଶ୍ୱର ସୁଖି ଦେଶଙ୍କ ତାଲିକା ପ୍ରକାଶ କରୁଥିବା ୱେବସାଇଟ୍ ଅନୁଯାୟୀ ସର୍ଭେ ପାଇଁ ପ୍ରତ୍ୟେକ ଦେଶରୁ ପ୍ରତିବର୍ଷ ପ୍ରାୟ ୧୦୦୦ ଲୋକଙ୍କ ସହିତ ସାକ୍ଷାତକାର ନିଆଯାଏ। ଏହି ଲୋକଙ୍କ ସହିତ ଫୋନ୍ କଲ୍ କିମ୍ବା ସାମ୍ନାସାମ୍ନା କଥାବାର୍ତ୍ତା ମାଧ୍ୟମରେ ସାକ୍ଷାତକାର ନିଆଯାଏ। ଏବେ ପ୍ରଶ୍ନ ହେଉଛି ଯେ କ'ଣ କେବଳ କିଛି ହାତ ଗଣତି ଲୋକ ଭଳି ଏକ ବିବିଧତାପୂର୍ଣ୍ଣ ଦେଶର ମନୋଭାବ କ'ଣ ଅଛି ତାହା ସ୍ଥିର କରିପାରିବେ ଯାହାର ଜନସଂଖ୍ୟା ୧୪୦ କୋଟିରୁ ଅଧିକ। ଏହି ନମୁନା ଆକାର ଛୋଟ ୟୁରୋପୀୟ ଦେଶଙ୍କ ପାଇଁ ଉପଯୁକ୍ତ ହୋଇପାରେ, ହେଲେ ଏହା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ଭାରତ ପାଇଁ ସମୁଦ୍ରକୁ ଶଙ୍ଖେ।
ସାକ୍ଷାତକାର ନିଆଯାଉଥିବା ବ୍ୟକ୍ତିଙ୍କ ସହ ଜଡ଼ିତ କୌଣସି ତଥ୍ୟ ସାର୍ବଜନୀନ କରାଯାଏ ନାହିଁ। ଗାଲପ୍ ପୋଲ୍ ରେ ପଚରାଯାଉଥିବା ଉତ୍ତରଦାତାଙ୍କ ତଥ୍ୟ, ସେମାନଙ୍କର ସାମାଜିକ ଏବଂ ଆର୍ଥିକ ପୃଷ୍ଠଭୂମି, ଏବଂ ସେମାନେ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରୁ ଆସିଛନ୍ତି ତାହାକୁ ସାର୍ବଜନୀନ ଭାବେ ପରିପ୍ରକାଶ କରାଯାଏ ନାହିଁ।
ଖୁସିର ପରିଭାଷା: ପାଶ୍ଚାତ୍ୟ ଦେଶରେ ଖୁସି ବ୍ୟକ୍ତିଗତ ସ୍ୱାଧିନତା ଏବଂ ଭୌତିକ କଲ୍ୟାଣକୁ ବୁଝାଇଥାଏ। ହେଲେ ଯେତେବେଳେ ଏସୀୟ ଦେଶଙ୍କ କଥା ବିଚାରକୁ ଆସେ ବିଶେଷକରି ଭାରତ କଥା ଉଠେ ସେତେବଳେ ପରିବାର, ଆଧ୍ୟାତ୍ମିକତା ଏବଂ ସାମୁଦାୟିକ ଯୋଗାଯୋଗରେ ଖୁସି ପ୍ରାୟତଃ ଦେଖାଯାଏ। ୦-୧୦ ସ୍କେଲ୍ ଏହି ସାଂସ୍କୃତିକ ପାର୍ଥକ୍ୟକୁ କିପରି ମାପିପାରିବ?
ବିରୋଧାଭାସୀ ଫଳାଫଳ: ଯୁଦ୍ଧ କ୍ଷେତ୍ରରେ ରହିଥିବା ଜଣେ ବ୍ୟକ୍ତି କେବଳ ବଞ୍ଚିବା ପାଇଁ ୦-୧୦ ମାର୍କ ମଧ୍ୟରୁ ନିଜକୁ ୭ ମାର୍କ ଦେଇପାରନ୍ତି। ଏହି ସମୟରେ ଏକ ବିକାଶଶୀଳ ଦେଶର ଜଣେ ମଧ୍ୟବିତ୍ତ ବ୍ୟକ୍ତି, ମୁଦ୍ରାସ୍ଫୀତି କିମ୍ବା ଟ୍ରାଫିକ୍ ଭଳି ଦୈନନ୍ଦିନ ସମସ୍ୟା ଦ୍ୱାରା ପୀଡିତ ଯିଏ ନିଜକୁ ୪ ମାର୍କ ଦେଇଥାନ୍ତି। ଏହି କାରଣରୁ ଯୁଦ୍ଧଗ୍ରସ୍ତ ଦେଶ ଉଚ୍ଚ ସ୍ଥାନରେ ରହୁଥିବା ବେଳେ ଶାନ୍ତିପୂର୍ଣ୍ଣ ଦେଶ ତାଲିକାର ନିମ୍ନରେ ରହିଥାନ୍ତି।
ସାମଗ୍ରିକ ଭାବରେ, ବିଶ୍ୱର ସୁଖି ଦେଶଙ୍କ ତାଲିକା କିଛି ଦେଶ ପାଇଁ ଠିକ୍ ହୋଇପାରେ ଯାହାକୁ ଅସ୍ୱୀକାର କରିହେବ ନାହିଁ। ଏହି ରିପୋର୍ଟ ପାଶ୍ଚାତ୍ୟ ଦୃଷ୍ଟିକୋଣରୁ ପ୍ରସ୍ତୁତ ଏକ ଅତ୍ୟନ୍ତ ସୀମିତ ସର୍ଭେ ଉପରେ ଆଧାରିତ। ଯେପର୍ଯ୍ୟନ୍ତ ସର୍ଭେର ନମୁନା ଆକାର ବିଭିନ୍ନ ଦେଶର ଜନସଂଖ୍ୟା ଅନୁପାତରେ ବୃଦ୍ଧି କରାଯାଇ ନାହିଁ ଏବଂ ସାଂସ୍କୃତିକ ବିବିଧତାକୁ ମାନଦଣ୍ଡରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ, ସେତେବେଳେ ଏପରି ରାଙ୍କିଂ ତୃଣମୂଳ ସ୍ତରର ବାସ୍ତବତା ଠାରୁ ବହୁତ ଦୂରରେ ରହିବ।

Related Topics
Explore more stories