Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

MS Dhoni Comeback / ପଡ଼ିଆରେ ଶୀଘ୍ର ନଜର ଆସିବେ କି ଧୋନି ? CSK ନୂଆ ପୋଷ୍ଟ ଦେଖି ଆନନ୍ଦିତ ଫ୍ୟାନ୍ସ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ପଡ଼ିଆରେ ଶୀଘ୍ର ନଜର ଆସିବେ କି ଧୋନି ? CSK ନୂଆ ପୋଷ୍ଟ ଦେଖି ଆନନ୍ଦିତ ଫ୍ୟାନ୍ସ
MS Dhoni

Key Points

ଧୋନି ଖୁବଶୀଘ୍ର ପଡ଼ିଆକୁ ଓହ୍ଲାଇପାରନ୍ତି ଚର୍ଚ୍ଚା
CSK ସେୟାର କଲା ଏମିତି ଏକ ଭିଡିଓ
ଆଇପିଏଲ ୨୦୨୬ର ପ୍ରଥମ ଦୁଇ ସପ୍ତାହ ଏମଏସ ଧୋନି ଖେଳିବେ ନାହିଁ ବୋଲି ସିଏସକେ କହିଥିଲା । ଏବେ ଚେନ୍ନାଇ ସୁପରକିଙ୍ଗସ ନିଜେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିବା ମନେ ହେଉଛି । ନିକଟରେ ସିଏସକେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଧୋନିଙ୍କ ଏକ ନୂଆ ଭିଡିଓ ସେୟାର କରିଛି, ଯାହାକୁ ଦେଖି ଲାଗୁଛି ଧୋନି ସମୟ ପୂର୍ବରୁ ଶୀଘ୍ର ପଡ଼ିଆରେ ନଜର ଆସିପାରନ୍ତି । ଏହି ଭିଡିଓ ଦେଖି ଧୋନିଙ୍କ ଫ୍ୟାନ୍ସଙ୍କ ମନରେ ବେଶ ଖୁସି ଦେଖିବାକୁ ମିଳିଛି ।

ଭାରତର ଏହି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ସିଏସକେ କହିଥିଲା ଯେ କାଫ୍ ଷ୍ଟ୍ରେନ ଯୋଗୁଁ ଧୋନି ପ୍ରଥମ ଦୁଇ ସପ୍ତାହ ଖେଳିପାରିବେ ନାହିଁ । ତେବେ ଦଳ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଧୋନି ନିଜ କିଟ୍ ବ୍ୟାଗ୍ ଧରି ନେଟ୍ସରେ ନଜର ଆସିଛନ୍ତି । ଏଥିରୁ ଫ୍ୟାନ ଆଶା କରୁଛନ୍ତି ଯେ ଧୋନି ଖୁବଶୀଘ୍ର ମୈଦାନକୁ ଓହ୍ଲାଇପାରନ୍ତି । ଯଦି ଆପଣ ନିରିଖେଇ ଭିଡିଓ ଦେଖିବେ ତେବେ ଧୋନିଙ୍କ ଗୋଡ଼ରେ ଏବେ ବି ସାମାନ୍ୟ ପୀଡ଼ା ରହିଛି, କାରଣ କାଫ୍ ଷ୍ଟ୍ରେନ ଠିକ୍ ହେବା ପାଇଁ ସମୟ ଲାଗିଥାଏ ।



ଭିଡିଓ କହୁଛି ଅନେକ କଥା
ଭିଡିଓରେ ଦେଖିବାକୁ ମିଳିଛି ଯେ ଧୋନି ନିଜ ସାଥୀ ଖେଳାଳିଙ୍କ ସହିତ ପଡ଼ିଆରେ ବୁଲୁଛନ୍ତି । ଏହି ଭିଡିଓ ପୋଷ୍ଟ କରି ସିଏସକେ ଲେଖିଛି, "କୋଟିଏରୁ ଗୋଟିଏ "। ଧୋନିଙ୍କୁ ପଡ଼ିଆରେ ଦେଖିବା ଲାଗି ଫ୍ୟାନ୍ସ ଚାହିଁ ବସିଛନ୍ତି । ଧୋନି ଏପରି ଏକମାତ୍ର ଖେଳାଳି ଯିଏକି ଲଗାତାର ୧୯ତମ ଆଇପିଏଲ ସିଜିନ ଖେଳୁଛନ୍ତି । ଧୋନିଙ୍କୁ ଏବେ ବୟସ ୪୪ ଥିବାବେଳେ ତାଙ୍କୁ ପଡ଼ିଆରେ ଦେଖିବା ଲାଗି ଫ୍ୟାନ୍ସ ବେଶ ଉତ୍ସାହିତ । ଏଥର ବି ସେ ନିଜ ପ୍ରଶଂସକଙ୍କ ଲାଗି ପଡ଼ିଆରେ ନଜର ଆସିବାକୁ ଯାଉଛନ୍ତି ।

ପଢନ୍ତୁ ଏହି ଖବର: ୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ କାହିଁକି ହୋଇଥିଲା ୨ ଥର ଟସ୍ ? ଜାଣନ୍ତୁ ପ୍ରକୃତ ସତ

ସୂଚନା ଥାଉ କି, ଚେନ୍ନାଇ ସୁପର କିଙ୍ଗସ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସଠାରୁ ହାରିଥିଲା । ଏବେ ଦଳ ନିଜର ହୋମଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ଷ୍ଟାର ସ୍ପୋର୍ଟ୍ସର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଧୋନି ନେଟ୍ସରେ କମ ବେଗରେ ଆସୁଥିବା ବଲ୍ କୁ ଖେଳୁଛନ୍ତି । ସେ ନିଜ ଗୋଡ଼ ବେଶି ଚଳପ୍ରଚଳ କରୁନାହାନ୍ତି । ତେବେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମ୍ୟାଚରେ ସେ ନଜର ଆସିବେ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MS Dhoni Set for IPL 2026 Return with CSK? Speculation Grows Over Comeback | Argus News