Videos
|
International

Shocking Lightening Footage / ବଜ୍ରପାତର ଭିଡିଓ କରୁଥିଲେ ଯୁବକ…ହଠାତ୍ ଉପରେ ପଡ଼ିଲା ବିଜୁଳି… କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

Ritu Das
Browse all articles by Ritu Das
·26 mins ago·3 min read
ବଜ୍ରପାତର ଭିଡିଓ କରୁଥିଲେ ଯୁବକ…ହଠାତ୍ ଉପରେ ପଡ଼ିଲା ବିଜୁଳି… କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ
India

Key Points

ଜଣେ ଯୁବକ ଆକାଶରେ ହେଉଥିବା ବଜପ୍ରାତର ଭିଡିଓ ରେକର୍ଡ କରାଯାଇଥିଲା
ଠିକ ସେହି ସମୟରେ ତାଙ୍କ ଉପରେ ବିଜୁଳି ଖସିପଡ଼ିବାର ଦେଖିବାକୁ ମିଳିଛି
ବିଜୁଳି କଥା ଶୁଣିଲେ ଛାତିରେ ଛନକା ପଶିଯାଏ। ଆଉ ଏହି ବିଜୁଳି ଏତେ ଦ୍ରୁତ ଯେ ଜଣେ ବ୍ୟକ୍ତି ଆଖି ପିଛୁଳାକେ ଏହା ହୋଇଥାଏ। ସବୁଠାରୁ ଶକ୍ତିଶାଳୀ ବିଜୁଳି ଏକ ସେକେଣ୍ଡର ହଜାର କିମ୍ବା ଦଶ ଲକ୍ଷ ଭାଗରେ ଆଘାତ କରେ, ଯେତେବେଳେ ପୂରା ଉଜ୍ଜ୍ବଳ ହୋଇଯାଏ। ଆଉ ଆମକୁ ଡର ଲାଗେ। ଏହା କେବଳ ୦.୨ ରୁ ୦.୫ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ତେଣୁ, ଯଦି ବିଜୁଳି ମାରିବାର ମୁହୂର୍ତ୍ତ କ୍ୟାମେରାରେ କଏଦ କରାଯାଏ, ତେବେ ଏହାକୁ ଅତ୍ୟନ୍ତ ବିରଳ ଏବଂ ପାଗଳପଣିଆ ବୋଲି କୁହାଯିବ। ଆମେରିକାର ଓହାୟୋ ରାଜ୍ୟରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୃଶ୍ୟ ଅତ୍ୟନ୍ତ ଭୟଙ୍କର...ଲୋକେ ସତର୍କ ସୂଚନାକୁ କାହିଁକି ଧ୍ୟାନ ଦେଉ ନାହାନ୍ତି କେଜାଣି?



ଘଟଣା ଘଟିଛି ଶୁକ୍ରବାର ଦିନ। ଆମେରିକାର ଓହାୟୋ ରାଜ୍ୟର ସିନସିନାଟି ପାଖରେ ଏକ ଗଲ୍ଫ ଫିଲ୍ଡ ନିକଟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେଉଥିଲା। ଏହି ସମୟରେ ଜଣେ ଯୁବକ ଆକାଶରେ ହେଉଥିବା ବଜପ୍ରାତର ଭିଡିଓ ରେକର୍ଡ କରାଯାଇଥିଲା। ଠିକ ସେହି ସମୟରେ ବହୁ ଜୋରସେ ତାଙ୍କ ଉପରେ ବିଜୁଳି ଖସିପଡ଼ିବାର ଦେଖିବାକୁ ମିଳିଛି। ଆଉ ଏହା କ୍ୟାମେରାରେ କଏଦ ମଧ୍ୟ ହୋଇଛି।

ଏହାସହ ପଢ଼ନ୍ତୁ: ୧୭୫ କିଲୋମିଟର ବେଗରେ ଲ୍ୟାଣ୍ଡଫଲ୍ କରି ବିନାଶ ରଚିଲା ଭୀଷଣ ସାମୁଦ୍ରିକ ଝଡ଼ ‘ଡଲଫିନ୍"

  • ଏମିତି ବଞ୍ଚିଗଲା ଜୀବନ

ଆମେରିକାର ପାଣିପାଗ ବିଭାଗ ବିଶେଷଜ୍ଞ ମେଟ ଡେଭିଡ ଏହି ଘଟଣାର ସୂଚନା ସୋସିଆଲ ମିଡିଆରେ ଏକ୍ସରେ ଶେୟାର କରିଛନ୍ତି। ମେଟ କହିଛନ୍ତି ଯେ, “ଯୁବକ ଜଣକ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।“ ବିଜୁଳି ତାଙ୍କ ହାତ ଉପରେ ଖସିଥିଲା। ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। କିନ୍ତୁ ଅଳ୍ପକେ ମୃତ୍ୟୁମୁଖରୁ ଯୁବକ ଜଣକ ବର୍ତ୍ତିଯାଇଛନ୍ତି। ମୋ ଜୀବନକାଳ ମଧ୍ୟରେ ବଜ୍ରପାତର ଏଭଳି ଭୟଙ୍କର ଚିତ୍ର କେବେ ଦେଖି ନ ଥିଲି। ଯୁବକ ଜଣକ କହିଛନ୍ତି, “ମୋ ଭାଗ୍ୟ ସତରେ ଭଲ ଥିଲା ଯେ, ମୁଁ ଏତେ ବଡ଼ ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଯାଇଥିଲି।“


  • ଭିଡିଓ ଦେଖିଲା ପରେ ଲୋକଙ୍କ ପ୍ରତିକ୍ରିୟା

ଭିଡିଓ ଭାଇରାଲ ହେବାପରେ ଲୋକମାନେ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି। କେତେକ ୟୁଜର୍ସ କହିଛନ୍ତି ଯେତେବେଳେ ବଜ୍ରପାତ ହେଉଛି ସେତେବେଳେ କେବେବି ଗଛମୂଳରେ ଠିଆ ହେବା ଉଚିତ ନୁହେଁ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି। ବର୍ଷା, ତୋଫାନ ବେଳେ ଗଛ ତଳେ ଆଶ୍ରୟ ନେବାକଥା ନୁହେଁ। ସେଥିପାଇଁ ପାଣିପାଗ ବିଭାଗ ଲୋକଙ୍କୁ ବର୍ଷା ପୂର୍ବରୁ ବାରମ୍ବାର ସଚେତନ କରିଥାଏ। କିନ୍ତୁ ଲୋକମାନେ ତାହାକୁ ମାନିଲେ ତ?

  • ପାଣିପାଗ ବିଭାଗର ସତର୍କତା

ଆମେରିକାର ଜାତୀୟ ପାଣିପାଗ ସେବା (NWS) ଅନୁଯାୟୀ, ବଜ୍ରପାତଠାରୁ କିଛି କିଲୋମିଟର ଦୂରରେ ବଜ୍ରପାତ ହୋଇପାରେ। ତେଣୁ, ଘଡ଼ଘଡ଼ି ଶୁଣିବା ମାତ୍ରେ, ଆପଣ ତୁରନ୍ତ ଏକ ବନ୍ଦ କେଶଠା ଭିତରେ ନିଜକୁ ସୁରକ୍ଷିତ ରଖନ୍ତୁ। ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ, ବଜ୍ରପାତ ସମୟରେ ଗଲ୍ଫ କୋର୍ସ, ଖୋଲାପଡ଼ିଆ, ହ୍ରଦ କୂଳ ଏବଂ ଗଛ ତଳେରହିବା ଅତ୍ୟନ୍ତ ବିପଦପୂର୍ଣ୍ଣ।
ଜାତୀୟ ବଜ୍ରପାତ ନିରାପତ୍ତା ବରିଷଦର ତଥ୍ୟ ଅନୁଯାୟୀ, ବଜ୍ରପାତ ସମୟରେ ମାଛ ଧରିବା, ଡଙ୍ଗା ଚାଳନା କରିବା, ସାଇକେଲିଂ ଭଳି ବାହ୍ୟ କାର୍ଯ୍ୟକଳାପ ସବୁଠାରୁ ବିପଦପୂର୍ଣ୍ଣ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories