|
logo
Live
Argus News App
GET APP

Argus News - SRHର ଧମାକେଦାର ବିଜୟ...KKRକୁ ୬୫ ରନରେ ହରାଇଲା ହାଇଦ୍ରାବାଦ

IPL 2026

IPL News / SRHର ଧମାକେଦାର ବିଜୟ...KKRକୁ ୬୫ ରନରେ ହରାଇଲା ହାଇଦ୍ରାବାଦ

Ritu Das
Browse all articles by Ritu Das
·3 days ago·2 min read
SRHର ଧମାକେଦାର ବିଜୟ...KKRକୁ ୬୫ ରନରେ ହରାଇଲା ହାଇଦ୍ରାବାଦ
IPL

Key Points

SRH ପକ୍ଷରୁ ଅଭିଷେକ ଶର୍ମା, ଟ୍ରେଭିସ ହେଡ୍ ଏବଂ ହେନରିକ କ୍ଲାସେନଙ୍କ ଧମାକେଦାର ବ୍ୟାଟିଂରେ ବଡ ସ୍କୋର
୨୨୭ ରନର ଟାର୍ଗେଟ୍ ଚେସ୍ କରିବାକୁ ଯାଇ KKR ୧୬୧ ରନରେ ଅଲ୍ଆଉଟ୍
SRHର ଦମଦାର ବୋଲିଂ ଆଗରେ KKR ବ୍ୟାଟିଂ ଲାଇନଅପ୍ ଫେଲ

ଗୁରୁବାର ଥିଲା ଏସଆରଏଚର ଦ୍ବିତୀୟ ମ୍ୟାଚ। ଆଉ ଏହି ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ। ଷଷ୍ଠ ଲିଗ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ୬୫ରନରେ ହରାଇଛି। ୨୨୭ରନର ପିଛା କରି କୋଲକାତା ନାଇଟ ରାଇଡର୍ସ ୧୬ ଓଭରରେ ୧୬୧ରନ୍ କରି ସମସ୍ତ ଓ୍ବିକେଟ ହରାଇଥିଲା । ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଭଲ ବ୍ୟାଟିଂ ଏବଂ ପରେ ଦମଦାର୍ ବୋଲିଂ ଦେଖିବାକୁ ମିଳିଛି।

SRH କରିଥିଲା ବିଶାଳ ସ୍କୋର
ପ୍ରଥମେ SRH ବ୍ୟାଟିଂ କରି ଦଳ ପାଇଁ ଅଭିଷେକ ଶର୍ମା, ଟ୍ରାଭିସ ହେଡ଼ ଏବଂ ହେନରିକ କ୍ଲାସେନ ଦମଦାର୍ ବ୍ୟାଟିଂ କରିଛନ୍ତି । କ୍ଲାସେନ ୩୫ବଲରେ ୪ଚୌକା ଏବଂ ୧ଛକା ସହ ୫୨ରନ୍ କରିଥିଲେ। ଅଭିଷେକ ଶର୍ମା ୨୧ବଲରେ ୪ଚୌକା ଏବଂ ୪ଛକା ଲଗାଇ ୪୮ ରନ୍ କରିଥିଲେ। ସେହିଭଳି ଟ୍ରେବିସ ହେଡ ୨୧ବଲରେ ୬ଚୌକା ଏବଂ ୩ଛକା ସହ ୪୬ରନ୍ କରିଥିଲେ । ମାତ୍ର ଯେଉଁ ହିସାବରେ ହାଇଦ୍ରାବାଦର ଆରମ୍ଭ ହୋଇଥିଲା ତାକୁ ଦେଖି ଲାଗୁଥିଲା କି ଟିମ୍ ବହୁ ସହଜରେ ୨୫୦ ଛୁଇଁ ପାରେ । କିନ୍ତୁ ଟିମ୍ ମଧ୍ୟ ଓଭରରେ ବାରମ୍ବାର ଓ୍ବିକେଟ ହରାଇ ଚାଲିଲା । ପାଓ୍ବାରପ୍ଲେରେ ଟିମର ସ୍କୋର୍ ୧ ଓ୍ବିକେଟରେ ୮୪ରନ୍ ଥିଲା । ମଝିରେ ଓ୍ବିକେଟ ଯାଇଥିଲା । ପରେ ଶେଷରେ କ୍ଲାସେନ ଏବଂ ରେଡ୍ଡି ପାଳି ସମ୍ଭାଳିଥିଲେ ଏବଂ ଟିମର ସ୍କୋରକୁ ୨୦୦ରନରେ ପହଞ୍ଚାଇଥିଲେ ।

ଏହାସହ ପଢ଼ନ୍ତୁ: ପଡ଼ିଆରେ ଶୀଘ୍ର ନଜର ଆସିବେ କି ଧୋନି ? CSK ନୂଆ ପୋଷ୍ଟ ଦେଖି ଆନନ୍ଦିତ ଫ୍ୟାନ୍ସ

ହୋମ ଗ୍ରାଉଣ୍ଡରେ ପରାସ୍ତ ହେଲା କେକେଆର
କୋଲକାତାର ବୋଲିଂ ଉପରେ ନଜର ପକାଇଲେ ବ୍ଲେସିଂ ମୁଜାରବନି ସର୍ବାଧିକ ଓ୍ବିକେଟ ନେଇଛନ୍ତି। ୪ ଓଭରରେ ୪୧ରନ୍ ସହ ୪ଟି ଓ୍ବିକେଟ ହାସଲ କରିଥିଲେ । ସେହିଭଳି ବୈଭବ ଅରୋରା ୪ଓଭର ପକାଇ ୪୭ରନ୍ ଦେବା ସହ ୨ଓ୍ବିକେଟ ଅକ୍ତିଆର କରି ନେଇଥିଲେ । କାର୍ତ୍ତିକ ତ୍ୟାଗି ୪ଓଭରରେ ୪୮ରନ୍ ଏବଂ ଅନୁକୁଲ ରୟ ୨ଓଭରରେ ୧୬ ରନ୍ ଦେଇ ଗୋଟିଏ ଗୋଟିଏ ଓ୍ବିକେଟ ନେଇଥିଲେ ।
୨୨୭ରନ୍ ଲକ୍ଷ୍ୟର ପିଛା କରିଥିଲା କେକେଆର୍ । ଦଳ ତରଫରୁ ଅଙ୍ଗକ୍ରିଶ ରଘୁବଂଶୀ ବିସ୍ଫୋଂରକ ବ୍ୟାଟିଂ କରିଥିଲେ । ୨୯ବଲରେ ୬ ଚୌକା ଓ ୨ଛକା ବଳରେ ୫୨ରନ୍ କରିଥିଲେ । ଅଜଙ୍କ୍ୟା ରହାଣେ ୮, ଫିନ୍ ଆଲେନ ୨୮, ଅଙ୍ଗକ୍ରିଶ ରଘୁବଂଶୀ ୫୨, କ୍ୟାମରେନ ଗ୍ରୀନ ୨, ରିଙ୍କୁ ସିଂ ୩୫, ଅଙ୍କୁଲ ରୟ ୦, ରମଣଦୀପ ସିଂ ୧୦, ସୁନୀଲ ନାରିନ ୧୨, କାର୍ତ୍ତିକ ତ୍ୟାଗୀ ୫, ବୈଭବ ଅରୋରା ୧, ବରୁଣ ଚକ୍ରବତି ୦ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL News: SRHର ଧମାକେଦାର ବିଜୟ...KKRକୁ ୬୫ ରନରେ ହରାଇଲା ହାଇଦ୍ରାବାଦ | Argus News