Volodymyr Zelenskyy / ଜିଦରେ ଜେଲେନସ୍କି, ୟୁକ୍ରେନ ନେବନି ନାଟୋ ସଦସ୍ୟତା: ଟ୍ରମ୍ପ କହିଲେ...
·9 months ago·2 min read

Key Points
ଜିଦ୍ ଛାଡିଲେ ଜେଲେନସ୍କି
ଏବେ ଆମେରିକା ଆଗରେ ରଖିଲେ ଏହି ନୂଆ ସର୍ତ୍ତ
ଏବେ ଆମେରିକା ଆଗରେ ରଖିଲେ ଏହି ନୂଆ ସର୍ତ୍ତ
ଜେଲେନସ୍କି ବଡ଼ ବୟାନ। ବର୍ତ୍ତମାନ ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ପକ୍ଷରୁ ହେଉଥିବା ଉଦ୍ୟମରେ ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି। ଋଷିଆ କହିଛି ଯେ, ସେ ୟୁକ୍ରେନ ଓ ୟୁରୋପର ସବୁ ପ୍ରସ୍ତାବକୁ ଅସ୍ୱୀକାର କରିଦେବ। ଏଣୁ ଏଥିରୁ ପ୍ରଶ୍ନ ଉଠୁଛି ଦୀର୍ଘ ୪ ବର୍ଷ ହେଲା ଜାରି ଯୁଦ୍ଧକୁ ଟ୍ରମ୍ପ ସମାପ୍ତ କରିପାରିବେ ତ? ଜେଲେନସ୍କି କହିଛନ୍ତି ଚଳିତ ସପ୍ତାହ ଆରମ୍ଭରେ ୟୁରୋପୀୟ ନେତାଙ୍କ ସହିତ ପରାମର୍ଶ ପରେ ପଠାଯାଇଥିବା ସଂଶୋଧିତ ପ୍ରସ୍ତାବ ଉପରେ ୱାସିଂଟନରୁ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନାହିଁ। ତେବେ ଜେଲେନସ୍କି ତାଙ୍କ ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ କରିଛନ୍ତି। କାରଣ ଋଷିଆର ଅସନ୍ତୋଷ ସତ୍ତ୍ୱେ ୟୁକ୍ରେନ ଦୀର୍ଘ ସମୟରୁ ନାଟୋ ସଦସ୍ୟ ହେବାର ଇଛାବ୍ୟକ୍ତ କରିଆସୁଛି । ନାଟୋ ଏଭଳି ଏକ ସୈନ୍ୟ ସଙ୍ଗଠନ ଯାହା ସଦସ୍ୟ ଦେଶଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଉଛି।
ୟୁକ୍ରେନ ରାଷ୍ଟ୍ରପତି ନାଟୋ ସଦସ୍ୟତା ପାଇଁ ତାଙ୍କ ଜିଦ୍ ଛାଡିବାକୁ ରାଜି ହୋଇଛନ୍ତି। ଏଣୁ ଏବେ ଋଷିଆ-ୟୁକ୍ରେନ ମଧ୍ୟରେ ଶାନ୍ତି ବୁଝାମଣା ଆଗକୁ ବଢିବାର ଆଶା ଦୃଢ ହୋଇଛି। ଜେଲେନସ୍କିଙ୍କ ବୟାନ ଏକ ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପଙ୍କ ବିଶେଷ ଦୂତ ଋଷିଆ-ୟୁକ୍ରେନ ଶାନ୍ତି ଆଲୋଚନା ନେଇ ବାର୍ତ୍ତା ଲାଗି ବର୍ଲିନରେ ପହଞ୍ଚିଛନ୍ତି। ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶନର ୟୁକ୍ରେନ ଉପରେ ଋଷିଆକୁ ଫ୍ରଣ୍ଟ ଲାଇନ ଅଞ୍ଚଳ ଛାଡିବାକୁ ଚାପ ସୃଷ୍ଟି କରୁଛନ୍ତି।
ଏଥିସହ ପଢ଼ନ୍ତୁ: ୨୦୨୬ ଦେଖିବ ବନ୍ୟା-ବାତ୍ୟା-ପ୍ରଳୟ ସହ ମହାଯୁଦ୍ଧ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
‘ଫାଇନାନ୍ସିଆଲ ଟାଇମ୍ସ’ ଅନୁସାରେ ଭୋଲୋଡେମୀର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ନାଟୋ ସଦସ୍ୟତା ଦାବି ଛାଡିବାକୁ ପ୍ରସ୍ତୁତ। ତେବେ ଏହା ବଦଳେ ଆମେରିକା ଓ ୟୁରୋପରୁ ସୁରକ୍ଷା ଗ୍ୟାରେଣ୍ଟି ମିଳୁ। ଜେଲେନସ୍କି ରବିବାର କହିଛନ୍ତି ଯେ ଆମେ କୌଣସି ବି ଯୋଜନା ବୁଝାମଣାରେ ସାମିଲ ହେବାକୁ ପ୍ରସ୍ତୁତ। ନାଟୋରେ ମଧ୍ୟ ଆମେ କଥା ମାନିବୁ କିନ୍ତୁ ୟୁକ୍ରେନକୁ ମଧ୍ୟ ଆମେରିକା ଓ ୟୁରୋପରୁ ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ। ଜେଲେନସ୍କି କହିଛନ୍ତି ଯେ ଆମେ ୟୁକ୍ରେନ ଓ ଆମେରିକା ମଧ୍ୟରେ ଦ୍ୱିପକ୍ଷୀୟ ସୁରକ୍ଷା ଗ୍ୟାରେଣ୍ଟି ସମ୍ପର୍କରେ କହୁଛୁ। ଏହି ଗ୍ୟାରେଣ୍ଟି ନାଟୋର ଅନୁଚ୍ଛେଦ-୫ ଭଳି ହେବ, ଯାହା ଆକ୍ରମଣ ସ୍ଥିତିରେ କୌଣସି ସଦସ୍ୟ ଦେଶଙ୍କ ପାରସ୍ପରିକ ସୁରକ୍ଷାର ପ୍ରାବଧାନ କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୁଷ-ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ। ଦୀର୍ଘଦିନ ଧରି ଆମେରିକାର ମଧ୍ୟସ୍ଥତା ଆଉ ପାଦେ ବଢ଼ିବା ସହ ଯୁଦ୍ଧ ରୋକିବାକୁ ଟ୍ରମ୍ପ ପ୍ରସ୍ତୁତ କରିଛନ୍ତି ଯୋଜନା । ହେଲେ ଏହା କାମ ଦେବ କି ନାଇଁ ତାହା ଉପରେ ମଧ୍ୟ ସମସ୍ତ ନଜର। ଅନ୍ୟପଟେ ଜେଲେନସ୍କିଙ୍କ ଏହି ବୟାନ ସବୁଠି ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories