Videos
|
International

କାହାର ପାସପୋର୍ଟ କେତେ ପାୱାରଫୁଲ, ୮୦ ର୍ୟାଙ୍କରେ ରହିଛି ଭାରତର ପାସପୋର୍ଟ

Jitendra Dash
Browse all articles by Jitendra Dash
·2 years ago·2 min read
କାହାର ପାସପୋର୍ଟ କେତେ ପାୱାରଫୁଲ, ୮୦ ର୍ୟାଙ୍କରେ ରହିଛି ଭାରତର ପାସପୋର୍ଟ

ଅର୍ଗସ ବ୍ୟୁରୋ : କାହାର ପାସପୋର୍ଟ କେତେ ପାୱାରଫୁଲ । ପ୍ରକାଶ ପାଇଛି ହେନଲେ ପାସପୋର୍ଟ ଇଣ୍ଡେକ୍ସ । ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ ବା IATAର ତଥ୍ୟ ଅନୁସାରେରେ ଏହି ଇଣ୍ଡେକ୍ସ ପ୍ରକାଶ ପାଇଛି । ଏଥିରେ ୮୦ ର୍ୟାଙ୍କରେ ରହିଛି ଭାରତର ପାସପୋର୍ଟ । ଅର୍ଥାତ ଭାରତୀୟ ନାଗରିକଙ୍କୁ ୬୨ଟି ଦେଶକୁ ଭିସାମୁକ୍ତ ଅନୁମତି ରହିଛି । ଏହି ତାଲିକାରେ ଭାରତ ଏବଂ ଉଜବେକିସ୍ତାନ ୬୨ ର୍ୟାଙ୍କରେ ରହିଛନ୍ତି । ପଡୋଶୀ ପାକିସ୍ତାନ ୧୦୧ ର୍ୟାଙ୍କରେ ରହିଛି । ଅର୍ଥାତ ପାକିସ୍ତାନ ପାସପୋର୍ଟରେ ୩୬ଟି ଦେଶକୁ ବିନା ଭିସାରେ ପ୍ରବେଶ ଅନୁମତି ମିଳିବ । ପାସପୋର୍ଟ  ଇଣ୍ଡେକ୍ସରେ ପ୍ରଥମ ଥର ପାଇଁ ୬ଟି ଦେଶ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ସିଙ୍ଗାପୋର ଏବଂ ସ୍ପେନର ର୍ୟାଙ୍କ ୧ ଥିବା ବେଳେ ଏହି ଦେଶ ଗୁଡ଼ିକର ପାସପୋର୍ଟରେ ୧୯୪ ଦେଶକୁ ବିନା ପ୍ରି-ଡିପାର୍ଚର ଭିସାରେ ଯାଇପାରିବେ ସେହି ଦେଶର ନାଗରିକ । ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଫିନଲାଣ୍ଡ ଏବଂ ସ୍ବିଡେନ ସହିତ ଦକ୍ଷିଣ କୋରିଆ ଅଛି, ଯାହାର ପାସପୋର୍ଟ ୧୯୩ଟି ଗନ୍ତବ୍ୟ ସ୍ଥାନକୁ ଭିସା ମୁକ୍ତ ଯାତ୍ରା କରିବାକୁ ଅନୁମତି ଦେଇଥାଏ । ଏଥି ସହିତ ତୃତୀୟ ସ୍ଥାନରେ ଅଷ୍ଟ୍ରିଆ, ଡେନମାର୍କ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଅଛି, ଏହି ଦେଶର ପାସପୋର୍ଟରେ ନାଗରିକମାନେ ୧୯୨ ଗନ୍ତବ୍ୟସ୍ଥଳକୁ ଭିସାମୁକ୍ତ ପ୍ରବେଶ କରିପାରିବେ । 

୧୯୧ ଗନ୍ତବ୍ୟସ୍ଥଳକୁ ଭିସା ମୁକ୍ତ ପ୍ରବେଶ ସହିତ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଛି । ବ୍ରିଟେନ୍‌ ଗତ ବର୍ଷ ଷଷ୍ଠ ସ୍ଥାନରେ ରହିଥିଲା । ଏଥି ସହିତ ଦୁର୍ବଳ ପାସପୋର୍ଟ ତାଲିକାରେ ଆଫଗାନିସ୍ତାନ ଶୀର୍ଷରେ ଅଛି । ତେବେ ପାକିସ୍ତାନର ପାସପୋର୍ଟ ମଧ୍ୟ ଦୁର୍ବଳ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ଯୁଦ୍ଧ ପ୍ରଭାବିତ ସିରିଆ ଏବଂ ଇରାକର ପାସପୋର୍ଟ ଏହି ତାଲିକାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: