Videos
|
International

Russia Ukraine War / ରୁଷିଆ-ୟୁକେନ୍ ଯୁଦ୍ଧବିରାମର ବଡ଼ ସଂକେତ; ପୁଟିନଙ୍କୁ ନିଜ ଦେଶର ୨୫ ପ୍ରତିଶତ ଅଞ୍ଚଳ ଛାଡ଼ିବାକୁ ପ୍ରସ୍ତୁତ ଜେଲେନସ୍କି

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ରୁଷିଆ-ୟୁକେନ୍ ଯୁଦ୍ଧବିରାମର ବଡ଼ ସଂକେତ; ପୁଟିନଙ୍କୁ ନିଜ ଦେଶର ୨୫ ପ୍ରତିଶତ ଅଞ୍ଚଳ ଛାଡ଼ିବାକୁ ପ୍ରସ୍ତୁତ ଜେଲେନସ୍କି
Zelenskyy-Putin Peace Deal

Key Points

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜୋରଦାର
ମାଟି ଛାଡ଼ିବା ବଦଳରେ ସୁରକ୍ଷା ଗ୍ୟାରେଣ୍ଟି ସର୍ତ୍ତ ରଖିଲେ ୟୁକ୍ରେନ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଗୋଟିଏ ପଟେ ଜେଲେନସ୍କିଙ୍କ ଯୁଦ୍ଧବିରାମ ସଂକେତ, ଅପରେ ପାର୍ଶ୍ଵରେ ପୁଟିନଙ୍କ କଠୋର ଆଭିମୁଖ୍ୟ । ଫେବ୍ରୁଆରୀ ୨୦୨୨ରୁ ଅକ୍ଟୋବର ୨୦୨୬, ଲମ୍ବା ସମୟ ଧରି ଜାରି ରହିଥିବା ଯୁଦ୍ଧରେ ଆସିଛି ରୋଚକ ମୋଡ଼ । ପୁଟିନଙ୍କୁ ନିଜ ଦେଶର ୨୫ ପ୍ରତିଶତ ଅଞ୍ଚଳ ଛାଡ଼ିବାକୁ ଜେଲେନସ୍କି ପ୍ରସ୍ତୁତ ଅଛନ୍ତି ।

ଏପଟେ ଅଳ୍ପରେ ସନ୍ତୁଷ୍ଟ ହେବାକୁ ଚାହୁଁନାହାନ୍ତି ପୁଟିନ । ଲଗାତାର ଆକ୍ରମଣ କରି ୟୁକ୍ରେନକୁ ଦୁର୍ବଳ କରିବାରେ ସଫଳ ହୋଇଛନ୍ତି ରୁଷିଆ ରାଷ୍ଟ୍ରପତି । ଦୀର୍ଘ ବର୍ଷ ଧରି ନାଟୋ ତଥା ବାହ୍ୟ ଶକ୍ତି ସମର୍ଥନରେ ରୁଷିଆକୁ ଜବାବ ଦେଉଥିବା ୟୁକ୍ରେନ ଏବେ ଆଉ ଯୁଦ୍ଧ ମୁଡରେ ନଥିବା ସ୍ବୀକାର କରିସାରିଛନ୍ତି ଜେଲେନସ୍କି ।

ଗୋଟିଏ ପଟେ ଜେଲେନସ୍କିଙ୍କ ଯୁଦ୍ଧବିରାମ ସଂକେତ, ଅପରେ ପାର୍ଶ୍ବରେ ପୁଟିନଙ୍କ କଠୋର ଆଭିମୁଖ୍ୟ ନିଜ ପରାଜୟ ଏର ପ୍ରକାର ସ୍ବୀକାର କରିସାରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏପରି ସମୟରେ ଯୁଦ୍ଧର ଘନଘଟା ବଢ଼ିବାରେ ଲାଗିଛି । ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ କ୍ରମାଗତ ଛାରଖାର କରିଛି ରୁଷିଆ ।

ରୁଷିଆର ସଦ୍ୟତମ ଆକ୍ରମଣରେ ୟୁକ୍ରେନର ୬ଟି ପାୱାର ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି, ଫଳରେ ୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଛି । ପୂର୍ବରୁ କେବଳ ୧୪ ଅକ୍ଟୋବରରେ ପ୍ରାୟ ୩୦ଟି ଏନର୍ଜି ଫାସିଲିଟି ସେଣ୍ଟର କ୍ଷତିଗ୍ରସ୍ତ ହୋଇଥିଲା ଏବଂ ପ୍ରାୟ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପଟେ ରୁଷିଆ-ୟୁକେନ୍ ଯୁଦ୍ଧକୁ ବନ୍ଦ କରିବା ଓ ଏହାର ଏକ ସ୍ଥାୟୀ ସମାଧାନର ବାଟ ବାହାର କରିବା ପାଇଁ ୟୁକେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ବଡ଼ ସଂକେତ ଦେଇଛନ୍ତି । ଆମେରିକୀୟ ଗଣମାଧ୍ୟମ 'ଫକ୍ସନ୍ୟୁଜ୍'କୁ ଦେଇଥିବା ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଭୟଙ୍କର ସ୍ଥିତିକୁ ଦୃଷ୍ଟିରେ ରଖି ଯୁଦ୍ଧକୁ ଥମାଇବାକୁ ପଡ଼ିବ ଏବଂ ଏଥିପାଇଁ ଯଦି ଦେଶର ପ୍ରାୟ ୨୫ ପ୍ରତିଶତ ଅଞ୍ଚଳ ଛାଡ଼ିବାକୁ ପଡ଼େ, ତେବେ ସେ ଏଥିପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ଆଟଲାଣ୍ଟିକ ମହାସାଗର ନାଁ ବଦଳାଇ "ଟ୍ରମ୍ପ ଓସେନ୍" ରଖିବା ଉଦ୍ୟମ; ମୁହଁରେ ମନାକଲେ ସୁନ୍ଦର ପିଚାଇ 

ଏହାର ଅର୍ଥ ଜେଲେନସ୍କି ପରୋକ୍ଷରେ ସମାଧାନର ପନ୍ଥା ଆପଣାଇବାକୁ ରାଜି ହୋଇଛନ୍ତି ଏବଂ ରୁଷ୍ କବଜାରେ ଥିବା କିଛି ଅଞ୍ଚଳକୁ ଛାଡ଼ିଦେବାକୁ ମଧ୍ୟ ବିଚାର କରୁଛନ୍ତି । ଦୀର୍ଘକାଳୀନ ଯୁଦ୍ଧ କାରଣରୁ ୟୁକେନ୍ ଜନସାଧାରଣ ଏବଂ ସେନାବାହିନୀ ଅତ୍ୟନ୍ତ କ୍ଲାନ୍ତ ଓ ହତାଶ ହୋଇପଡ଼ିଛନ୍ତି ବୋଲି ସେ ସ୍ୱୀକାର କରିଛନ୍ତି ।

ହେଲେ ଯୁଦ୍ଧବିରାମ ବା ଶାନ୍ତି ଚୁକ୍ତି କେବଳ ସେତେବେଳେ ହୋଇପାରିବ ଯେତେବେଳେ ପାଶ୍ଚାତ୍ୟ ଦେଶ ଏବଂ ଆମେରିକା ପକ୍ଷରୁ ୟୁକେନକୁ ଦୃଢ଼ ସୁରକ୍ଷା ଗ୍ୟାରେଣ୍ଟି ମିଳିବ, ଯାହାଦ୍ୱାରା ଭବିଷ୍ୟତରେ ରୁଷ୍ ପୁନର୍ବାର ଆକ୍ରମଣ କରିବାର ସୁଯୋଗ ପାଇବ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ଜେଲେନସ୍କି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟ୍ରମ୍ପ ବର୍ତ୍ତମାନ ଜେଲେନସ୍କିଙ୍କ ଖୋଲାଖୋଲି କହିଛନ୍ତି ଯେ, ୟୁକେନ୍ କୌଣସି ବୁଝାମଣା ନ କଲେ ପରିସ୍ଥିତି ଅତି ଖରାପ ହେବ ।

ଆମେରିକା ୟୁକ୍ରେନକୁ କୋଟି କୋଟି ଡଲାର ଓ ସହାୟତା ଦେଇଥିଲେ ମଧ୍ୟ ବଦଳରେ କିଛି ପାଇନାହିଁ । ଆମେରିକାରେ ବଢ଼ୁଥିବା ତେଲ ସଂକଟ ଓ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଚାପକୁ ଦୃଷ୍ଟିରେ ରଖି ଟ୍ରମ୍ପ ରୁଷିଆ ସହିତ ଶକ୍ତି କ୍ଷେତ୍ରରେ ବୁଝାମଣା କରିଛନ୍ତି ।

ତେଲ ଚୁକ୍ତି ପରେ ଟ୍ରମ୍ପ ପୁଟିନଙ୍କ ପ୍ରତି ଅଧିକ ନରମ ଏବଂ ୟୁକେନ୍ ପ୍ରତି ଅଧିକ ଚାପ ସୃଷ୍ଟି କରୁଥିବା ନଜର ଆସୁଛି । ଏଭଳି ପରିସ୍ଥିତିରେ ଚାପର ବଶବର୍ତ୍ତୀ ହୋଇ ଜେଲେନସ୍କି ନିଜ ଦେଶର ୨୫ ପ୍ରତିଶତ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଓ ଯୁଦ୍ଧକୁ ଫ୍ରିଜ୍ କରିବାକୁ ସଂକେତ ଦେଇଛନ୍ତି । ଟ୍ରମ୍ପଙ୍କ ନୂତନ ରାଜନୈତିକ ଏବଂ ଆର୍ଥିକ ନୀତି ଯୋଗୁଁ ଆନ୍ତର୍ଜାତୀୟ ରାଜନୀତିରେ ରୁଷର ପାଖାପାଖି ହେବାକୁ ଟ୍ରମ୍ପ ପ୍ରଶାସନ ପସନ୍ଦ କରୁଥିବା ବେଳେ, ୟୁକେନ୍ ପାଇଁ ସମସ୍ୟା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି ।