Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

KKR vs BCCI / କୋଲକାତା ନାଇଟ୍ ରାଇଡର୍ସ ପାଇଁ ବଢ଼ିପାରେ ଅଡ଼ୁଆ; BCCI ନେଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

Sushanta Sahoo
Browse all articles by Sushanta Sahoo
·1 month ago·2 min read
କୋଲକାତା ନାଇଟ୍ ରାଇଡର୍ସ ପାଇଁ ବଢ଼ିପାରେ ଅଡ଼ୁଆ; BCCI ନେଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ
Varun Chakravarthy Injury

Key Points

ଷ୍ଟାର୍ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀଙ୍କ ପାଦରେ ଆଘାତ ସତ୍ତ୍ଵେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ମ୍ୟାଚ୍ ଖେଳାଇଥିଲା । ତେବେ ଚଳିତ ଆଇପିଏଲ୍ ସଂସ୍କରଣରେ ବରୁଣ ଆଘାତ ସତ୍ତ୍ଵେ ଖେଳିବା ପ୍ରଥମ ଘଟଣା ନୁହେଁ ।
ମୁମ୍ବାଇ: ପାଦରେ ଲାଗିଥିଲା ଆଘାତ । ତଥାପି ବଲ୍ ଫିଙ୍ଗୁଥିଲେ ବରୁଣ । ମେ ୧୬ରେ ଇଡେନ୍ ଗାର୍ଡେନ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିଥିଲା କୋଲକାତା ନାଇଟ୍ ରାଇଡର୍ସ । ମ୍ୟାଚ୍‌କୁ କୋଲକାତା ୨୯ ରନ୍‌ରେ ଜିତିବା ସହ ପ୍ଲେ ଅଫ୍‌ରେ ପହଞ୍ଚିବା ଆଶା ବଢ଼ିଛି ।

ଏହାରି ଭିତରେ କୋଲକାତା ନାଇଟ୍ ରାଇଡର୍ସକୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଯାହା ଆଗକୁ ଯାଇ ଜାତୀୟ କ୍ରିକେଟ୍ ଓ ଫ୍ରାଞ୍ଚାଇଜ୍ କ୍ରିକେଟ୍ ବିତର୍କକୁ ବଢ଼ାଇପାରେ ।

ଏଥିସହ ପଢ଼ନ୍ତୁ: IPLରେ ଫ୍ଲପ୍ ଶୋ ପରେ ରିଷଭ ପନ୍ତଙ୍କ ପାଇଁ ଖରାପ ଖବର….BCCI ତାଙ୍କୁ ବଡ଼ ଦାୟିତ୍ବରୁ ମୁକ୍ତ କରିବ 

ଯଦି କୌଣସି ଖେଳାଳି ସମ୍ପୂର୍ଣ୍ଣ ସୁସ୍ଥ ନଥାନ୍ତି ଅଥବା ଆଘାତ ପରେ ବି କୌଣସି ଫ୍ରାଞ୍ଚାଇଜ୍ ଟିମ୍ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଖେଳାନ୍ତି, ତେବେ ? ଏବେ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ କୋଲକାତା ନାଇଟ୍ ରାଇଡର୍ସ ଉପରେ ଏମିତି ଅଭିଯୋଗ ଆସିଛି ।

ଅଭିଯୋଗ ଅନୁସାରେ, ଷ୍ଟାର୍ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀଙ୍କ ପାଦରେ ଆଘାତ ସତ୍ତ୍ଵେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ମ୍ୟାଚ୍ ଖେଳାଇଥିଲା । ତେବେ ଚଳିତ ଆଇପିଏଲ୍ ସଂସ୍କରଣରେ ବରୁଣ ଆଘାତ ସତ୍ତ୍ଵେ ଖେଳିବା ପ୍ରଥମ ଘଟଣା ନୁହେଁ । ଏହାକୁ ବିସିସିଆଇ ଗମ୍ଭୀରତାର ସହ ନେଇ ପଦକ୍ଷେପ ନେଇପାରେ ।

ଭାରତୀୟ ଟି-ଟ୍ଵେଣ୍ଟି କ୍ରିକେଟ୍ ଦଳର ବୋଲିଂର ମେରୁଦଣ୍ଡ ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ । ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ବରୁଣ ପ୍ରମୁଖ ଖେଳାଳି । ତାଙ୍କୁ ଆଘାତ ସତ୍ତ୍ଵେ ଆଇପିଏଲ୍‌ରେ ଖେଳାଇବା ଫିଟନେସ୍‌ ଉପରେ ପ୍ରଭାବ ପକାଇପାରେ ।

ଯାହାକି ଆଗକୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବରଣୁଙ୍କ ଉପଲବ୍ଧତାକୁ ସିଧାଳଖ ପ୍ରଭାବିତ କରିବ । ଅନ୍ୟପଟେ ଚଳିତ ସଂସ୍କରଣରେ ଏବେ ସୁଦ୍ଧା ୧୨ଟି ମ୍ୟାଚ୍ ଖେଳି କେକେଆର୍ ମାତ୍ର ୫ଟି ଜିତିଥିବା ବେଳେ ୬ଟି ହାରିଛି ।

କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅବଶିଷ୍ଟ ମ୍ୟାଚ୍ ମଧ୍ୟ ଗୁରୁତ୍ଵପୂର୍ଣ୍ଣ । କ'ଣ କେବଳ ଏହି କାରଣରୁ ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲରଙ୍କୁ ଆଘାତ ସତ୍ତ୍ଵେ ଖେଳାଇବା ଯୁକ୍ତିଯୁକ୍ତ ଅଟ ।

ଏଥିସହ ପଢ଼ନ୍ତୁ: ଚେପକରେ ଆଜି IPLର ଶେଷ ମ୍ୟାଚ୍ ଖେଳିବେ କି ଧୋନି ? ୫ବର୍ଷ ପୁରୁଣା ଭିଡିଓ ଭାଇରାଲ 

ମେ ୮ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ବରୁଣ ଆହତ ହୋଇଥିଲେ । ତାଙ୍କ ବାମ ପାଦରେ ଆଘାତ ଲାଗିଥିଲା । ଫଳରେ ବେଙ୍ଗାଳୁରୁ ବିପକ୍ଷ ମୁକାବିଲା ଖେଳି ନଥିଲେ ବରୁଣ । ଆଉ ମେ ୧୬ରେ କେକେଆର୍, ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ବରୁଣଙ୍କୁ ଖେଳାଇବା ସହ ୪ ଓଭର୍ ବୋଲିଂ େଇଥିଲା ।

ଯଦିଓ ଉକ୍ତ ମ୍ୟାଚ୍‌ରେ ବରୁଣଙ୍କୁ କୌଣସି ୱିକେଟ୍ ମିଳି ନଥିଲା ଏବଂ ସେ ୪୭ ରନ୍ ଦେଇଥିଲେ । ମ୍ୟାଚ୍‌କୁ କେକେଆର୍ ୨୯ ରନ୍‌ରେ ଜିତିନେବା ସହ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି । ଏହା ପୂର୍ବରୁ ବରୁଣଙ୍କ ବାମ ହାତରେ ଆଘାତ ସତ୍ତ୍ଵେ ଖେଳାଇଥିଲା କେକେଆର୍ ।

ଏବେ ପୁଣି ସମାନ ଘଟଣା ପରେ ବିସିଆଇ ଚିନ୍ତା ପ୍ରକଟ କରିଛି । ଆଗକୁ ବିସିସିଆଇର ମେଡିକାଲ୍ ଟିମ୍ ଏଥିରେ ହସ୍ତକ୍ଷେପ କରିବାରସମ୍ଭାବନା ରହିଛି । ଆଇପିଏଲ୍‌ର ଚଳିତ ସଂସ୍କରଣରେ ବରୁଣ ଏବେ ସୁଦ୍ଧା କେକେଆର୍‌ର ୧୨ଟି ମ୍ୟାଚ୍‌ରୁ ୯ଟିରେ ଖେଳି ୧୦ଟି ୱିକେଟ୍ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BCCI May Take Action Against KKR Over Varun Chakravarthy Injury | Argus News | Argus News